ଦେଖନ୍ତୁ Video: ନିଜର Viral Song ‘କାଚ୍ଚା ବାଦାମ’ ରେ ଜବରଦସ୍ତ ଡ୍ୟାନ୍ସ କଲେ ଗୀତିକାର Bhuban, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ଦ୍ଵାରା ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି ଏହି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଥାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ଗୋଟିଏ ଗୀତର କ୍ରେଜ ଦେଖିବାକୁ ମିଳୁଛି ତାହା ହେଉଛି ‘କାଚା ବାଦାମ’ । ଆପଣ ମାନେ ସମସ୍ତେ ବି କାଚା ବାଦାମ ଗୀତଟି ନିଶ୍ଚୟ ଶୁଣିଥିବେ ଓ ଅନେକ ରିଲ୍ସ ଭିଡିଓ ମଧ୍ୟ ଦେଖିଥିବେ ।

ଯୁବପିଢି ମାନେ କାଚା ବାଦାମ ଗୀତରେ ବେସ ପ୍ରଭାବିତ ହୋଇଛନ୍ତି । କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହି ଗୀତଟି ଟ୍ରେଣ୍ଡରେ ରହିଛି । ଏହି ଗୀତରେ କେବଳ ସାଧାରଣ ଲୋକ ନୁହେଁ ଅନେକ ବଡ ବଡ କଳାକାର ମାନେ ମଧ୍ୟ ରିଲ୍ସ ଭିଡିଓ ବନାଉ ଛନ୍ତି । ତେବେ ବନ୍ଧୁଗଣ ଏହି ଗୀତଟି ଗାଇଛନ୍ତି ଜଣେ ସାଧାରଣ ଲୋକ ଓ ତାଙ୍କ ନାମ ହେଉଛି ଭୁବନ ବାଦ୍ୟକର ।ଭୁବନ ହେଉଛନ୍ତି ଜଣେ ବାଦାମ ବିକାଳି ସେ ଗାଁ ଗାଁ ବୁଲି ସାଇକେଲରେ ବାଦାମ ବିକ୍ରି କରନ୍ତି ।

ଲୋକ ମାନଙ୍କୁ ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ସେ ଏହି ଗୀତଟି ଗାନ୍ତି । ହେଲେ ଥରେ ଭୁବନ ବାଦାମ ବିକିବା ବେଳେ ଜଣେ ଯୁବକ ତାଙ୍କ ଗୀତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ବନ୍ଧୁଗଣ ଏହା ପରେ ଭୁବନ ପାଲଟି ଗଲେ ୟୁଟ୍ୟୁବ ସନସେସନ । ତାଙ୍କର ଏହି ଗୀତକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କଲେ । ତାଙ୍କୁ ଏହି ମୁଜିକ ଭିଡିଓରେ ବି କାମ କରିବା ପାଇଁ ମଉକା ମିଳିଲା ।

ବନ୍ଧୁଗଣ ଭୁବନ ଏବେ ଜଣେ ସାଧାରଣ ବାଦାମ ବିକାଳିରୁ ଜଣେ ସେଲିବ୍ରେଟି ହୋଇସାରିଛନ୍ତି । ଏବେ ତାଙ୍କ ଲୁକ୍ ସଂପୂର୍ଣ୍ଣ ଚେଞ୍ଜ ହୋଇଯାଇଛି ଓ ସେ ନିଜ ଗୀତ ପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଭୁବନ ନିଜ ଗୀତରେ ନିଜେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତା ହେଲେ ଆପଣ ମାନଙ୍କୁ ଭୁବନଙ୍କ ଏହି ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *