ଉଠିଲା ବଡ ପ୍ରଶ୍ନ, ଜ୍ୟୋତିଙ୍କ ମୃତ ଦେହକୁ କାହିଁକି ଲୁଚେଇ କି ନିଆଗଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏହି ଦୁଇ ତିନି ଦିନ ତଳେ ଏକ ଅ-ଘ-ଟ-ଣ ଘ-ଟି ଯାଇଥିଲା ଯାହା ଭୁବନେଶ୍ୱର ର ଶତାବ୍ଦୀ ନଗରରେ ୧୫ ବର୍ଷୀୟ ଛାତ୍ର ଜ୍ୟୋତି ପ୍ରକାଶ ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ । ତେବେ ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘାଟରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ କିଛି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା ।

ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା । ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା ।

ତେବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଦୁଃଖ ଏବଂ ଶୋକ ରେ ଅଛନ୍ତି । ଜ୍ୟୋତି ଜଣେ ବହୁତ ଭଲ ଛାତ୍ର ଥିଲେ ମେଧାବୀ ଛାତ୍ର ଥିଲେ ତାଙ୍କ ଶିକ୍ଷକ ଏବଂ ସହପାଠୀ ମାନେ ମଧ୍ୟ ସମସ୍ତେ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ଦଳ ର କର୍ମଚାରୀ ମାନେ ବି-ରୋ-ଧ କରିଥିଲେ ଏବଂ ଆନ୍ଦୋଳନ ରେ ବସି ଥିଲେ ଓ କହିଥିଲେ କି ଜ୍ୟୋତିଙ୍କ ମୃତ ଦେହକୁ କାହିଁକି ଲୁଚେଇ କି ନିଆଗଲା । ତାଙ୍କର ଦାବି ଥିଲା କି ଜ୍ୟୋତି ଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କା ଦିଆଯାଉ ଏବଂ ଆଗାମୀ ଯେପରି ରାଜଧାନୀ ରେ ଏପରି ଘଟଣା ନ ଘଟେ ସେ ନେଇ ମଧ୍ୟ କିଛି ପଦକ୍ଷେପ ଉଠାଯାଉ ।

ଏହା ଛଡା ସେମାନେ କହିଛନ୍ତି କି ଶାସକ ଦଳ ମେନ ଡ୍ରେନ କୁ ଘୋଡାଉ ନାହାନ୍ତି ଏବଂ ସ୍ମାର୍ଟ ସିଟି ନାଁ ରେ ପଇସା ସବୁ ଖାଉଛନ୍ତି । ତେବେ ରାଜଧାନୀ ରାସ୍ତା ର ମରାମତି ଏବଂ ଏହି ଡ୍ରେନ ସବୁ କୁ ବନ୍ଦ କରିବାର ଦାୟିତ୍ୱ ମଧ୍ୟ ନିଅନ୍ତୁ ଯେପରି ଭବିଷ୍ୟତ ରେ ଆଉ ଏପରି ଅ-ଘ-ଟ-ଣ ନ ଘ-ଟୁ । ତେବେ ଏହା ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *