ବାହା ହେବେ ତ ସିଦ୍ଧୁଙ୍କ ଝିଅ ? ବାପାଙ୍କ ଇଲେକ୍ସନ ରେଜଲ୍ଟକୁ ନେଇ କରିଥିଲେ ଏମିତି ନିଷ୍ପତ୍ତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ପୂର୍ବତ୍ତମ କ୍ରିକେଟର ତଥା ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସେ କ୍ରିକେଟ ଖେଳ ଛାଡିବା ପରେ ଭାରତୀୟ କ୍ରିକେଟ ଟିମରେ କମେଣ୍ଟ୍ରି ଦେଇଛନ୍ତି । ଏହା ପରେ ବର୍ତ୍ତମାନ ତାଙ୍କୁ ହିନ୍ଦୀ କମେଡି ରିଆଲିଟି ସୋ ‘ଦି କପିଲ ଶର୍ମା ସୋ’ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ସିଦ୍ଧୁ କଂଗ୍ରେସ ଦଳ ପକ୍ଷରୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛିଡା ହୋଇଥିଲେ ହେଲେ ଏବେ ସେ ତାଙ୍କ ସିଟ ହରାଇ ବସିଛନ୍ତି ।

ମୁଖ୍ୟମନ୍ତ୍ରୀ ସିଟ ହରାଇବା ପରେ ସିଦ୍ଧୁ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ସିଦ୍ଧୁଙ୍କ ଝିଅ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହାର କାରଣ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସିଦ୍ଧୁଙ୍କ ଝିଅ କହିଥିଲେ, ବାପା ନଜିତିବା ଯାଏଁ ସେ ବାହା ହେବେ ନାହିଁ । ଏବେ ସୋସିଆଲ ମିଡିଆରେ କେବଳ ଗୋଟିଏ ପ୍ରଶ୍ନ ସାମ୍ନାକୁ ଆସୁଛି ବାପା ହାରିଗଲେ ଝିଅ ବାହା ହେବେ ତ ।କିଏ ବାହା ହେବ କି ନହେବ ହୁଏତ ଏହା ଜଣକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।

ହେଲେ ସର୍ବସାଧାରଣରେ ଯଦି ଜଣେ କହିବେ ବାପା ନଜିତିବା ଯାଏଁ ବାହା ହେବେ ନାହିଁ ତେବେ ସ୍ଵାଭାବିକ ଭାବେ ଜନସାଧାରଣଙ୍କ ମନରେ ଏହା ପ୍ରଶ୍ନ ନିଶ୍ଚୟ ଉଠିବ । ବନ୍ଧୁଗଣ ସିଦ୍ଧୁ ନିର୍ବାଚନରେ ହାରି ଯାଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ ସିଦ୍ଧୁଙ୍କ ଝିଅ ରାବିଆ କହି ବୁଲୁଥିଲେ ଯେ, ବାପା ଜିତିଲେ ସେ ବାହା ହେବେ ଏବା ଏହା କୌତୁଳ ସୃଷ୍ଟି କରିଛି ।କାରଣ ପଞ୍ଜାବରେ କେବଳ ସିଦ୍ଧୁ ହାରିଛନ୍ତି ତାହା ନୁହେଁ କଂଗ୍ରେସ ଏକ ପ୍ରକାରର ମୂଳପୋଚ୍ଚ ହୋଇଯାଇଛି ।

ଦିଲ୍ଲୀ ପରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟରେ କ୍ଷମତାକୁ ଆସିଛି ଆମ ଆଦାମି ପାର୍ଟି । ନା କଂଗ୍ରେସ ଏହାକୁ ରୋକିପାରିଛି ନା ବିଜେପି । ନିର୍ବାଚନ ରାଲି ବେଳେ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ରାବିଆ କଡା ସମାଲୋଚନା କରି କହିଥିଲେ, ଲୋକଙ୍କୁ ଏବେ ନିଷ୍ପତ୍ତି ନେବାର ସମୟ ଆସିଛି । ଆଉ ଯେ ପର୍ଯ୍ୟନ୍ତ ବାପା ଜିତି ନାହାନ୍ତି ସେ ପର୍ଯ୍ୟନ୍ତ ସେ ବାହା ହେବେ ନାହିଁ । ତେବେ ବନ୍ଧୁଗଣ ବାପା ତ ହାରିଗଲେ ଏବେ ରାବିଆ କଣ କରିବେ । ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *