ରାଜମହଲ ଛକରେ ହାଇଡ୍ରାମା, ଯୁବତୀ ଓ ଯୁବକଙ୍କ ମଧ୍ୟରେ ଟଣାଓଟରା…ଦେଖନ୍ତୁ ଏହି ଭାଇରାଲ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ରାଜମହଲ ଛକରେ ଦେଖିବାକୁ ମିଳିଛି, ଯାହାକୁ ପ୍ରାୟ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ଘଟଣା ସମ୍ବନ୍ଧରେ । ଭୁବନେଶ୍ଵର ରାଜମହଲ ଛକରେ ଯୁବତୀ ଏବଂ ଯୁବକ ଏକ ଜାଗାରେ ବସିଥିବା ସମୟରେ ହଠାତ ଦୁଇ ଯୁବକ ଆସି ବସିଥିବା ଯୁବକଙ୍କ ପ୍ୟାଣ୍ଟକୁ ଧରିପକାଇଲେ । ସେହି ସମୟରେ ଯୁବତୀ ଜଣଙ୍କ ଉଠି କହିଲା ଯେ ତାକୁ ଛାଡ କାହିଁକି ତାକୁ ଧରିଛ ତଥା ସେ କରିଛି କ’ଣ ?

ମାତ୍ର କିଛି ନ କହି ୨ ଯୁବକ ସେହିଭଳି ଯୁବକଙ୍କୁ ଧରିଥାନ୍ତି । ଘଟଣା କଣ ହୋଇଛି ପଚାରିବାରୁ କୁହନ୍ତି ଯୁବତୀ ଯେ ଏ ମୋର ସ୍ଵାମୀ କିନ୍ତୁ ଆମ୍ଭେ ଜାଣିନାହୁଁ ଏମାନେ କାହିଁକି ଧରିଲେ ୟାକୁ । ବର୍ତ୍ତମାନ ସେ ବହୁତ ଭଲ ହୋଇଯାଇଛି ତଥା କିଛି ସେଭଳି କାମ କରୁନାହିଁ ଯାହା ଦ୍ଵାରା ଏମିତି ଶିକାର ହେବ । ଯେଉଁ ଦୁଇ ଯୁବକ ଅନ୍ୟ ଏକ ଯୁବକଙ୍କୁ ଧରିଥାନ୍ତି ସେମାନେ ମଧ୍ୟ କିଛି କହୁନଥାନ୍ତି ଖାଲି ଧରିକି ଟଣା ଓଟରା କରୁଥାନ୍ତି ।

ଏହାକୁ ଦେଖି ସେଠାରେ ସ୍ଥାନୀୟ ଲୋକେ ଏକତ୍ରିତ ହେଲେ ଏବଂ ବାରମ୍ବାର ପଚାରି କହିଲେ ରାଜରାସ୍ତାରେ ଏ କି ପାଲା ଚାଲିଛି ? ତୁମ୍ଭର ଯାହା କରିବାର ଅଛି ଘରେ ବସି ମାଡଗୋଳ ହୁଅ । ତଥାପି କେହି କାହା କଥା ଶୁଣୁନଥାନ୍ତି । କିଛି ଲୋକେ ଭିଡିଓ କରୁଥିବା ବେଳେ ଆଉ କିଛି ଲୋକେ ଏହି ଦୃଶ୍ୟର ମଜା ଉଠାଉଥିଲେ ।

ସେଠାରେ ଆଉ ଏକ ଝିଅ ମଧ୍ୟ ଉପସ୍ଥିତ ଥିଲା ତାଙ୍କୁ ଯୁବତୀ ଜଣଙ୍କ କହୁଛନ୍ତି ଯେ ତୁ ଯାହା କରିଲୁ କିଛି ଭଲ କରିଲୁ ନାହିଁ । ମାତ୍ର ସେ କିଛି କରି ନାହିଁ । ସେ ସଂପୂର୍ଣ୍ଣ  ଭାବରେ ସୁନାପିଲା ହୋଇଯାଇଛି । ତେବେ ଏହା କେଉଁ ବିଷୟ କୁ ନେଇ କହିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାନାହିଁ । ଯୁବକ ଜଣଙ୍କ କହିବା କଥା ଯେ କିଏ କେଉଁଠି ଚୋରୀ କରିଛି ।

ସେ ପର୍ସ ତଥା କଣ କଣ ନେଇ ଯାଇଛନ୍ତି ସେ ଲୋକକୁ ଡାକି ଦେଖାଅ ଯଦି ମୁଁ ନେଇଥିବି ତେବେ ମୁଁ ନିଶ୍ଚିତ ଭାବରେ ଶାସ୍ତି ପାଇବି । ମାତ୍ର କିଛି ନ ଜଣାଇ ଏଭଳି କରିବାର ଅର୍ଥ କ’ଣ ? ତେବେ ଏହିଭଳି ବାରମ୍ବାର କହୁଥିଲେ ଯୁବକ ଜଣଙ୍କ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *