ମୃତ୍ୟୁ ପଂଝାରେ 3 ଦିନ ଧରି ଫସି ରହିଥିଲେ ଯୁବକ, ଦେବଦୂତ ସାଜି ଏମିତି ଉଦ୍ଧାର କଲେ ସେନା ଯବାନ ! ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ଥା ବହୁତ ଜଟିଳ ଅଛି କାରଣ ଦେଶରେ କରୋନା ମହାମାରୀର ସମୟ ଚାଲିଛି । ତେବେ ଏହି କରୋନା କାଳ ସମୟରେ ମଧ୍ୟ ଦେଶରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ତେବେ ଗତ କିଛି ସମୟ ହେବ ଏକ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସାହାସୀ ଭାରତୀୟ ଯବାନଙ୍କୁ ସତ ପ୍ରମାଣ । ଦେବଦୂତ ସାଜି ମୃତ୍ୟୁ ମୁହଁରୁ ବଞ୍ଚାଇଲ ଛନ୍ତି ଗୋଟେ ଜୀବନ । ଭାରତୀୟ ସେନା ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଲା ପୁରା ଅଞ୍ଚଳ । ଭାରତର ସାହାସୀ ଯବାନ ନଥିଲେ ହୁଏତ ମୃତ୍ୟୁ ମୁଖରୁ ମୁକୁଳିବା ସମ୍ଭବ ହୋଇ ନଥାନ୍ତା ଏକ ଯୁବକଙ୍କ ପାଇଁ ।

ଅସମ୍ଭବକୁ ସମ୍ଭବ କରି ଦେଖାଉ ଥିବା ଦେଶବାସୀଙ୍କ ସୁରକ୍ଷା ପାଇଁ ମୃତ୍ୟୁ ସହ ଲଢୁଥିବା ବୀର ସାହାସୀ ଯବାନ ଆଜି ପୁଣି ଥରେ ମୃତ୍ୟୁର ପଞ୍ଜାରେ ଫଶିରହିଥିବା ଏକ ଯୁବକଙ୍କ ଜୀବନ ବଞ୍ଚାଇ ଦେଶବାସୀଙ୍କ ମନ ଜିଣି ଛନ୍ତି ।କେରଳର ମାଲମପୁଞ୍ଜା ପାହାଡରେ ଗତ ତିନି ଦିନ ହେବ ଫଶିରହିଥିବା ଯୁବକ ଆର ବାବୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ ।

ଗତ ସୋମବାର କେରଳର ଆର ବାବୁ ନିଜ ସାଥିଙ୍କ ସହ ମାଲମପୁଞ୍ଜା ପାହାଡକୁ ଟ୍ରେକିଙ୍ଗ ପାଇଁ ଯାଇଥିଲେ । ତେବେ ପାହାଡର ଶିଖରରେ ପହଞ୍ଚିବା ପୂର୍ବରୁ ଦୁଇ ସାଥି ଓଲହାଇବାର ନିଷ୍ପତ୍ତି ନେଇଥିଲେ । ହେଲେ ଆର ବାବୁ ପାହାଡରେ ଚଢିବା ସହ ଶିଖରରେ ପହଞ୍ଚି ଥିଲେ । ତେବେ ଶିଖରରେ ପହଞ୍ଚିବା ପରେ ଖସି ପଡିଥିଲେ ବାବୁ । ହେଲେ ଶୋଭାଗ୍ୟ ବଶତଃ ଦୁଇ ପାହାଡର ଚଟାଣ ମଝିରେ ଫଶି ରହିଥିଲେ ଆର ବାବୁ ।

ଏନେଇ ନିଜ ସାଥିଙ୍କୁ ଅବଗତ କରେଇଥିଲେ ବାବୁ ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ତେବେ ସ୍ଥାନୀୟ ବିଧାୟକ ଏହି ବାବଦରେ କେରଳର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରେଇଥିଲେ । ସେହି ସମୟରେ ଦୀର୍ଘ ଦୁଇ ଦିନ ଧରି କିଛି ନଖାଇ ନପିଇ ଚଟାଣ ମଝିରେ ବସି ରହିଥିଲେ ଆର ବାବୁ ।ଏହା ପରେ ଭାରତୀୟ ଯବାନ ମାନେ ଆର ବାବୁଙ୍କୁ ଉଦ୍ଧାର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *