ଆସୁଛି ଜଳ ପ୍ରଳୟ ! ତାଣ୍ଡବ ରଚିବ ସମୁଦ୍ର, ବୁଡିଯିବ ଭାରତର ଏହି ସବୁ ସହର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୫୦ ମସିହା ବେଳକୁ ମାଡି ଆସୁଛି ମହା ବିପତ୍ତି ! ବୁଡିଯିବ ସାରା ବିଶ୍ଵ ! ଓଡିଶା ପାଇଁ ମଧ୍ୟ ରହିଅଛି ସତର୍କ ଘଣ୍ଟି ! ତେବେ ଏପରି କିଛି ସୂଚନା କ୍ଲାଇମେଟ ସେଣ୍ଟ୍ରାଲ ସଂସ୍ଥା ! ତରଫରୁ ଅନୁଧ୍ୟାନ କରାଯାଇ ଆଗାମୀ ଭବିଷ୍ୟ ବିଷୟରେ ଅନୂମାନ କରି କୁହାଯାଉଛି । ଯେଉଁଠାରେ ବିଶେଷ ଭାବରେ ଏସିଆ ମହାଦେଶ ପ୍ରଭାବିତ ହେବା ପାଇଁ ଯାଉଛି । ତେବେ ଦିନକୁ ଦିନ ବିଶ୍ଵଜଳବାୟୁରେ ବହୁ ପରିବର୍ତ୍ତନ ଆସିବାରେ ଲାଗିଯାଇଛି ।

ପ୍ରକୃତିର ଏପରି ସ୍ଥିତି ବର୍ତ୍ତମାନ ସମୟରେ ପରିଲକ୍ଷିତ ହେଉଛି । ଯେ ଯେଉଁ ସମୟରେ ଯାହା ପ୍ରକୃତିଗତ୍ତ ଭାବରେ ହେବା କଥା ତାହା ହେଉନାହିଁ । ତେବେ ବର୍ତ୍ତମାନ ସାରା ବିଶ୍ଵରେ ଅଙ୍ଗାରକାମ୍ଳ ବୃଦ୍ଧିର ଭୟାଭୟତା ଦେଖିବାକୁ ମିଳୁଛି । ତେବେ ଯାହା ଦ୍ଵାରା ସମଗ୍ର ବିଶ୍ଵରେ ତାପମାନ ବୃଦ୍ଧି ହେବାରେ ଲାଗିଛି । ଯଦି ଏଥିରେ ବ୍ରେକ ନଲାଗିବ ତେବେ ଏହା ଆଗାମୀ ସମୟରେ ନିଜର କରାଳ ରୂପ ସାରା ବିଶ୍ଵବାସୀଙ୍କୁ ଦେଖାଇ ଦେବ ।

ଗ୍ରୀନଲାଣ୍ଡ ଓ ଆଣ୍ଟାର୍କଟିକାର ବିଶାଳ ବିଶାଳକାୟ ବରଫଖଣ୍ଡ ଦିନକୁ ଦିନ ତରଳିବାରେ ମଧ୍ୟ ଲାଗୁଛି । ଯାହା ଦ୍ଵାରା ଏହା ତରଳିବା ଫଳରେ ସମୁଦ୍ରର ଜଳ ପତ୍ତନ ମଧ୍ୟ ବୃଦ୍ଧି ପାଇବ । ତେବେ ଜଳ ପତ୍ତନ ୨ ରୁ ୭ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ପୃଥିବୀର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ । ଏହା ସହ ଅନେକ ଛୋଟ ଛୋଟ ଦୀପର ଭୂଗୋଳ ମଧ୍ୟ ବଦଳି ଯିବାର ସମ୍ଭାବନା ରହିଅଛି ।

ଏସିଆ ମହାଦେଶର ଭାରତ, ଚୀନ, ବାଂଲାଦେଶ, ଭିଏତନାମ, ଇଣ୍ଡୋନେସିଆ ଓ ଥାଇଲ୍ଯାନ୍ଡ ସର୍ବାଧିକ ଏହି ଜଳସ୍ତର ବୃଦ୍ଧି ଯୋଗୁ କ୍ଷତିଗ୍ରସ୍ତ ହେବା ପାଇଁ ଯାଉଛନ୍ତି । ତାଲିକାର ୩ ନମ୍ବର ସ୍ଥାନରେ ଭାରତ ରହିଅଛି । ଭାରତର ସାଢେ ୩ କୋଟିରୁ ବି ଅଧିକ ଲୋକ ଜଳମଗ୍ନ ସମୟରେ ଅଧିକ ଭାବେ କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇବେ । ତେବେ ବିଶେଷ କରି ଭାରତ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବାରୁ ଓଡିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିଯିବ ନାହିଁ ।

ତେବେ ଓଡିଶାର ବାଲେଶ୍ଵର, ଭଦ୍ରକ, କଟକ ଓ ପୁରୀ ପାଇଁ ଆଗୁଆ ୱାର୍ନିଙ୍ଗ ଜାରୀ ହୋଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *