ଜ୍ଵାଇଁର ଉନ୍ମତ୍ତ କାଣ୍ଡ ! ପାରିବାରିକ ବିବାଦ ପାଇଁ ଶ୍ଵଶୁର ଘର ଲୋକଙ୍କ ଉପରେ ମଡେଇଲା କାର, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଦାମ୍ପତ୍ତ୍ୟ କଳହର ଭୟଙ୍କର ପରିଣତି । ଥରି ଉଠିଲା ସମ୍ବଲପୁର ବୁର୍ଲାର କଚେରୀ ଛକ । ଏହି ନାଲି କାରଟି କାହା ଉପରେ ଚଢି ଯାଇଥିଲା ତ କେଉଁଠି ପାଚେରି ଭାଙ୍ଗି ଛିନ ଛତର କରିଦେଲା । କିଛି ସମୟର ଆତଙ୍କ ରାଜରେ ଆତଙ୍କିତ ହୋଇ ପଡିଲା ସାରା ଇଲାକା । ଏ ଥିଲା ଦାମ୍ପତ୍ତ୍ୟ କଳିରୁ ଜ୍ଵାଇଁଙ୍କ ତାଣ୍ଡବ ରୂପ । ଆଉ ଏହା କଏଦ ହୋଇଛି ସିସିଟିଭିରେ ।

ବନ୍ଧୁଗଣ ଏବେ ସାମ୍ନାକୁ ଆସୁଛି 3ଟି ଦୃଶ୍ୟ । ପ୍ରଥମ ଦୃଶ୍ୟରେ ନାଲି କାରରେ ଜ୍ଵାଇଁ ପଂଚାନନ ଦାସ ଆଉ ସାମ୍ନାରେ ଶଶୁର ରାମଚନ୍ଦ୍ର ମହାପାତ୍ର । ରାମଚନ୍ଦ୍ରଙ୍କ ଉପରୁ ଗାଡି ଚଢାଇ ଦେବାକୁ ପଂଚାନନଙ୍କ ଉଦ୍ୟମ । ଦ୍ଵିତୀୟ ଦୃଶ୍ୟରେ ଏପଟେ ଚାଲି ଚାଲି ଆସୁଛନ୍ତି ସମ୍ପର୍କୀୟ ଶାଳକ ସାମ୍ନାରୁ ସିଧା ଦ୍ରୁତ ଗତିରେ ଆସି ଗାଡି ମଡାଇଲ ଦେଲେ ପଂଚାନନ । ଦୃଶ୍ୟ ନମ୍ବର 3ରେ କାର ଉପରେ ଲାଖି ରହିଥିବା ଶାଳକକୁ ନେଇ ସିଧା ପିଟି ଦେଲେ ସମ୍ବଲପୁର ଏସ୍ପିଙ୍କ ସରକାରୀ ବାସ ଭବନରେ ।

ବାସ ଏତିକି ହେଲା ପରେ ଦଉଡି ଆସିଲେ ଲୋକେ ଆଉ ପଂଚାନନକୁ କାବୁ କରି ଉତ୍ତମ ମାଧ୍ୟମ ଦେଇ ଚାଲିଲେ । ଏଭଳି କାର ଧକ୍କାରେ ସମ୍ପର୍କୀୟ ଶାଳକଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଶଶୁର ବି ଆହାତ ହୋଇଛନ୍ତି । ବନ୍ଧୁଗଣ ପଂଚାନନଙ୍କ ପତ୍ନୀ ହେଉଛନ୍ତି ଚନମୟୀ ମହାପାତ୍ର । 9 ବର୍ଷ ତଳେ ସେ ପଂଚାନନଙ୍କୁ ବିବାହ କରିଥିଲେ । ଚନମୟୀଙ୍କ ଅଭିଯୋଗ କୌଣସି କାରଣରୁ 6 ମାସ ହେଲାଣି ପଂଚାନନଙ୍କ ସହ ଦାମ୍ପତ୍ତ୍ୟ କଳହ ଲାଗି ରହୁଛି ।

ଏହି ବିବାଦରୁ ପିଲାଙ୍କୁ ନେଇ ବାପ ଘରେ ରହୁଛନ୍ତି ଚନମୟୀ । ତେବେ ପଂଚାନନ ଜଣେ ଆଇନଜୀବୀ ହୋଇଥିବାରୁ ପିଲାଙ୍କ ଭରଣ ପୋଷଣ କଥା ସ୍ଵାମୀ ହିଁ ବୁଝନ୍ତୁ ବୋଲି ନିବେଦନ କରିବା ସହ ହସ୍ତକ୍ଷେପ ପାଇଁ ଆଜି ବାପା ରାମଚନ୍ଦ୍ର ଓ ଦୁଇ ସମ୍ପର୍କୀୟ ଭାଇଙ୍କ ସହ ଆଜି ସମ୍ବଲପୁର ବାର ଆସୋସିଏସନର ଦ୍ଵାରସ୍ଥ ହୋଇଥିଲେ । ଆଉ ଫେରିବା ବେଳେ କଚେରୀ ଛକରେ ସମସ୍ତଙ୍କ ଉପରକୁ କାର ଚଢାଇବା ପାଇଁ ଉଦ୍ୟମ କରିଥିଲେ ପଂଚନନ ।

ଚିନମୟୀଙ୍କ କହିବା ମୁତାବକ, ତାଙ୍କ ସ୍ଵାମୀ ଆଗରୁ ମଧ୍ୟ ଏଭଳି ଧମକ ଦେଇଛନ୍ତି ଆଉ ସେ କହିଛନ୍ତି ମୋର ସ୍ତ୍ରୀ ପିଲା ଛୁଆ ଦରକାର ନାହିଁ ତାଙ୍କୁ ମୁଁ ଗାଡି ଚଢାଇ ମାରିଦେବି । ତେବେ ବନ୍ଧୁଗଣ ବର୍ତ୍ତମାନ ପଞ୍ଚନନଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *