Jagrati ଙ୍କ କଥାକୁ ହସରେ ଉଡେଇ ଦେଲେ Varsha Priyadarshini, ଲେଖିଲେ କିଛି ଏମିତି…

ବନ୍ଧୁଗଣ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବର୍ଷା ଓ ଅନୁଭବଙ୍କ ମାମଲାଟି ଏବେ କୋର୍ଟରେ ବିଚାରଧିନ ରହିଥିବା ବେଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏବେ ବିବାଦରେ ଫସି ଯାଇଛନ୍ତି । ବର୍ଷାଙ୍କ ସଂସଦରେ ଥିବା ସ୍ପାଉସ କାର୍ଡ ତଥା ଜୀବନସାଥୀ କାର୍ଡକୁ ବାତିଲ କରିବା ପାଇଁ ଅନୁଭବ ଯେଉଁ ଅନୁରୋଧ କରିଥିଲେ ଏହା ବିପକ୍ଷରେ ବର୍ଷା ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ ।

ଏବେ ହାଇକୋର୍ଟ ଅନୁଭବଙ୍କୁ ଓ ଅନ୍ୟ ମାନଙ୍କୁ କାରଣ ଦର୍ଶାଇବାର ନୋଟିସ କରିଛି । ତେବେ ଗତ କାଲି ଜାଗୃତି ଭଡକିକି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବର୍ଷାଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ଅପଲୋଡ କରିଥିଲେ ଯେଉଁଥିରେ ସେ ଲେଖିଥିଲେ-‘ ‘ଜଣେ ସାଂସଦଙ୍କ ପତ୍ନୀ ବିବାହ ସାର୍ଟିଫିକେଟ, ଦଶମ ସାର୍ଟି ଫିକେଟ, ପାସପୋର୍ଟ, ପ୍ୟାନ କାର୍ଡ, ବ୍ଯାଙ୍କ ଆକାଉଣ୍ଟ, ଆଇଟିଆର ଓ ସମସ୍ତ ଡକ୍ୟୁମେଣ୍ଟରେ ନାମ ଭିନ୍ନ ରହିଛି । ଏ

ଆଗକୁ ସେ ଲେଖିଛନ୍ତି-‘ପରିକି ନିଜ ବାପାଙ୍କ ନାମ ମଧ୍ୟ ଅଲଗା ଲେଖି ଛନ୍ତି ଏହା କଣ ଜାଲିଆତି ନୁହେଁ କି । ସାଂସଦଙ୍କ ପତ୍ନୀଙ୍କୁ ସଠିକ ଭାବରେ ତଦନ୍ତ କରିବା ଉଚିତ ନୁହେଁ କି ପତ୍ନୀ ହିସାବରେ ସେ କଣ ସମସ୍ତ ସୁବିଧା ପାଇବା ଯୋଗ୍ୟ କି’ । ଜାଗୃତି ନିଜର ଏହି ପୋଷ୍ଟ ପାଇଁ ୟୁଜର୍ସ ମାନଙ୍କ ଜାଲରେ ଫସି ଯାଇଛନ୍ତି । ଜାଗୃତିଙ୍କ ଏହି ପୋଷ୍ଟଟି ଭାଇରାଲ ହେବା ପରେ ଏହି ପୋଷ୍ଟକୁ ନେଇ କମେଣ୍ଟ ଉପରେ କମେଣ୍ଟ କରିଥିଲେ ୟୁଜର୍ସ ।

ଅନେକ ୟୁଜର୍ସ ଜାଗୃତିଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ଓ ଜାଗୃତି ବିବାଦରେ ଫଶି ଯାଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଘୃଣାର ଉତ୍ତର ହସରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ମାନିବାକୁ ପଡିବ ବର୍ଷାଙ୍କ ଧର୍ଜ୍ୟକୁ ଆଉ ତାଙ୍କ ବୁଦ୍ଧିମତାକୁ । ତେବେ ଜାଗୃତିଙ୍କ ଏହି ପୋଷ୍ଟର ଉତ୍ତରରେ ବର୍ଷା ନିଜ ଫେସବୁକ ଆକାଉଣ୍ଟରେ କିଛି ନଲେଖି ତିନୋଟି ଫଟୋ ପୋଷ୍ଟ କରିଛନ୍ତି ।

ବର୍ଷା ନିଜର ତିନୋଟି ଫଟୋ ସେୟାର କରିଛନ୍ତି ଓ ସେହି ଫଟୋରେ ହସ ହସ ମୁହଁ ରହିଛି ବର୍ଷା ପ୍ରିୟଦର୍ଶନୀଙ୍କର । ଯଦିଓ ଏ ବିଷୟ ଉପରେ ବର୍ଷା ନିଜର ବିବ୍ରୁତି ଓ ଟିପ୍ପଣୀ ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଏହି ତିନୋଟି ଫଟୋ ହିଁ ଯଥେଷ୍ଟ ତାଙ୍କ ଉତ୍ତର ଦେଇଦେବା ପାଇଁ । ତେବେ ବର୍ଷାଙ୍କର ଏହି ତିନୋଟି ଫଟୋକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *