‘ଓଡିଆ ଫିଲ୍ମ ହିରୋମାନେ ନିର୍ଦ୍ଦେଶକଙ୍କୁ ଉଠବସ କରାନ୍ତି, ସୁଟିଙ୍ଗ ସେଟକୁ ଡେରିରେ ଆସନ୍ତି ଓ ଯଦି…’ ଏମିତି କାହିଁକି କହିଲେ ଅଭିନେତା ମନୋଜ ମିଶ୍ର ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତଃ ଓଡିଆ ଇଣ୍ଡଷ୍ଟ୍ରୀର ଅବସ୍ଥା ବର୍ତ୍ତମାନ ବହୁତ ତଳକୁ ଖସି ଯାଇଛି । ଲୋକେ ଓଡିଆ ଚଳଚିତ୍ର କୁ ଦେଖିବାକୁ ଆଉ ପସନ୍ଦ କରୁନାହାଁନ୍ତି । ଯାହା ଫଳରେ ଓଡିଶା ରେ ଇଣ୍ଡଷ୍ଟ୍ରୀ ର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି । ଓଡିଶାରୁ ଓଡିଆ ଚଳଚିତ୍ର ଲୋପ ପାଇବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ବାବଦକୁ ନେଇ ଅଭିନେତା ମନୋଜ ମିଶ୍ର କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ।

ଅଭିନେତା ମନୋଜ ମିଶ୍ର କହିଛନ୍ତି ଯେ ସିନେମା ହେଉଛି ଡାଇରେକ୍ଟର ମିଡିୟମ । ଡାଇରେକ୍ଟର ଙ୍କ ଛଡା ସିନେମା ରେ କିଛି ନାହିଁ । ସେ କହିଛନ୍ତି ଯେ ସେ ତେଲୁଗୁ ଚଳଚିତ୍ର ତାମିଲ ଚଳଚିତ୍ରରେ ବହୁତ ବଡ ବଡ ଡାଇରେକ୍ଟର ସହିତ କାମ କରିଛନ୍ତି । ଅଭିନେତା ମନୋଜ ଏହା ମଧ୍ୟ କହିଛନ୍ତି ଯେ ମୁଁ କେଉଁଠାରେ ମଧ୍ୟ ଦେଖିନାହିଁ ଯେ ହିରୋ ମାନେ ଆସି ଡାଇରେକ୍ଟର ଙ୍କୁ ସେଟ ରେ ଡରାଇବେ ।

ଏହା ଏଭଳି ଏକ ପ୍ଲେସ ଯେଉଁଠାରେ ହିରୋ ମାନଙ୍କ ଅନୁସାରେ ସିନେମା ହୁଏ । ମାତ୍ର ଏଭଳି କେଉଁଠାରେ ହୁଏ ନାହିଁ । ଡାଇରେକ୍ଟର ଙ୍କ ଅନୁସାରେ ସିନେମା ହୋଇଥାଏ । ଓଡିଶା ରେ ହିରୋ ଆସିଲା ପରେ ସୁଟିଙ୍ଗ ଆରମ୍ଭ ହେବ । ତେଣିକି ସେ ୧୨ ଟା ହେଉ, ୨ ଟା ହେଉ, ୩ ଟା ହେଉ ।

ଯଦି ସେହି ଡାଇରେକ୍ଟରଙ୍କର ସେତିକି ଥାନ୍ତା ଯେ ସେହି ସମୟରେ ସେ ହିରୋ କୁ ବାହାର କରିଦେଇଥାନ୍ତେ ତେବେ ଆଜିଭଳି ଦିନରେ ଏହିଭଳି ଅବସ୍ଥା ବୋଧହୁଏ ହେଇ ନଥାନ୍ତା । ମାତ୍ର ଆକ୍ଟର କୁ ଏତେ ଭାଉ କାହିଁକି ସେ ବୁଝି ପାରୁ ନାହାଁନ୍ତି ବୋଲି କହିଲେ । ସିନେମାରେ ଆକ୍ଟରର କିଛି ମତଲବ ନାହିଁ । ସିନେମା ହେଉଛି ଡାଇରେକ୍ଟର ମିଡିୟମ । ତେବେ ଆଜି ମଧ୍ୟ ଆମ୍ଭେ ମାନେ ବଦଳିନାହୁଁ । ମାତ୍ର ଏହା ଗୋଟିଏ ରାତିର କଥା ନୁହେଁ ଯେ ଆଜି ଆମ୍ଭେ ଆସିବା ବସିବା ଡ଼ିସକସ କରିବା ଏବଂ ବଦଳିଯିବା ।

ଆମ୍ଭକୁ ଆକଚୁଆଲି ନିଜ ଭିତରେ ୨ ବର୍ଷ ସମୟ ମିଳିଲା ଚିନ୍ତା କରିବା ନିମନ୍ତେ କି ନିଜ ଭିତରେ କିଛି ଇମ୍ପୃଭ କରିପାରିଲେ ନାହିଁ । ଆଜିକା ଡେଟ ରେ ଆମ୍ଭେ ଯାହା କରିଲେ ମଧ୍ୟ KGF, ପୁଷ୍ପା ତଥା ବାହୁବଲି କରିପାରିବା ନାହିଁ । କିନ୍ତୁ ଭାରୋଷା ରହିଅଛି ଯେ ଦିନେ ନା ଦିନେ ଓଡିଆ ଚଳଚିତ୍ର ପ୍ରଚୁର ସଫଳତା ହାସିଲ କରିବ । ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ମନୋଜ ମିଶ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *