କାହାକୁ ହୋଇପାରେ ବ୍ଲାକ ଫଙ୍ଗସ ସଂକ୍ରମଣ ? Dr Jayanta Kumar Panda

ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ହଲର ସାରା ଭାରତରେ କୋପ ବର୍ଷାଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହା ସହିତ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ଏହି ଭାଇରସର ତିନୋଟି ସ୍ଟେଜ ରହିଛି । ରୋଗୀ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଏହି ରୋଗରେ ସଂକ୍ରମଣ ହେବା ପରେ ରୋଗୀର ହାର୍ଟ ଓ ଫୁସଫୁସ ଜନିତ ସମସ୍ୟା ଆଦି ସାମ୍ନାକୁ ଆସୁଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ସମସ୍ୟା ସାମ୍ନାକୁ ଆସିଛି ତାହା ହେଉଛି ବ୍ଲାକ ଫଙ୍ଗସ । କରୋନା ରୋଗୀ ମାନେ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି ବୋଲି କେତେକ କେସରେ ଜଣା ପଡିଛି । ଏନେଇ ଡାକ୍ତର ଜୟନ୍ତ କୁମାର ପଣ୍ଡା ଏହି ବ୍ଲାକ ଫଙ୍ଗସ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ମତରେ-‘ ସାଧାରଣତଃ ଡାଇବେଟିସ ରୋଗୀ ଯେଉଁ ମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରିତ ନଥାଏ ଓ ଯେଉଁ ମାନେ ଷ୍ଟେରୋଏଡ ଆଦିର ସେବନ ଅଧିକ ଦିନ ପର୍ଯ୍ୟନ୍ତ କରନ୍ତି ସେହି ମାନଙ୍କୁ ଏହି ବ୍ଲାକ ଫଙ୍ଗସ ରୋଗ ଆକ୍ରାନ୍ତ ହୋଇଥାଏ । ଏହି ବ୍ଲାକ ଫଙ୍ଗସ ହେବାର ଲକ୍ଷଣ ହେଉଛି ମୁଣ୍ଡ ବିନ୍ଧା ହେବା, ଗୋଟେ ପଟ ଆଖି ଓ ନାକ ନାଲି ହୋଇଯିବା, ଗୋଟେ ପଟ ନାକ ବନ୍ଦ ହୋଇଯିବା ଏବଂ ନାକରୁ କଳା ଶିକ୍ରିସନ୍ସ ବାହାରିଥାଏ । ଏହା ଛଡା ଏହାର କିଛି ଅନ୍ୟ ଲକ୍ଷଣ ମଧ୍ୟ ରହିଛି ।

ଯେପରି ଆଖିରେ ଦୁଇଟି ଦେଖାଯିବା, ରକ୍ତ ବାନ୍ତି ହେବା, ରୋଗୀରେ ଛାତିରେ ଯନ୍ତ୍ରଣା ହେବା ଓ ଆଖିର ପତା ପଡିଯିବା । ଯଦି କୌଣସି ଡାଇବେଟିସ ରୋଗୀର ରକ୍ତ ଶର୍କରା ସଠିକ ନଥାଏ ଆମେ ମାନେ ପରୀକ୍ଷା କରୁ ଓ ତାଙ୍କର ଚିକିତ୍ସା କରିଥାଉ’ ।

ଏହାପରେ ଆଗକୁ ଡାକ୍ତର ଜୟନ୍ତ କହିଲେ-‘ ସାଧାରଣତଃ ଅଧିକ ଗୁରୁତ୍ଵର ରୋଗୀ ଯେଉଁ ମାନେ ଆଇସିୟୁରେ ଚିକିତ୍ସା ନେଇଥାନ୍ତି ଯଦି ସେମାନଙ୍କର ରକ୍ତ ଶର୍କରା ବଢିଯାଇଥାଏ ତା ହେଲେ ସେମାନଙ୍କର ଏହି ସମସ୍ୟା ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଏହା ସହିତ ଯେଉଁ ଲୋକ ମାନେ ଅଧିକ ଚିନ୍ତାରେ ରହିଥାନ୍ତି ଓ ଅଧିକ ଦିନ ଧରି ଷ୍ଟେରୋଏଡର ସେବନ କରିଥାନ୍ତି ସେମାନଙ୍କୁ ଏହି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ’ ।

ଏହାପରେ ଆଗକୁ ଡାକ୍ତର ଜୟନ୍ତ କହିଲେ-‘ ଯେଉଁ ମାନଙ୍କ ଶରୀରରେ ଖାଦ୍ୟ ପେୟ ଆଦି ଅଭାବ ଯୋଗୁ ରୋଗ ପ୍ରତିଷେଧକ ଶକ୍ତି କମି ଯାଇଥାଏ ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ଏହା ସହିତ ଯେଉଁ ମାନେ ନିଜ ଶରୀରର ଅଙ୍ଗ ବଦଳାଇ ଛନ୍ତି ଓ ଯେଉଁ ମାନେ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ସେହି ଲୋକ ମାନଙ୍କୁ ଏହି ରୋଗ ହୋଇଥାଏ । ଏମିତି ନୁହେଁ କି କେବଳ କରୋନା ରୋଗୀ ମାନଙ୍କୁ ଏହି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ବହୁତ କମ କରୋନା ରୋଗୀ ଅଛନ୍ତି ଯେଉଁ ମାନେ ଏହି ରୋଗର ସମ୍ମୁଖୀନ ହୋଇଛନ୍ତି’ ।

ତେଣୁ ବନ୍ଧୁଗଣ ଯଦି ଆପଣଙ୍କର ଏହି ବ୍ଲାକ ଫଙ୍ଗସ ଜନିତ କୌଣସି ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଯଥା ଶୀଘ୍ର ଏହାର ଟେଷ୍ଟ କରି ଚିକିତ୍ସା ନେଇ ସୁସ୍ଥ ହୋଇପାରିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ  ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *