Funny Angulia ଙ୍କ ‘ବଚପନ କା ପ୍ୟାର’ ଓଡିଆ Version ରେ କମେଡିଆନ Suman ଙ୍କ ଜବରଦସ୍ତ ଡ୍ୟାନ୍ସ ସାଙ୍ଗକୁ କମେଡି…ଦେଖିଲେ ହସି ହସି ଗଡିଯିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ବର୍ତ୍ତମାନ ଆକାଶ ଛୁଇଁ ସାରିଛି । ତେବେ ଛତିଶଗଡ଼ର ସହଦେବ ଡିରଡୋଙ୍କ ସ୍ବରରେ ଭାଇରାଲ ହୋଇଥିବା ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇ ପାରିଥିବା ବେଳେ ଏହାକୁ ଶୁଣିଲେ ଯେକେହିବି ଝୁମିବାକୁ ଲାଗିବେ ।   ତେବେ ସେ ଲୋକପ୍ରିୟ ଗାୟକ ବାଦଶାହ ଙ୍କ ସହ ମଧ୍ୟ ମିଶି ଏହାର ଏକ ନିଜ ଷ୍ଟାଇଲ ରେ ପୁନଃନିର୍ମାଣ କରିଛନ୍ତି ।

ତେବେ ବାଦଶାହ ଓ ସହଦେବଙ୍କ ବ୍ୟତୀତ ରିକୋ ଏବଂ ଆସ୍ଥା ଗିଲ ଏହି ଗୀତରେ ସ୍ବର ଦେଇଛନ୍ତି । ବାଦଶାହଙ୍କ ଗୀତ ବଚପନ କା ପ୍ୟାର ରିଲିଜ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲା । ଗୀତଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ । ତେବେ ବର୍ତ୍ତମାନ ଏହି ଗୀତ କୁ ଓଡ଼ିଆ ରେ ମଧ୍ୟ ନିର୍ମାଣ କରାଯାଇଛି ।

ଏଥିରେ କଣ୍ଠଦାନ କରିଛନ୍ତି ଫନି ଅନୁଗୁଳିଆ ଏବଂ ଏଥିରେ ଅଭିନୟ କରିଛନ୍ତି ଲୋକପ୍ରିୟ କମେଡିଆନ ସୁମନ ମହାରଣା ଏବଂ ଅଭିନେତ୍ରୀ ପାୟଲ । ତେବେ ଏହି ଭିଡିଓ କୁ ବର୍ତ୍ତମାନ ଦୁଇ ଲକ୍ଷ ରୁ ଅଧିକ ଭିୟୁ ମିଳି ସାରିଲାଣି । ତେବେ ସମସ୍ତେ ଏହି ଗୀତ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣ ମାନେ ସୁମନ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସୁମନ ଜଣେ ଓଡିଆ କଥାଚିତ୍ର ଓ ଦୂରଦର୍ଶନ ଅଭିନେତା ଭାବେ ପରିଚିତ ଅଟନ୍ତି ।

୨୦୦୪ ମସିହାରେ ଓଡିଆ ଫିଲ୍ମ “କଣ୍ଢେଇ ଆଖିରେ ଲୁହ” ଚଳଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସୁମନ ଏହି ଫିଲ୍ମରେ ସୁନ୍ଦର ଅଭିନୟ କରିଥିବାରୁ ଶ୍ରେଷ୍ଠ କଳାକାରର ପୁରସ୍କାର ପାଇ ଥିଲେ । ଓଡିଆ କଥାଚିତ୍ର “ଲକ୍ଷ୍ମୀ ପ୍ରତିମା” ରେ ସୁନ୍ଦର ଅଭିନୟ କରି ଶ୍ରେଷ୍ଠ ହାସ୍ୟ ଅଭିନେତାର ପୁରସ୍କାର ପାଇଥିଲେ ।

ତେବେ ୨୦୧୮ ମସିହାରେ ସୁମନଙ୍କୁ ଦ୍ଵାଦଶ ଚଳଚିତ୍ର ଓ ତରଂଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ “ତେଜସ୍ବିନୀ” ପାଇଁ ହାସ୍ୟ ଅଭିନେତାର ପୁରସ୍କାର ମଧ୍ୟ ମିଳିଥିଲା । ତେବେ ସୁମନ ପ୍ରିୟା ମୋ ଆସିବା ଫେରି”, “ତୁ ମୋ ଆଖିର ତାରା”,, “ହେଲା ମତେ ପ୍ରେମ ଜର”, “ଶୁଭ ବିବାହ”, “ପହିଲି ରାଜ”, “ଜବରଦସ୍ତ ପ୍ରେମିକ”, “ପ୍ରେମ ରୋଗୀ”, “ସ୍ମାଇଲ ପ୍ଳିଜ” ଇତ୍ୟାଦି ଚଳଚିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *