‘Rajveer ମା’ କି ମାମୁଁ ତାଙ୍କ ପରିଚୟ ଲୁଚେଇଛନ୍ତି ଏହାର CBI ତଦନ୍ତ ହେଉ, ନହେଲେ….’ ଶେଷରେ ମୁହଁ ଖୋଲିଲେ ସମାଜସେବୀ Sunita Mahanta, ଆଉ ଯାହା କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ଏହି ଖବରଟି ହେଉଛି ରାଜବୀର ରାଣା । ବନ୍ଧୁଗଣ ଆପଣ ମାନେ କେବଳ ଏହି ନାଁଟି ଶୁଣିବା ପରେ ଏହି ଖବର ବିଷୟରେ ଜାଣି ପାରିଥିବେ । ଦୀର୍ଘ ମାସ ଧରି ଏହି ଖବରଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । କୁନି ପୁଅ ରାଜବୀରଙ୍କୁ ଏକ ବିରଳ ରୋଗ ହୋଇଛି ଓ ଏହି ରୋଗର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି ।

ତେବେ ବାପା ମା ଅସମର୍ଥ ଥିବାରୁ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀ ଓ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଖକୁ ସହାୟତା ମାଗିବାକୁ ଯାଇଥିଲେ । ଏହା ପରେ ବାପା ମା ନିଜ ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ବନ୍ଧୁଗଣ ଅନେକ ଲୋକ ରାଜବୀରଙ୍କୁ ଆର୍ଥିକ ସହାୟତା ଦେବା ବେଳେ ଜଣେ ମହିଳା ସାମ୍ବାଦିକା ରାଜବୀରଙ୍କ ଫଣ୍ଡକୁ ବନ୍ଦ କରିଦେବେ ବୋଲି କହିଥିଲେ ।

ଏହି ମହିଳା ସାମ୍ବାଦିକା ଙ୍କ ଅଡିଓ କଲ୍ ମଧ୍ୟ ଭାଇରାଲ ହୋଇଛି ।  ସେହି ମହିଳା ସମ୍ବାଦିକା ଜଣକ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ମନ୍ତବ୍ୟ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମହିଳା ସମ୍ବାଦିକାଙ୍କ ମତରେ-‘ମୁ ଧମକ ପାଇବା ପରେ ମୋତେ ଲାଗିଲା ମୁ କାହିଁକି କାହା ସହ ଲଢିବି’ ।

ଆଗକୁ ସେ କହିଛନ୍ତି-‘ସେ ଯେହେତୁ ଏତେ ବଡ ଗ୍ୟାଙ୍କ କରିଛି ଏଠି ତ ସିବିଆଇ ତଦନ୍ତ ହେବା ଦରକାର । ରାଜବୀରର ଜନ୍ମ କେଉଁଠି, ତା ବାପା ମା କେଉଁଠୁ ଆସିଛନ୍ତି ଏସବୁ ଜିନିଷ ବର୍ତ୍ତମାନ ତଦନ୍ତ ହେବା ଦରକାର । ଯେତେବେଳେ ମୁ ଭଏସ କ୍ଲିପ ଦେଲି ଯେ, ଫଣ୍ଡ ବନ୍ଦ କରିଦେବି ସେତେବେଳେ ତାଙ୍କ ମା’ ସଙ୍ଗେ ସଙ୍ଗେ ଆସିଲେ । ଯେତେବେଳେ ମୁ ଆକାଉଣ୍ଟ ଡିଟେଲ୍ସ ମାଗିଥିଲି ଓ ପଚାରିଥିଲି ରାଜବୀରଙ୍କୁ ପ୍ରପର ପ୍ରଫେସରଙ୍କୁ ଦେଖା ହେଇଛି ନା ନାହିଁ’ ।

ଆଗକୁ ସେ କହିଛନ୍ତି-‘ଏସବୁ ବହୁତ କିଛି ପଚାରି ଥିଲି ହେଲେ ସେ ମୋତେ ସିଧା ଉତ୍ତର ନଦେଇ ମୋତେ କହିଲେ ଆପଣ ଷ୍ଟପ କରିଦେବେ ରାଜବୀର ଆକାଉଣ୍ଟ । ମୁ ସମସ୍ତଙ୍କୁ କହିଛି ଯେ ଏହି ଫଣ୍ଡ ବନ୍ଦ କରିପାରିବି ହେଲେ କଣ ପାଇଁ କହିଛି କାହିଁକି କହିଛି ଏ କଥା ମୋତେ କେହି ପଚାରି ନାହାନ୍ତି ଯାହା ହେଉ ଆପଣ ଆସି ପଚାରିଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *