‘ତାଙ୍କର କଲିଜା ବଡ, ବିବେକ ବଡ ହେଲେ ଆମର ତ ଛୋଟିଆ…’ ଦେଖନ୍ତୁ କାହାକୁ ଓ କାହିଁକି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ଭୋଟ କୁ ନେଇ ଏଭଳି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ନିଜ ମାଟି କୁ ଏଭଳି ଭାବରେ ଭଲପାଆନ୍ତି ମୁଁ ଜାଣିନାହିଁ । ମାଟିକୁ ଭଲ ପାଇବା ଲୋକ ହେଉଛୁ ଆମେ । ବରୁଣେଇ ପାହାଡ ତଳେ ବ୍ରିଟିଶ ସହିତ ଯୁଦ୍ଧ କରି ଆମ୍ଭ ପିତୃପୁରୁଷ ସହିଦ ହୋଇଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି ପାଇକ ପିଲା ଆମ୍ଭେ ଏବଂ ଏହି ମାଟିକୁ ପୂଜା କରିବା ଲୋକ ଆମ୍ଭେ ।

କ’ଣ କିଏ କଲା ମୁଁ ଜାଣିନାହିଁ । ମାତ୍ର ମୋ ଭୋଟ ଖଣ୍ଡକ ମୋର ଉପାଭୋଟପାର୍ଟି ସୋନିଆ ଗାନ୍ଧୀ ହେଉଛନ୍ତି ମୋର ଚେୟାରମ୍ୟାନ । ରାହୁଲ ଗାନ୍ଧୀ ଶରତ ପଟ୍ଟନାୟକ ନିର୍ଦ୍ଧେଶରେ ସିହ୍ନା ଙ୍କୁ ଭୋଟ ଦେଇଛି । ଆହୁରି ସୁର ବାବୁ କହିଛନ୍ତି ଯେ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭଲପାଏ, ଓଡିଆ ଝିଅ, ଆଦିବାସୀ ଘରେ ଜନ୍ମ, ସେ ନିଶ୍ଚିତ ଭାବରେ ଜିତିବେ, ଓଡିଶା ଭବନରେ ୨୦ ଦିନ ପୂର୍ବରୁ ଫୁଲତୋଡା ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ଅଭିନନ୍ଦନ ଜଣାଇଥିଲେ କହିଛନ୍ତି ସୁର ରାଉତରାୟ ।

ସେ ଏହା ମଧ୍ୟ କହିଛନ୍ତି ଯେ ନବୀନବାବୁ ସାହାର୍ଯ୍ୟ ନକରିବା ପୂର୍ବରୁ ମୁଁ ଅଭିନନ୍ଦନ ଜଣାଇଛୁ । ତାଙ୍କର ବିରାଟ କଲିଜା ତଥା ବିରାଟ ବିବେକ,ମାତ୍ର ଆମ୍ଭର ଛୋଟିଆ ବିବେକ, ଏବଂ ଆମ୍ଭେ ଦଳ ପ୍ରିନ୍ସିଫୁଲ ଲୋକ । ଦଳ ସୁପ୍ରିମ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ ।

ଏବଂ ଦଳ କଥା ଅନୁସାରେ ଭୋଟ ଆମ୍ବ ଉପ କ୍ୟାଣ୍ଡିଡେଡ ସିହ୍ନାଙ୍କୁ ଦେଇଛୁ । ମାତ୍ର ଆମ୍ଭେ ଏକ ଅଛୁ । ଆମ୍ଭ ନେତା ସଠିକ ଅଛନ୍ତି । ସୁର ରାଉତରାଯ କହିଛନ୍ତି ଆମ୍ଭ ନେତା ମାନେ ଯାହା କହିବେ ଆମ୍ଭେ ସେହି ଅନୁସାରେ କରିବା ଏବଂ ଆମ୍ଭେ ଲୟାଲ ତଥା ବିଶ୍ଵସ୍ତ ଅଟୁ । ସୁର ଯାହା ମଧ୍ୟ ପଦବୀ ପାଇଛନ୍ତି କେବଳ ଦଳ ପାଇଁ ବୋଲି କହିଛନ୍ତି । ମନ୍ତ୍ରୀ ମଧ୍ୟ ହୋଇଛି ଦଳ ପାଇଁ ଏବଂ ଏହି ରାଜ୍ୟର ବିକାଶ କରୁଛି ଦଳ ପାଇଁ ।

ଆଜି ଭୁବନେଶ୍ଵର ତଥା ଜଟଣୀ ଆଖପାଖରେ ୪୨ ଟି ହାଇସ୍କୁଲ ଖୋଲିଛି କେବଳ କଂଗ୍ରେସ ଦଳ ପାଇଁ । ତେବେ ଏହିଭଳି ଭାବରେ ନିଜର ମନ୍ତବ୍ୟ ଦେଇଛନ୍ତି ସୁର ମହୋଦୟ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *