ବନ୍ଦ ନାକ ଖୋଲିବାର ରାମବାଣ ଘରୋଇ ଉପଚାର, ଥଣ୍ଡା, କାଶ, କଫ ଥରକରେ ଭଲ ହେବ- Health Tips

ବନ୍ଧୁଗଣ ସାଧାରଣତଃ ଥଣ୍ଡା ହେଲେ ଆମ ନାକ ବନ୍ଦ ହୋଇଯାଇଥାଏ । ନାକ ବନ୍ଦ ହେବା ଦ୍ଵାରା ଆମକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ଅସୁବିଧା ହୁଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ମାନେ ବିଭିନ୍ନ ପ୍ରକାର ଔଷଧର ସେବନ କରିଥାଉ ହେଲେ ଆମେ ମାନେ ଚାହିଁଲେ ଏହି ସମସ୍ୟାକୁ ଘରୋଇ ଉପଚାର ସହାୟତାରେ ଦୂର କରିପାରିବା । ଯଦି ଆପଣଙ୍କୁ ଥଣ୍ଡା ହେବା କାରଣରୁ ନାକ ବନ୍ଦ ରହୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗରେ ଆପଣ ବହୁତ ସହଜରେ ନିଜର ଏହି ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ନିଜ ଘର ମଧ୍ୟରେ ଅତି ସହଜରେ ବନେଇ ପାରିବେ ।

ଏହି ଉପଚାର ପାଇଁ ଆମକୁ ଦୁଇଟି ମୁଖ୍ୟ ଜିନିଷର ଆବଶ୍ୟକତା ରହିଛି । ପ୍ରଥମ ଜିନିଷଟି ହେଉଛି ଜୀରା ଓ ଦ୍ଵିତୀୟଟି ହେଉଛି ଲବଙ୍ଗ । ବନ୍ଧୁଗଣ ପ୍ରଥମେ ଆପଣ ଗ୍ୟାସ ଚୁଲାରେ ଏକ ପାଣି ପାତ୍ର ବସାନ୍ତୁ । କିଛି ସମୟ ପାଣି ଗରମ ହେବା ପରେ ଆପଣ ସେଥିରେ ଏକ ଚାମଚ ଜୀରା ପକାଇ ଦିଅନ୍ତୁ । ତା ପରେ ଆପଣ ୩ ରୁ ୪ଟି ଲବଙ୍ଗକୁ କୁଟି ସେଥିରେ ପକାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ଉପଚାର ପାଇଁ ତିନି ଗ୍ଳାସ ପାଣିର ବ୍ୟବହାର କରନ୍ତୁ ।

ସବୁ ଜିନିଷ ପକାଇବା ପରେ ଆପଣ ଏହି ପାଣିକୁ ସେତିକି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତିକି ସମୟ ପର୍ଯ୍ୟନ୍ତ ଏହା ଅଧା ନହୋଇଯିବ । ଯେତେବେଳେ ପାଣି ଫୁଟି ଅଧା ହୋଇଯିବ ସେତେବେଳେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଯେମିତି ବାମ୍ଫ ନିଅନ୍ତୁ ଠିକ ସେହି ପରି ଏହି ପାଣିରେ ବାମ୍ଫ ନିଅନ୍ତୁ ।

ଆପଣ ମାନେ ଏକ ଗାମୁଛାକୁ ନିଜ ମୁଣ୍ଡ ଉପରେ ଢାଙ୍କି ନିଜ ନାକରେ ବାମ୍ଫ ନିଅନ୍ତୁ । ଏହି ପାଣିର ବାମ୍ଫ ନେବା ଦ୍ଵାରା ଆପଣଙ୍କ ଛାତି ଯଦି ଜମାଟ ବାନ୍ଧି ଥିବ ତା ହେଲେ ତାହା ଖୋଲିବାକୁ ଲାଗିବ । ଯଦି ଆପଣଙ୍କ ନାକ ବନ୍ଦ ହୋଇଥିବ ତା ହେଲେ ଆପଣଙ୍କ ନାକ ସଂପୂର୍ଣ୍ଣ ଫିଟି ଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *