ଯୁବକଙ୍କୁ ଏତେ କମ ବୟସରେ କାହିଁକି ଆସୁଛି ଏତେ ହାର୍ଟଟାକ ? ଜାଣନ୍ତୁ କାରଣ !

ବନ୍ଧୁଗଣ, ବର୍ତ୍ତମାନ ଆଙ୍କଳନରୁ ଜଣା ପଡିଛି ଯେ, ଭାରତରେ ବହୁତ କମ ବୟସରେ ଯୁବକ ମାନଙ୍କୁ ହାର୍ଟହାଟାକ ଭଳି ସମସ୍ୟା ଦେଖାଯାଉଅଛି । ଭାରତରେ ସମୁଦାୟ ୬.୨ କରୋଡ ଲୋକଙ୍କୁ ହୃଦୟ ସମ୍ବନ୍ଧିତ ବେମାରି ହୋଇଅଛି । ଏଥି ମଧ୍ୟରୁ ସମୁଦାୟ ୨.୩ କରୋଡ ଲୋକଙ୍କ ବୟସ ୪୦ ବର୍ଷ ରୁ କମ ଅଛି । ଭାରତ ନିମନ୍ତେ ଏହି ସମୟ ନିଜ ମଧ୍ୟରେ ଚକିତ କରିଦେବା ଭଳି ହୋଇଅଛି । ସମଗ୍ର ଦୁନିଆରେ ଭାରତରେ ଏହି ଅଙ୍କ ସବୁଠାରୁ ଦୃତ ଗତିରେ ବଢିବାକୁ ଲାଗିଅଛି । ହେଲ୍ଥ ଡେଟାଡଟ ORG ର ମୁତାବିକ ଅକାଳ ମୃତ୍ୟୁ କାରଣରୁ ୨୦୦୫ ମସିହାରେ ହୃଦୟ ସମ୍ବନ୍ଧିତ ବେମାରି ୩ ୟ ସ୍ଥାନରେ ଥିଲା ।

ମାତ୍ର ବର୍ତ୍ତମାନ ଏହି ବେମାରୀ ଅକାଳ ମୃତ୍ୟୁର ପ୍ରଥମ କାରଣ ବନିଯାଇଅଛି । ୧୦ ରୁ ୧୫ ବର୍ଷ ପୂର୍ବେ ଏହି ବିମାରୀ କୁ ବୟସ୍କ ଲୋକଙ୍କ ସହିତ ଯୋଡି ଦେଖାଯାଉଥିଲା । ପଦ୍ମଶ୍ରୀ ସନ୍ନମାନ ରେ ସନମାନିତ ଡାକ୍ତର ଏସ ସି ମନଚନ୍ଦା ର ମୁତାବିକ ବର୍ତ୍ତମାନ ଯୁବକ ମାନଙ୍କର ହୃଦୟ କମଜୋର ହୋଇଗଲାଣି । ତାଙ୍କ ମୁତାବିକ କମଜୋର ହୃଦୟ ର କାରଣ ଆମ୍ଭ ନୂଆ ଜମାନା ର ଜୀବନଶୈଳୀ ଉପରେ ନିର୍ଭର କରୁଅଛି ।

ଦେଶର ଯୁବକ ମାନଙ୍କ ଲାଇଫ ଷ୍ଟାଇଲ ପାଇଁ ସେ ୫ କାରଣ କୁ ମୁଖ୍ୟ ମାନୁଛନ୍ତି । ଜୀବନରେ ଅଯଥା ଚିନ୍ତା, ଖରାପ ଖାଦ୍ୟ ର ଅଭ୍ୟାସ, ଇଲେକ୍ଟ୍ରୋନିକ ଉପକରଣରେ ଡେରି ପର୍ଯ୍ୟନ୍ତ କାମ କରିବା, ଖରାପ ଅଭ୍ୟାସ, ଏବଂ ପର୍ଜ୍ୟାବରଣ ର ପ୍ରଦୂଷଣ । ପଡିବା ସମୟରେ ଆଜିକାଲି ପିଲା ମାନଙ୍କ ଠାରେ ଚିନ୍ତା ବହୁତ ରହୁଅଛି । ଛାତ୍ର ମାନଙ୍କ ଜୀବନରେ ଖାଇବାର ଅନୁଚିତ ସମୟ ତଥା ପାଠ ପଢିବା ନିମନ୍ତେ ଇଲୋକଟ୍ରୋନିକ ଜିନିଷର ଘଣ୍ଟା ଘଣ୍ଟା ଧରି ବ୍ୟବହାର । ହାର୍ଟ ଆଟାକ ର ସବୁଠାରୁ ମୁଖ୍ୟ କାରଣ ଧରାଯାଏ ଯେ ଛାତିରେ ଅତି ଜୋରରେ ଯନ୍ତ୍ରଣା ହେବା ।

ସାଧାରଣତ ଛାତିରେ ଜୋରସେ ଦରଦ ହେଲେ ଆମ୍ଭେ ଭାବିଥାଉ ଯେ ଆମ୍ଭକୁ ହାର୍ଟ ଆଟାକ ହେଉଅଛି । ମାତ୍ର ସବୁ ସମୟରେ ଏହା ହୋଇ ନଥାଏ କିଛି ସମୟରେ ସାଇଲେନ୍ଟ ଆଟାକ ମଧ୍ୟ ହୋଇଥାଏ । ଇଣ୍ଡିଆନ ମେଡିକାଲ କେ କେ ଅଗ୍ରୱାଲ ଙ୍କ କହିବା ଅନୁଯାୟୀ ମହିଳା ମାନଙ୍କ ଠାରେ ଏହି ବେମାରୀ ଦେଖାଯାଇନଥାଏ । ଏହାର କାରଣ ମହିଳା ମାନଙ୍କ ଠାରେ ଦେଖାଯାଉଥିବା ହରମନ ଅଟେ, ଯାହା ତାଙ୍କୁ ହୃଦୟ ଘାତ ରୁ ବଞ୍ଚାଇ ଥାଏ ।

ମାତ୍ର ଡାକ୍ତର ରେଡି ଙ୍କ ଅନୁଯାୟୀ ମହିଳା ମାନଙ୍କ ଠାରେ ମଧ୍ୟ ହାର୍ଟ ଆଟାକ ର ଭୟ ପୁରୁଷ ଙ୍କ ଭଳି ସମାନ ଦେଖାଯାଇଥାଏ । ସୂଚନା ସ୍ରୋତ ରୁ ମହିଳା ମାନେ ନିଜ ହୃଦୟରେ ହେଉଥିବା ଯନ୍ତ୍ରଣା କୁ ନଜର ଅନ୍ଦାଜ କରିଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମର ଜଣାନ୍ତୁ ।

Leave a Reply

Your email address will not be published. Required fields are marked *