କିଏ କେତେ ଶକ୍ତିଶାଳୀ ! କାହା ପାଖରେ ଅଛି କେତେ ପରମାଣୁ ବୋମା ? ଯାହା ଗୋଟିଏ ଚୁଟକିରେ ହିଁ ପୃଥିବୀକୁ କରିପାରେ ଧ୍ଵଂସ !

ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚଲିଥିବା ମହାଯୁଦ୍ଧକୁ ନେଇ ଚିନ୍ତାରେ ଏବେ ବିଶ୍ଵ ।  ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି ।

ଋଷିଆ ଆକ୍ରମଣର ଜବାବ ମଧ୍ୟ ଦେଇ ଚାଲିଛି ୟୁକ୍ରେନ । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିବାରୁ ଅନ୍ୟ ଦେଶ ଗୁଡିକ ଏହାକୁ ନିନ୍ଦା କରିବା ସହ ଯୁଦ୍ଧରୁ ଓହରି ଯିବାକୁ ବାରମ୍ବାର ଚେତାବନୀ ମଧ୍ୟ ଦେଇଥିଲେ ।

କିନ୍ତୁ ଋଷିଆର ରାଷ୍ଟ୍ରପତି କାହାର କଥାକୁ ଖାତିର କଲେ ନାହିଁ । ଓଲଟି କହିଥିଲେ, ଏହି ଯୁଦ୍ଧରେ ଯିଏ ମୁଣ୍ଡ ପୁରେଇବ ତା ଉପରେ ମଧ୍ୟ ଆକ୍ରମଣ ହେବ । ଏହା ପରେ ଋଷିଆ ଉପରେ ପରମାଣୁ ବୋମା ଆକ୍ରମଣ ହେବ ବୋଲି ଫ୍ରାନ୍ସ କହିଥିଲା । ଯାହାକୁ ନେଇ ବିଶ୍ଵରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଉପୁଜୁଛି । ତେବେ ଆସନ୍ତୁ ଜାଣିବା ବିଶ୍ଵର କେଉଁ କେଉଁ ଦେଶ ପରମାଣୁ ବୋମା ପାହାଡ ଉପରେ ବସି ଛନ୍ତି ଓ ଏହାର ବ୍ୟବହାର କେମିତି କରିବେ ।

ବନ୍ଧୁଗଣ ଆଜି ଦିନରେ ମାତ୍ର ୯ଟି ଦେଶ ପାଖରେ ଏହି ଭୟଙ୍କର ପରମାଣୁ ବୋମା ରହିଛି । ଆଉ ଏହାର ସଂଖ୍ୟା ୧୩ ହଜାର ୪ ଶହ ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ମାତ୍ର ୪ ହଜାର ବୋମାର ପରୀକ୍ଷା ହୋଇଛି । ଆବଶ୍ୟକ ପଡିଲେ ଶତ୍ରୁ ଉପରେ ସେମାନେ ପରମାଣୁ ବୋମା ପକାଇ ପାରନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୪୫ ରୁ ୨୦୨୧ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୫ ହଜାର ବୋମା ପ୍ରସ୍ତୁତ କରାଯାଇଛି ।

ହେଲେ ତାହା ମଧ୍ୟରୁ ଅନେକ ନିଷ୍କ୍ରିୟ ହୋଇସାରିଛି । କିନ୍ତୁ ଯେତିକି ବି ପରମାଣୁ ବୋମା ରହିଛି ତାହା ଆଖି ପିଛୁଳାକେ ବିଶ୍ଵକୁ ଧ୍ଵଂସ କରିଦେବ । ଆମେରିକା ପ୍ରଥମ ଦେଶ ଭାବରେ ଏହି ବୋମାର ଆବିଷ୍କାର କରିଥିଲା ଆଉ ତାହାର ଠିକ ୪ ବର୍ଷ ପରେ ଋଷିଆ ପରମାଣୁ ବୋମା ହାତେଇ ଥିଲା । ମାତ୍ର ୭୫ ବର୍ଷ ଭିତରେ ଆମେରିକା ୬୭ ହଜାର ପରମାଣୁ ବୋମା ତିଆରି କରିଛି ।

ସୂଚନା ମୁତାବକ ବର୍ତ୍ତମାନ ସମୟରେ ଆମେରିକା, ଋଷିଆ, ଭାରତ, ଫ୍ରାନ୍ସ, ଉତ୍ତରକୋରିଆ, ପାକିସ୍ତାନ,ଇଂଲଣ୍ଡ, ଚୀନ ଓ ଇସ୍ରାଇଲ ପାଖରେ ପରମାଣୁ ବୋମା ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେଉଁଠି ଯେଉଁଠି ପରମାଣୁ ବୋମାର ପରୀକ୍ଷା ହୋଇଛି ସେଇଠି କ୍ୟାନ୍ସର ରୋଗ ହୋଇଛି । ହେଲେ ଆଜି ବି ଗୋଟେ ଦେଶ ଅନ୍ୟ ଦେଶକୁ ଦେଉଛି ପରମାଣୁ ବୋମାର ଧମକ ।

Leave a Reply

Your email address will not be published. Required fields are marked *