Odia Gk Questions- ପବନ ଖାଇଲେ କିଏ ମରିଯାଏ ? କାହାକୁ ଟାଣିଲେ ଛୋଟ ହୋଇଯାଏ ? ଏମିତି ଆହୁରି 20 Gk Questions

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନ ଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ଆପଣଙ୍କ ପିଲା ମାନଙ୍କ ଜ୍ଞାନକୁ ଆପଣ ମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ବିଷୟ ବସ୍ତୁ ।  

୧- କାହାକୁ ଦାନ କରିଲେ ନିଜର ବୃଦ୍ଧି ହୁଏ ଓ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ଜ୍ଞାନ କିମ୍ବା ବିଦ୍ୟା ।

୨- ଖାଇଲେ କିଏ ମରେ ?

ଉତ୍ତର- ଭୋକ ।

୩- ପବନ ଖାଇଲେ କିଏ ମାରି ଯାଇଥାଏ ?

ଉତ୍ତର- ଝାଳ ।

୪- କାହାକୁ ଟାଣିଲେ ଛୋଟ ହୁଏ ?

ଉତ୍ତର- ବିଡି ବା ସିଗାରେଟ ।

୫- ମୁଁ ସବୁ ଠାରେ, ମାତ୍ର କେହି ଧରି ପାରନ୍ତି ନାହି ?

ଉତ୍ତର- ପବନ ।

୬- ପଥର ହେଲେ ବି ସେ ପାଣି । ତାହା କଣ ?

ଉତ୍ତର – ବରଫ ଓ କୁଆ ପଥର ।

୭- କାହାର ଦାନ୍ତ ଅଛି, କିନ୍ତୁ ସେ କାମୁଡି ପାରେନା ?

ଉତ୍ତର- ପାନିଆ ।

୮- କାହାର ଆଖି ଆସି, କିନ୍ତୁ ସେ ଦେଖି ପାରେନା ?

ଉତ୍ତର- ନଡିଆ ।

୯- କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?

ଉତ୍ତର- ପତାକା ।

୧୦- ଚଲାଇଲେ ଚାଲେ, କିନ୍ତୁ ଆଗକୁ ଯାଇ ପାରେନା । ତାହା କଣ ?

ଉତ୍ତର- ପଙ୍ଖା ।

୧୧- ମୃତ୍ୟୁ ପରେ ବି ଠିଆ ହୋଇପାରେ, ସେ କିଏ ?

ଉତ୍ତର- ଗଛ ।

୧୨- ଭଙ୍ଗା ହେଲେ ବି ସେ ଗୋଟିଏ, ତାହା କଣ ?

ଉତ୍ତର- ଖିଲିପାନ ।

୧୩- ମନା କରିଲେ ବି ସାଙ୍ଗ ଛାଡେନା, ସେ କିଏ ?

ଉତ୍ତର- ଆମ ଛାଇ ।

୧୪- ଉତ୍ତାପ ନ ଥାଇ ବି ଗରମ ହୁଏ, ସେ କିଏ ?

ଉତ୍ତର- ମୁଣ୍ଡ ।

୧୫- ଆଖି ନ ଥିଲେ ବି ସେ ଅନ୍ଧ, ସେ କିଏ ?

ଉତ୍ତର- ମୂର୍ଖ ଲୋକ ।

୧୬- ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ ?

ଉତ୍ତର- ଲଙ୍କା ।

୧୭- ଦିନରେ କାମ ନ କରି କିଏ ମଜୁରି ପାଏ ?

ଉତ୍ତର- ରାତ୍ର ଜଗୁଆଳି ।

୧୮- ‘ନ’ ରୁ ଆରମ୍ଭ ‘ନ’ ରେ ଶେଷ, ଯିଏ ଦେଖେ ସାରା ଦୁନିଆ ଦ୍ରୁଶ୍ଯ, କୁହନ୍ତୁ ତାର ନାମ ଟି କଣ ?

ଉତ୍ତର- ନୟନ ବା ଆଖି ।

୧୯- କେଉଁଠି କୁ ୧୦୦ ଲୋକ ଗଲେ ଫେରନ୍ତି ୯୯ ?

ଉତ୍ତର- ଶ୍ମଶାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *