କାହାର କାର ବେଶୀ ଦମଦାର ? PM Modi ଙ୍କ କାର ନା US President Joe Biden ଙ୍କ କାର ? ଦେଖନ୍ତୁ ସେମାନଙ୍କ କାର ର ଲୁକ ଓ ସ୍ପେଶାଲ ଫିଏଚର…

ବନ୍ଧୁଗଣ ଆମେରିକାର ରାଷ୍ଟ୍ରପତି ହେଉଛନ୍ତି ଜୋ ବିଦେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଦୁଇ ନେତାଙ୍କ  ଅଭେଦ୍ଯ ସୁରକ୍ଷା ବଳୟକୁ ନେଇ ବେସ ଚର୍ଚ୍ଚା ମଧ୍ୟ ହେଉଛି  । ହେଲେ ଏହି ଦୁଇ ନେତା ବ୍ୟବହାର କରୁଥିବା ଅତ୍ୟାଧୁନିକ କାର ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ବନ୍ଧୁଗଣ ଏହି ଦୁଇଟି ନେତାଙ୍କ କାରର କ୍ଷମତା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

କେତେ ଶକ୍ତିଶାଳୀ ଓ କେଉଁ ସବୁ ଫିଚର୍ସ ଏହି କାରରେ ଅଛି ଆପଣ ଜାଣି ଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ଜୋ ବିଦେନ ଓ ମୋଦୀ ବ୍ୟବହାର କରୁଥିବା କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବିଶ୍ଵର ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଜୋ ବିଦେନ ବ୍ୟବହାର କରୁଥିବା କାରଟି ହେଉଛି ଲେମୋଜିନ କେଡାଲିକ ୱାନ କାର ।

ବନ୍ଧୁଗଣ ଏହି କାରକୁ ବିଷ୍ଟ ମଧ୍ୟ କୁହନ୍ତି ଏହି କାରର ଦାମ ହେଉଛି ୧୧ କୋଟି ଟଙ୍କା । ଦୁନିଆରେ କୌଣସି ରାଷ୍ଟ୍ରପତିଙ୍କ ପାଖରେ ଜୋ ବିଦେନ ବ୍ୟବହାର କରୁଥିବା ଏଭଳି କାର ନାହିଁ । ଜୋ ବିଦେନଙ୍କ କାର ଏକ ଟ୍ରକ ଚେଚିସରୁ ନିର୍ମିତ । କାରର ଇଞ୍ଜିନ ୮୦୦୦ ସିସି ଏବଂ ୮୦୦ ବିଏଚପି ରହିଛି । କାରର ଡୋର ହେଉଛି ୮ ଇଞ୍ଚ ମୋଟା । ଓଜନ ପାଖାପାଖି ୭ ଟନ ଲମ୍ବ ୧୮ ଫୁଟ ।


ଘଣ୍ଟା ପ୍ରତି ଏହାର ବେଗ ୧୦୦ କିମି । କ୍ଷେପଣାସ୍ତ୍ର ଓ ଗ୍ରେନେଡ ମାଡକୁ ସହିପାରିବ ଏହି କାର । କାରଟି ସଂପୂର୍ଣ୍ଣ ଷ୍ଟିଲ, ଟାଇଟେନିୟମ, ଆଲୁମିନିୟମ ଏବଂ ସିରେମିକରେ ନିର୍ମିତ ହୋଇଥିବା ବେଳେ କାରଟି ଗୁଳି ମାଡକୁ ମଧ୍ୟ ସହିଯିବ । କାରର ଟାୟାର ପମ୍ପଚର ହେଲେ ମଧ୍ୟ କାରଟି ରାସ୍ତା ଉପରେ ରହିବ ନାହିଁ । ଏହି କାରରେ ଅନେକ ଅତ୍ୟାଧୁକ ଅସ୍ତ୍ର ଶସ୍ତ୍ର ମଧ୍ୟ ଲୁଚି ରହିଛି ।

ଏବେ ନଜର ପକାନ୍ତୁ ଭାରତର ସବୁଠାରୁ ସୁରକ୍ଷିତ କାର ଉପରେ ଯାହାକୁ ମୋଦୀ ବ୍ଯବହର କରନ୍ତି । ମୋଦୀ ବ୍ୟବହାର କରୁଥିବା ଏହି କାର ବିଏମଡବ୍ଲୁ ସେଭେନ ସିରିଜ । ଜୋ ବିଦେନଙ୍କ କାର ନିର୍ମାଣ କରିଥିବା କମ୍ପାନୀ ମୋଦୀଙ୍କ କାର ନିର୍ମାଣ କରିଛି । ବିଏମଡବ୍ଲୁ ସେଭେନ ସିରିଜ ହେଉଛି ପ୍ରଥମ ହାଇ ସିକ୍ଯୁରିଟି କାର । କାର ଇଞ୍ଜିନ ୫୫୫୦ ଆରପିଏମ୍ ଏବଂ ୫୪୪ ବିଏଚପି ।

ଏହି କାରଟି ବୁଲେଟ ପ୍ରୁଫ କ୍ଷମତା ପୂର୍ଣ୍ଣ କାର । ୬ ଲିଟର କ୍ଷମତା ବିଶିଷ୍ଠ ୧୨ ସିଲିଣ୍ଡର ରହିଛି ଏହି କାରରେ । ପମ୍ପଚର ହେଲେ ବି ଏହି କାର ଆରମରେ ଚାଲିବ । ଏହି କାରଟି ବମ୍ ଏବଂ ମିସାଇଲକୁ ପ୍ରତିରୋଧ କରିପାରିବ । ବିଦେନଙ୍କ କାର ୧୫ ସେକେଣ୍ଡରେ ୧୦୦ କିମି ଛୁଇଁବାର କ୍ଷମତା ରଖୁଥିବା ବେଳେ ମୋଦୀଙ୍କୁ କାରକୁ ଲାଗିବ ମାତ୍ର ୬.୬ ସେକେଣ୍ଡ । ଟାୟାର ପମ୍ପଚର ହେଲା ପରେ ବି ମୋଦୀଙ୍କ କାର ଘଣ୍ଟା ପ୍ରତି ୯୦ କିମି ଦଉଡି ପାରିବ ।

Leave a Reply

Your email address will not be published. Required fields are marked *