Jyotish Shastra- ବହୁତ ହିଁ ଗର୍ବୀ ହେବା ସହିତ ବୁଦ୍ଧିମାନ ବି ହୋଇଥାନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ଲୋକ

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ଜନ୍ମତିଥି ର ଆଧାର ଅନୁସାରେ ଆପଣ ତା ବିଷୟରେ ବହୁତ କିଛି କହି ପାରିବେ । ଏବଂ ବ୍ୟକ୍ତି ର ସ୍ଵଭାଵ ମଧ୍ୟ କହି ପାରିବେ ।

ବ୍ୟକ୍ତି ର ଜନ୍ମ ତିଥି ଅନୁଯାୟୀ ଏକ ଅଙ୍କ ନିର୍ଧାରିତ କରା ଯାଇଥାଏ । ଏହାକୁ ମୂଳାଙ୍କ କୁହାଯାଏ ଏହାର ଆଧାର ରେ ବ୍ୟକ୍ତି ର ବିଷୟରେ ବହୁତ କିଛି କୁହ ଯାଇ ପାରିବ । ଏହି ମୂଳାଙ୍କ ମୋଟ ୯ ଟି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୂଳାଙ୍କ ୪ ରେ ଥିବା ବ୍ୟକ୍ତି ମାନେ ସ୍ଵଭାଵ ରେ ବହୁତ ଗର୍ବୀ ଥାନ୍ତି । ଏବଂ ତା ସହିତ କିଛି ଭଲ ଗୁଣ ମଧ୍ୟ ରହିଥାଏ । ଏହି ମୂଳାଙ୍କ ର ବ୍ୟକ୍ତି ୪, ୧୩, ୨୨,ଏବଂ ୩୧ ତାରିଖରେ ଜନ୍ମ ହୋଇଥାଆନ୍ତି । ଏହା ଙ୍କର ସ୍ୱାମୀ ହେଉଛନ୍ତି ରାହୁ ।

ଏହି ତିଥି ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କୁ ବହୁତ ଜିଦ ଖୋର ଏବଂ ଗର୍ବୀ ବୋଲି କୁହା ଯାଇଥାଏ । ଏମାନ ଙ୍କ ଭିତରେ ଅହଂକାର ବହୁତ ଅଧିକ ଥାଏ । ଏମାନେ ଆସୁଥିବା କୌଣସି ଅସୁବିଧା ର ସାମ୍ନା ଡରି କରି କରନ୍ତି ନାହିଁ ବରଂ ସାହାସ ର ସହିତ କରିଥାନ୍ତି ଏବଂ ନିଜ ବୁଦ୍ଧି ଏବଂ ସାହାସ ଦ୍ୱାରା ସେମାନେ ଅର୍ଥ ରୋଜଗାର ମଧ୍ୟ କରିଥାନ୍ତି ।

ଏହି ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କୁ ବିନା ଯୋଜନା ଦ୍ୱାରା କରନ୍ତି ନାହିଁ । ଏମାନେ ସମାୟାନୁବର୍ତୀ ହୋଇଥାନ୍ତି । ଏମାନକୁ ସବୁ ଜିନିଷ ର ଜ୍ଞାନ ଥାଏ । ଏମାନେ ରାଜନୀତି ଏବଂ ବିଜ୍ଞାନ କ୍ଷେତ୍ରରେ ଭଲ କାମ ଏବଂ ନାମ କରିଥାନ୍ତି ।

ଏହି ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ମନ ମୁତାବକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରନ୍ତି । ଏବଂ ଏହା ଯୋଗୁଁ ବେଳେବେଳେ ବିପଦ ରେ ମଧ୍ୟ ପଡି ଯାଇଥାନ୍ତି । ଏହା ଛଡା ଏମାନେ ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଯାହା ସହ ବନ୍ଧୁତା କରନ୍ତି ସେମାନଙ୍କ ପାଇଁ ନିଜ ଜୀଵନ ମଧ୍ୟ ଦେବାକୁ ପଛାନ୍ତି ନାହିଁ ।

ଏହି ବ୍ୟକ୍ତି ମାନେ ଟିକେ ରହସ୍ୟମୟୀ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ଦେଖି ସେମାନଙ୍କ ମନ ରେ କଣ ଚାଲୁଛି ଜାଣିବା ବହୁତ କଷ୍ଟକର ଅଟେ ଏବଂ ଏହି ବ୍ୟକ୍ତି ମାନେ ନିଜ ନିଜ ର କଥା କୁ ଅନ୍ୟ ର ମୁହଁ ଉପରେ କହି ଦିଅନ୍ତି । ଏମାନେ କାହାକୁ ବି ଡରନ୍ତି ନାହିଁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *