Bollywood ସିଙ୍ଗର Jubin Nautiyal ହେବେ ଗିରଫ…କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୀ ସିନେମା ଜଗତର ସବୁଠୁ ଦମ୍‌ଦାର କଣ୍ଠଶିଳ୍ପୀଙ୍କ ନାଁ ଚର୍ଚ୍ଚାକୁ ଆସିଲେ ଜୁବିନ୍‌ ନୌଟିୟାଲଙ୍କ କଥା ନିହାତି ଉଠେ । ତେବେ ଇତି ମଧ୍ୟରେ ଜୁବିନ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି । ଏଣୁ ଏବେ ଟ୍ଵିଟରରେ ହାସ୍‌ଟ୍ୟାଗ୍‌ ଆରେଷ୍ଟ ଜୁବିନ୍‌ ନୌଟିୟାଲ ଟ୍ରେଣ୍ଡ୍‌ କରୁଛି ।

ଏହା ପଛର କାରଣ ହେଉଛି ଜୁବିନ୍‌ ଜୟ ସିଂହ ନାମକ ବ୍ୟକ୍ତିଙ୍କ ମ୍ୟୁଜିକ କନ୍‌ସର୍ଟ କରିଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଜୁବିନ୍‌ ନୌଟିୟାଲଙ୍କ ଅପ୍‌କମିଂ ମ୍ୟୁଜିକ କନ୍‌ସର୍ଟର ଏକ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ଶୋ’କୁ ଯିଏ ଅର୍ଗାନାଇଜ୍‌ କରୁଛନ୍ତି ତାଙ୍କ ନାଁ ଜୟ ସିଂହ ଲେଖାଯାଇଛି । ଏହି ବ୍ୟକ୍ତିଙ୍କୁ ନେଇ ସବୁ ବିବାଦ ଆରମ୍ଭ ହୋଇଛି ।

କେତେକ ସୋସିଆଲ ମିଡିଆ ୟୁଜର ଦାବି କରୁଛନ୍ତି ଯେ ଜୟ ସିଂହ ହେଉଛନ୍ତି ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ କ୍ରିମିନାଲ । ତେବେ ସେହିପରି ଆଉ କିଛି ୟୁଜର ଦାବି କରିଛନ୍ତି ଯେ ଜୟ ସିଂହଙ୍କ ପ୍ରକୃତ ନାମ ହେଉଛି ରେହାନ ସିଦ୍ଦିକି । ଜୟ ସିଂହ ନାମକ ଏହି ବ୍ୟକ୍ତି ଡ୍ରଗ୍ସ ଚୋରାଚାଲାଣଠାରୁ ଆରମ୍ଭ କରି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଜଡ଼ିତ ଅଛି । ଏଭଳି ଅନେକ ସାଂଘାତିକ ଅଭିଯୋଗ ଜୟ ସିଂହ ବିରୋଧରେ ଆସିଛି ।

ଏହି କାରଣରୁ ପୋଲିସ ଏହି ଅପରାଧୀକୁ ୩୦ ବର୍ଷ ଧରି ଖୋଜୁଛି । ଏଭଳି ସ୍ଥିତିରେ ଏହି ବ୍ୟକ୍ତିଙ୍କ ମ୍ୟୁଜିକ କନସର୍ଟ କରୁଥିବାରୁ ସୋସିଆଲ ମିଡିଆ ୟୁଜର ଜୁବିନ୍‌ଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଆରେଷ୍ଟ ଜୁବିନ୍‌ ନୌଟିୟାଲ ଟ୍ରେଣ୍ଡ୍‌ କରୁଛି । ତେବେ ଜୁବିନଙ୍କ ଗିରଫକୁ ନେଇ କାହିଁକ ଉଠୁଛି ଦାବି: ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବୟକଟର ଟ୍ରେଣ୍ଡ ଚାଲିଛି ।

ପବର୍ବରୁ ବଲିଉଟ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’, ‘ରକ୍ଷା ବନ୍ଧନ’ ପରି ଚଳଚିତ୍ରକୁ ବୟକଟ ଏବଂ ଟ୍ରୋଲ କରାଯାଉଥିବା ବେଳେ ବର୍ତ୍ତମାନ ସଙ୍ଗୀତକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଛି । ତେବେ ସିଙ୍ଗର ଜୁବିନ ନୋଟିୟାଲ୍ ପୂର୍ବରୁ ଅନେକ ସୁପର୍ ହିଟ୍ ଗୀତ ଦେଇଥିବା ବେଳେ ବର୍ତ୍ତମାନ ସେ ତାଙ୍କ ପରବର୍ତ୍ତି ଗୀତକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ।

ୟୁଜର୍ସମାନେ ତାଙ୍କୁ ଭାରି ମାତ୍ରାରେ ବିରୋଧ କରିବା ସହ ତାଙ୍କୁ ଗିରଫ କରିବାକୁ ମଧ୍ୟ ପୋଲିସ ନିକଟରେ ଦାବୀ କରିଛନ୍ତି । ତେବେ ସିଙ୍ଗର ଜୁବିନ ନୋଟିୟାଲ୍ ଙ୍କ ଟୁଇଟର ଆକାଉଣ୍ଟ ରେ ତାଙ୍କ ଆଗାମୀ ଗୀତର ପୋଷ୍ଟର ଭାଇରାଲ ହେବାର ଲାଗିଛି । ତେବେ ଏହି ପୋଷ୍ଟରେ ଥିବା ନିର୍ମାତାଙ୍କ ନାମକୁ ନେଇ ବର୍ତ୍ତମାନ ହଙ୍ଗାମା ଆରମ୍ଭ ହୋଇଛି ।

ତେବେ ୟୁଜର୍ସମାନଙ୍କ କହିବା ଅନୁଯାୟୀ ପୋଷ୍ଟରରେ ଥିବା ଜୟ ସିଂହ ନାମକ ବ୍ୟକ୍ତି ପ୍ରକୃତରେ ଭାତର ଜଣେ ମୋଷ୍ଟ ୱାଣ୍ଟଟେଡ୍ କ୍ରିମିନାଲ । ଯାହକୁ ୩୦ ବର୍ଷ ହେବ ପୋଲିସ ଖୋଜୁଥିଲା । ତେବେ ବ୍ୟକ୍ତିଙ୍କ ପ୍ରକୃତ ନାମ ରେହାନ ସିଦ୍ଦିକି । ତେବେ ୟୁଜର୍ସମାନଙ୍କ ମତରେ ସିଙ୍ଗର ଜୁବିନ ନୋଟିୟାଲ ଅପରାଧୀଙ୍କ କଂସର୍ଟ କରୁଥିବାରୁ ତାଙ୍କୁ ଗିରଫ କରାଯାଉ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *