ଏମାନେ ହେଲେ 4 ଜଣ ବାମନ କଳାକାର, ଯିଏ ଆକଟିଂ ରେ ଜିତିଲେ ସମସ୍ତଙ୍କ ହୃଦୟ, ଜଣେ ତ ‘Big Boss’ ରେ ବି ଆସି ସାରିଛନ୍ତି

ବନ୍ଧୁଗଣ ସାଧାରଣତଃ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଓ ପରଫେକ୍ଟ ନଜର ଆସନ୍ତି । ହେଲେ କିଛି ଏମିତି ମଧ୍ୟ କଳାକାର ଅଛନ୍ତି ଯେଉଁ ମାନେ ଯେଉଁ ମାନଙ୍କ ଉଚ୍ଚତା ବହୁତ କମ ଅଛି ହେଲେ ସେ ନିଜ ଅଭିନୟ ଦ୍ଵାରା ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏବଂ ଟିଭି ଇଣ୍ଡଷ୍ଟ୍ରିର କିଛି ଏପରି ବାମନ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ରିତେଶ ଦେଶମୁଖ ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରିତେଶ ଦେଶମୁଖ । ରିତେଶ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ସୁପର ହିଟ ଫିଲ୍ମ ‘ମରଜାବାନ’ରେ ରିତେଶ ଏକ ବାମନ ଖଳନାୟକର ଭୂମିକା ପଦର୍ଶନ କରିଥିଲେ । ଏହି ଭୂମିକାକୁ ସେ ବହୁତ ସୁନ୍ଦର ଭାବରେ କରିଥିଲେ ଓ ଲୋକମାନଙ୍କୁ ମନକୁ ଜିତିଥିଲେ । ହେଲେ ଅସଲ ଜୀବନରେ ରିତେଶ ବାମନ ନୁହନ୍ତି ।

ଜୁହୀ ଅସଲମ ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜୁହୀ ଅସଲମ । ଆପଣ ମାନେ ସମସ୍ତେ ଜୁହୀଙ୍କୁ ଅନେକ ଟିଭି ରିଆଲିଟି ସୋରେ ନିଶ୍ଚୟ ଦେଖିଥିବେ । ଜୁହୀଙ୍କ ଉଚ୍ଚତା ମାତ୍ର ୩.୬ ଫୁଟ ଅଛି ହେଲେ ନିଜ ଅଭିନୟର ଜାଦୁରେ ସେ ସମସ୍ତଙ୍କ ମନ ଜିତି ଛନ୍ତି । ଜୁହୀଙ୍କୁ ଆପଣ ମାନେ ବଡେ ବୋହୁ, ଯୋଦ୍ଧା ଆକବର ଓ ବାବା ଏସେ ବର ଢୁଣ୍ଡନା ଆଦି ଧାରାବାହିକରେ ଦେଖିଥିବେ । କମ ଉଚ୍ଚତା ଥାଇ ମଧ୍ୟା ସେ ନିଜ ଜୀବନରେ ସଫଳତା ହାସଲ କରିଛନ୍ତି ।

ଲିଲିପୁଟ ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଲିଲିପୁଟ । ଲିଲିପୁଟଙ୍କୁ ଆପଣ ମାନେ ଅନେକ ବଲିଉଡ ଫିଲ୍ମରେ ଦେଖିଥିବେ । ସେ ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅଟନ୍ତି । ଲିଲିପୁଟଙ୍କ ଉଚ୍ଚତା ହେଉଛି ମାତ୍ର ୩.୫ ଫୁଟ । ଉଚ୍ଚତା କମ ଥିଲେ ମଧ୍ୟ ସେ ଦର୍ଶକ ମାନଙ୍କ ମନୋରଞ୍ଜନ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଜ୍ୟୋତି ଆମଗେ ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜ୍ୟୋତି ଆମଗେ । ଜ୍ୟୋତିଙ୍କ ଉଚ୍ଚତା ହେଉଛି ମାତ୍ର ୨.୬ ଫୁଟ । ଦୁନିଆର ସର୍ବ ନିମ୍ନ ବାମନ ମାନଙ୍କ ମଧ୍ୟରେ ଜ୍ୟୋତି ଅଛନ୍ତି । ଜ୍ୟୋତି ଟିଭି ରିଆଲିଟି ସୋ ‘ବିଗବସ’ରେ ନଜର ଆସିଛନ୍ତି । ସବୁ ଠାରୁ କମ ଉଚ୍ଚତା ବିଶିଷ୍ଟ କଳାକାର ପାଇଁ ତାଙ୍କ ନାମ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ ଅଛି ।

Leave a Reply

Your email address will not be published. Required fields are marked *