ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2022-2023 ! କେଉଁ ମାନଙ୍କୁ ମିଳିବ ନାହିଁ ଘର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରକାରଙ୍କ ତରଫରୁ ଜନତା ମାନଙ୍କ ପାଇଁ ବହୁ କିଛି ଯୋଜନା କରାଯାଇଛି । ସେଥିମଧ୍ୟରୁ ସରକାରଙ୍କର ଆବାସ ଯୋଜନା ମଧ୍ୟ କରାଯାଇଛି । ତେବେ ଯେଉଁ ମାନଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଘର ଖଣ୍ଡିଏ କରିବାର ସ୍ଵପ୍ନକୁ ମଧ୍ୟ ସେମାନେ ସାକାର କରିପାରୁନାହାନ୍ତି । ସେମାନଙ୍କ ଘରର ସ୍ଵପ୍ନକୁ ସରକାରଙ୍କ ତରଫରୁ ଏହି ଆବାସ ଯୋଜନା ମାଧ୍ୟମରେ ପୂରଣ କରାଯାଇ ପାରୁଛି ।

ତେବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିବା ସମ୍ଭାବ୍ୟ ହିତଧାରୀଙ୍କର ନାମ ପ୍ରତ୍ଯେକଟି ବ୍ଲଳ କିମ୍ବା ପଞ୍ଚାଯତ ସ୍ତର ମାନଙ୍କରେ ପ୍ରକାଶ ପାଇବ । ଯାହାକୁ ଦେଖି ଲୋକମାନେ ଜାଣିପାରିବେ । ଯେଉଁ ମାନେ ଘର ପାଇଁ ଆବେଦନ କରିଥିଲେ । ତାଙ୍କ ନାମ ସେହି ପ୍ରଧାନମନ୍ତ୍ରୀ ଆବାସ ଚୟନ ହିତଧାରୀଙ୍କ ମଧ୍ୟରେ ଅଛି କି ନାହିଁ । ତେବେ ଯେଉଁ ସବୁ ହିତଧାରୀଙ୍କର ନାମ ସେହି ତାଲିକାରେ ବାହାରିଥିବ । ତେବେ ସେହି ଗ୍ରାମର ଅଧିବାସୀ ଚାହିଁଲେ ।

ସେଥିମଧ୍ୟରୁ କେଉଁ ମାନେ ଉପଯୁକ୍ତ ଆବାସ ପାଇଁ ଯୋଗ୍ୟହିତଧାରୀ କି ନାହିଁ ଯଦି ଜାଣିଥିବେ । ତେବେ ଯେଉଁ ମାନେ ଆବାସ ପାଇଁ ଯୋଗ୍ୟ ବିବେଚିତ ହେଉନଥିବେ । ସେମାନଙ୍କ ନାମରେ ଅଭିଯୋଗ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କର ତରଫରୁ ସ୍ଵତନ୍ତ୍ର ବ୍ୟବସ୍ତା ମଧ୍ୟ ରହିଅଛି । ତେବେ କିପରି ଆବାସ ପାଇଁ ଅଯୋଗ୍ୟ ହିତଧାରୀ ବୋଲି ଜାଣିବେ ଚାଲନ୍ତୁ ଜାଣିବା । ତେବେ ଯେଉଁ ମାନଙ୍କର ୨, ୩ କିମ୍ବା ୪ ଚକିଆ ଜାନ ଥିବ । ୩ କିମ୍ବା ୪ ଚକିଆ କୃଷି ଯାନ୍ତ୍ରିକ ଉପକରଣ ଥିଲେ ।

କିଷାନ କ୍ରେଡିଟ କାର୍ଡର ଲିମିଟ ଯଦି ୫୦ ହଜାରରୁ ଅଧିକ ଥାଏ । ଘରର କୌଣସି ବ୍ୟକ୍ତି ସରକାରୀ ଚାକିରିଆ ଥିଲେ । ଅଣ କୃଷି ଉଦ୍ଯୋଗ ଭାବରେ ଘର ଗୁଡିକ ସରକାରଙ୍କ ନିକଟରେ ପଞ୍ଜୀକୃତ ଥିଲେ । ଘରର କୌଣସି ସଦସ୍ୟଙ୍କର ରୋଜଗାର ମାସିକ ୧୦ ହଜାରର ଅଧିକ ଥିଲେ । ଯଦି ଘରର ସଦସ୍ୟ ଇନକମ ଟାକ୍ସ ଦେଉଥିବେ । କୌଣସି ପ୍ରଫେସନାଲ କାର୍ଯ୍ୟ ପାଇଁ ଟାକ୍ସ ଦେଉଥିଲେ । ଘରେ ଫ୍ରିଜ ଓ ଲାଣ୍ଡ ଲାଇନଫୋନ ଥିଲେ ।

ଅଧିକ ଜଳ ସେଚିତ ଜମିର ମାଲିକ ହୋଇଥିଲେ । ତେବେ ଏହି ସବୁ କାରଣ ମଧ୍ୟରୁ କୌଣସି ଗୋଟିଏ କାରଣ ଥିଲେ । ସେହି ବ୍ୟକ୍ତି ଆବାସ ଘର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ତେବେ ଏମାନଙ୍କ ନାମରେ ଅଭିଯୋଗ ବାକ୍ସରେ ଲିଖିତ ଆକାରରେ ମଧ୍ୟ ଅଭିଯୋଗ କରିହେବ । ଏହା ବ୍ଯତୀତ ସିଧାସଳଖ କଲ କିମ୍ବା ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *