ଜଙ୍ଗଲରୁ ଆସୁଛି ପଚା ଗନ୍ଧ….ଜାଣନ୍ତୁ କଣ ଅଟେ ପୁରା ଅମାମଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଙ୍ଗଲ ଭିତରେ ବାଘର ଗଳିତ ମୃତ ଦେହ କୁ ଠାବ କରାଯାଇଅଛି । ବାରହା ପାଇଁ ଲଗା ଯାଇଥିବା ଫାଶରେ ପଡି କଲରାପତରିଆ ବାଘର ଜୀବନ ଯାଇଥିବା ଜଣା ପଡିଛି । ତେବେ ମୃତ ବାଘର ନଖ ଏବଂ ନିଶ କୁ ଦୁର୍ବୁତ ମାନେ ନେଇଯାଇଥିବା ଜଣା ପଡିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ର ବାଘପାଲି ଜଙ୍ଗଲରୁ ସାମ୍ନାକୁ ଆସିଛି ।

ତେବେ କିଛି ଲୋକ ଜଙ୍ଗଲ ଭିତରକୁ ଛେଳି ଚରାଇବାକୁ ଯାଇଥିବା ବେଳେ ପଚା ଗନ୍ଧ ମାଡି ଆସିଥିଲା । ଫଳରେ ନିକଟକୁ ଯାଇ ଦେଖିବା ବେଳକୁ ସେଠାରେ ଏକ କଲରାପତରିଆ ବାଘ ମରିପଡିଥିବା ଦେଖିବାକୁ ପାଇଥିଲେ । ଫଳରେ ଛେଳି ଚରାଳି ମାନେ ଏହି ବିଷୟରେ ଗ୍ରାମବାସୀ ଙ୍କୁ ଏ ବିଷୟରେ ଖବର ଦେଇଥିଲେ । ବାଘକୁ ଦେଖିବା ପାଇଁ ଘଟଣା ସ୍ଥଳରେ ଭିଡ ଜମିଥିଲା । ତେବେ ବାଘଟି ମରିବାର ପ୍ରାୟ ୫ ରୁ ୭ ଦିନ ହୋଇଯାଇଥିବାରୁ ତାହାର ମୃତ ଦେହରେ ପୋକ ଲାଗିଯାଇଥିବା ଦେଖିବାକୁ ମିଳିଥିଲା ।

ଏ ନେଇ ସ୍ଥାନୀୟ ଲୋକେ ଉଲୁଣ୍ଡା ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ କର୍ମଚାରୀ ମାନେ ବିଳମ୍ବରେ ଘଟଣା ସ୍ତଳରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜଙ୍ଗଲ ଭିତରେ ବିଦ୍ୟୁତ ତାର ଯାଇଥିବାରୁ ଦୁର୍ବୁତ ମାନେ ସେଠାରୁ ବିଦ୍ୟୁତ ବ୍ୟବହାର କରି ଜନ୍ତୁ ଶିକାର କରୁଥିବାର ଅଭିଯୋଗ ହୋଇଛି ।

ଏହା ଫଳରେ କେତେବେଳେ ବାଘ ତ ଆଉ କେତେବେଳେ ହାତୀ ଭଳି ପଶୁ ଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଅଭିଯୋଗ କରିଲେ ମଧ୍ୟ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ଦ୍ରୁଷ୍ଟି ଦେଉ ନାହାଁନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ମାତ୍ର ଏହିଭଳି ବନ ବିଭାଗର ଅବହେଳାରେ ବନ୍ୟଜୀବଜନ୍ତୁ ମାନଙ୍କର ଆକାରଣରେ ଜୀବନ ଚାଲି ଯାଉଛି । କିନ୍ତୁ କାହାକୁ କିଛି ଫରକ ହିଁ ପଡୁନାହିଁ । ମାନବିକତା ସତରେ ଯେମିତି କୁଆଡେ ହଜି ଯାଇଛି ।

ନଚେତ କଥା ନ କହିପାରୁଥିବା ଏହି ନିରୀହ ପ୍ରାଣୀ ମାନଙ୍କର ଆକାରଣରେ ଜୀବନ ଚାଲିଜାଆନ୍ତା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବନ ବିଭାଗ ଏ ନେଇ କୌଣସି ପଦକ୍ଷପ ଗ୍ରହଣ କରି ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *