ଭାଇରାଲ ହେଉଛି Viral ଗୀତ କାଚାବାଦାମର ରିମେକ, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି ।

ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି । ଏବେ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଷ୍ଟାଇଲରେ ଗାଇଛନ୍ତି, ଯାହାକୁ ଶୁଣି ଲୋକମାନେ ନିଜ ମୁଣ୍ଡ ପିଟୁଛନ୍ତି ।

ରାନୁଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘କଚା ବାଦାମ’ ଗୀତ ଗାଉଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଭୁବନ ବଦ୍ୟାକର ହେଉଛନ୍ତି ଜଣେ ବାଦାମ ବିକାଳୀ ସେ ନିଜର ବାଦାମ କୁ ବିକିବା ପାଇଁ ଏକ ଭିନ୍ନ ଧରଣର କାର୍ଯ୍ୟ କରିଥିଲେ । ସେ ଘର ଘର ବୁଲି ପୁରୁଣା ଚେନ, ଚୁଡ଼ି ଏବଂ ଭଙ୍ଗା ମୋବାଇଲ ଫୋନ କୁ ନେଇ କଞ୍ଚା ବାଦାମ ଦେଇ ଥାଆନ୍ତି ।

ତେବେ ସେ ଏଥିପାଇଁ ଏକ ନୂଆ ଏବଂ ଭିନ୍ନ ଧରଣର ଉପାୟ କରିଥିଲେ ସେ ଏକ ଗୀତ ମାଧ୍ୟମରେ ଏହି ସବୁ କୁ ଗାଇକି ଲୋକ ମାନଙ୍କ ପାଖରେ ଶୁଣାଇ ଥାଆନ୍ତି ଏବଂ ନିଜର ବାଦାମ କୁ ବିକ୍ରି କରିଥାନ୍ତି । ତେବେ ଏହି ସମୟରେ ଜଣେ ଭୁବନ ବଦ୍ୟାକର ଙ୍କର ଗୀତ ଗାଉଥିବାର ଏକ ଭିଡିଓ ବନାଇ ପୋଷ୍ଟ କରିଥିଲେ ।


ଯାହା ରାତାରାତି ଭାଇରାଲ ହୋଇ ଯାଇଥିଲା ଏହା ପରେ ସେହି ଗୀତ ର ରିମିକ୍ସ ମଧ୍ୟ ବନା ଯାଇଥିଲା ଏବଂ ସେ ମଧ୍ୟ ୩୦ ମିଲିୟନ ଭିୟୁ ପଳେଇଲାଣି ଏବଂ ଲୋକମାନେ ମଧ୍ୟ ଏହି ଗୀତ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣ ଙ୍କୁ ଏହି ଗୀତ ଏବଂ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *