ସତ ହେବ କି Baba Venga ଙ୍କ ଭବିଷ୍ୟବାଣୀ ! କଣ ବିଷବକୁ କବଜା କରିବ ଋଷ, ଋଷକୁ ନେଇ ଭେଙ୍ଗା ବାବା ଯାହା ଭବିଷ୍ୟବାଣୀ କରିଥିଲେ ଜାଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ନାନା ପ୍ରକାରର ଭବିଷ୍ୟବାଣୀ କରି ଯାଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଭବିଷ୍ୟବାଣୀ ସତ ମଧ୍ୟ ପ୍ରମାଣିତ ହୋଇଛି । ଯଦି ପଚରା ଯାଏ କି ବିଶ୍ଵର ସବୁଠାରୁ ପ୍ରକ୍ଷାତ ଭବିଷ୍ୟ ବକ୍ତା କିଏ ତେବେ ସମସ୍ତଙ୍କ ମୁହଁରେ ଗୋଟିଏ ହିଁ ନାଁ ଆସିବ ବାବା ଭେଙ୍ଗା ।ବୁଲଗେରିଆର ବହୁ ଚର୍ଚ୍ଚିତ ବାବା ଭେଙ୍ଗା ଆଗରୁ ଅନେକ ଐତିହାସିକ ଘଟଣା ଉପରେ କରିଥିବା ଭବିଷ୍ୟବାଣୀ ସତ ମଧ୍ୟ ପ୍ରମାଣିତ ହୋଇଛି ।

ମୃତ୍ୟୁ ପୂର୍ବରୁ ସେ ଶୋଭିଏତ ୟୁନିୟନର ବିଭାଜନ, ପ୍ରିନସେସ ଡାଇନାଙ୍କ ମୃତ୍ୟୁ ଓ ଜାପାନର ସୁନାମୀ ଭଳି ଐତିହାସିକ ଭବିଷ୍ୟବାଣୀ କରିଥିଲେ ଯାହାକୁ ସମୟ କ୍ରମେ ସତ ପ୍ରମାଣିତ ହୋଇଥିଲା । ସୂଚନା ମୁତାବକ ବାବା ଭେଙ୍ଗା ଋଷକୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ କରିଥିଲେ ଯାହା ଏବେ ସତ ହେଉଥିବା ପରି ମନେ ହେଉଛି । ଖବର ଅନୁଯାଇ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ, ଋଷ ଜଗତର ପ୍ରଭୁ ହେବ ଅର୍ଥାତ ସାରା ବିଶ୍ଵର ଡୋର ଋଷ ହାତରେ ରହିବ ।

ୟୁରୋପ ଖଣ୍ଡର ପାଲଟି ଯିବ ତା ପରେ ଋଷକୁ କେହି ବି ଅଟକାଇ ପାରିବେ ନାହିଁ । ସବୁ କିଛି ବରଫା ଭଳି ତରଳି ଯିବ । ଶେଷରେ ପୁଟିନ ଏବଂ ଋଷ ରହିଯିବ ।  ଋଷର ମୁକାବାଲା କେହି ବି କରିପାରିବେ ନାହିଁ ସାରା ବିଶ୍ଵକୁ ଶାସନ କରିବ ଋଷ । ୧୯୧୧ରେ ଜନ୍ମିତ ବାବା ଭେଙ୍ଗାଙ୍କ ଦ୍ରୁଷ୍ଟି ଶକ୍ତି ମାତ୍ର ୧୨ ବର୍ଷ ବୟସରେ ଚାଲିଯାଇଥିଲା । ତାଙ୍କର ମୃତ୍ୟୁ ୧୯୯୬ ମସିହାରେ ହୋଇଯାଇଛି ସତ ହେଲେ ଆଗାମୀ ଅନେକ ବର୍ଷ ପାଇଁ ସେ ଭବିଷ୍ୟବାଣୀ କରିଯାଇଛନ୍ତି ।

୫୦୭୯ରେ ଦୁନିଆର ଅନ୍ତ ହୋଇଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । କେତେକ ରିପୋର୍ଟରୁ ଜଣା ପଡିଛି ତାଙ୍କର ଭବିଷ୍ୟବାଣୀ ୮୫ ପ୍ରତିଶତ ସତ ହୋଇଛି । ରିପୋର୍ଟ ଅନୁଯାଇ ବାବା ଭେଙ୍ଗା ୨୦୦୪ରେ ସୁନାମୀର ପୂର୍ବାନୁମାନ କରିଥିଲେ ଯାହା ସତ ହୋଇଥିଲା । ଏହାପରେ ସେ ୨୦୨୧ ପାଇଁ ଭବିଷ୍ୟବାଣୀ କରିଥିଲେ ଯେ, ପଙ୍ଗପାଳ ମାଡି ଆସିବେ ଓ ସମଗ୍ର ବିଶ୍ବରେ ଚାଷଜମି ଉପରେ ଆକ୍ରମଣ କରିବେ ।

ଆପଣଙ୍କର ମନେ ଥିବ ଯେ, ୨୦୨୧ରେ ଭାରତରେ ପଙ୍ଗପାଳ ଯୋଗୁଁ ଭାରତରେ ଅନେକ ଫସଲ ନଷ୍ଟ ହୋଇଥିଲା । ଏହା ସହିତ ସେ କହିଥିଲେ ଯେ, ଯୁକ୍ତରାଷ୍ଟ୍ରର ୪୪ତମ ରାଷ୍ଟ୍ରପତି କଳା ହେବେ ଓ ସେ ଶେଷ ରାଷ୍ଟ୍ରପତି ହେବେ । ଯଦି ଓ ୪୪ତମ ରାଷ୍ଟ୍ରପତି ବାରାକ ଅବାମା ଜଣେ କଳା ମଣିଷ ଥିଲେ ହେଲେ ସେ ଶେଷ ରାଷ୍ଟ୍ରପତି ନଥିଲେ ।

ତାଙ୍କର ଭବିଷ୍ୟବାଣୀ ଏଠାରେ ୫୦ ପ୍ରତିଶତ ସତ ହୋଇଗଲା । ଋଷକୁ ନେଇ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା କିଛି କ୍ଷେତ୍ରରେ ସତ ବି ହୋଇପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *