ସିଆଟିକା କ’ଣ ? – ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା (Dr Pc Dey)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ଅଟେ ଯାହା ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖା ଦେଇଥାଏ । ଏହା ମୁଖ୍ଯତଃ ଦୁଇଟି କାରଣ ପାଇଁ ହୋଇଥାଏ । ପ୍ରଥମ କାରଣଟି ହେଉଛି ସ୍ଲିପ ଡିସ୍କ ଓ ଦ୍ଵିତୀୟଟି ହେଉଛି ସିଆଟିକା । ଏହା ସାଧାରଣତଃ ବୟସ ଜନିତ ସମସ୍ଯା ଅଟେ । ସ୍ଲିପ ଡିସ୍କ ୨୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥାଏ । ୪୦ ରୁ ଅଧିକ ବର୍ଷ ଲୋକ ମାନଙ୍କୁ ସିଆଟିକା ସମସ୍ୟା ହୋଇଥାଏ । ବନ୍ଧୁଗଣ ଆମର ଯେଉଁ ମେରୁଦଣ୍ଡ ହାଡଟି ରହିଛି ତାହା ୩୩ ଖଣ୍ଡ ହାଡ ମିଶି ତିଆରି ହୋଇଛି । 


ବେକରେ ୭ ଖଣ୍ଡ, ପିଠିରେ ୧୨ ଖଣ୍ଡ, ଅଣ୍ଟାରେ ୫ଖଣ୍ଡ ହାଡ ରହିଥାଏ । ଏହି ସବୁ ହାଡର ମଝିରେ ଏକ ୱାସର ପରିକା ଜିନିଷ ରହିଛି ଯାହାକୁ ଡିସ୍କ ବୋଲି କୁହାଯାଏ । ଏହି ଡିସ୍କର ବାହାର ପାଟରେ ଫାଇବାର ଓ ଭିତର ପାଟରେ ଜେଲି ଅଛି । ଯେତେବେଳେ ଗୋଟେ ଲୋକ ନଇଲା, ଛୁଆକୁ ଟେକିଲା, ବାସନ ମାଜିଲା, ଘର ଅଳେଇଲା, ଦୁର୍ଘଟଣା ହେଇଗଲା ବା ପଡିଗଲା ସେତେବେଳେ ଡିସ୍କରେ ଅଧିକ ପ୍ରେସର ପଡିବା ହେତୁ ସେହି ବାହାର ହାଡଟି ଫାଟି ଯାଇଥାଏ . 

ଯାହାଫଳରେ ଜେଲିଟି ବାହାରି ଆସେ ଏହାକୁ କୁହନ୍ତି ସ୍ଲିପ ଡିସ୍କ । ଏହା ସାଧାରଣତଃ ୨୦ ରୁ ୪୦ ବର୍ଷ ଲୋକ ମାନଙ୍କୁ ହୋଇଥାଏ । ବନ୍ଧୁଗଣ ଅନ୍ୟଟି ହେଉଛି ସିଆଟିକା । ବନ୍ଧୁଗଣ ଏହା ସାଧାରଣତଃ ଅଧିକ ବର୍ଷ ବୟସରେ ହୋଇଥାଏ । ବୟସ ଅଧିକା ହେବା ଦ୍ଵାରା ସିଆଟିକା ସମସ୍ୟା ହୋଇଥାଏ ।

ସ୍ଲିପ ଡିସ୍କରେ ଅଣ୍ଟାର ଗୋଟେ ପାଟ ବିନ୍ଧି ଥାଏ ହେଲେ ସିଆଟିକାର ଅଣ୍ଟାର ଦୁଇପଟ ସାଇଡ ବିନ୍ଧି ଥାଏ । ବନ୍ଧୁଗଣ ଆମ ମାନଙ୍କ ହାଡକୁ ତିନୋଟି ଭିଟାମିନ ନିହାତି ଦରକାର । ଭିଟାମିନ ଡି, ଭିଟାମିନ ବି୧୨ ଓ କ୍ୟାଲସିୟମ । ଆମର ଗୋଟିଏ ଲିଟର କ୍ଷୀରରେ ୧୨୦୦ ମିଲିଗ୍ରାମ କ୍ୟାଲସିୟମ ରହିଥାଏ । ଆପଣ ମାନେ ଗୋଟେ ଗ୍ଳାସ କ୍ଷୀର ପିଅନ୍ତୁ ସେଥିରୁ ଆପଣଙ୍କୁ ୬୦୦ ମିଲିଗ୍ରାମ କ୍ୟାଲସିୟମ ଆପଣଙ୍କ ଶରୀରକୁ ମିଳିବ । 

ବନ୍ଧୁଗଣ ଆମିଷ ଖାଉଥିଲେ ବହୁତ ଭଲ ହେବ । ଛୋଟ ମାଛ ଓ ବଡ ମାଛ ଖାନ୍ତୁ ହେଲେ ବଡ ମାଛ ହେଲେ ଚମଡା ଛଡାଇ ଖାଇବେ । ବନ୍ଧୁଗଣ ତୃତୀୟରେ ଯାହା ରହିଛି ଭିଟାମିନ ଡି ତାହା କୌଣସି ଖାଦ୍ୟରେ ନାହିଁ । ଆପଣଙ୍କୁ ଭିଟାମିନ ଡି ସୂର୍ଯ୍ୟ କିରଣରୁ ମିଳିବ । ବନ୍ଧୁଗଣ ଆପଣ ମାନେ ସବୁଦିନ ଏହି ସବୁ ଖାଦ୍ୟ ନିଶ୍ଚୟ ଖାନ୍ତୁ ଯଦି ଆପଣ ମାନଙ୍କର ଅତି କମ ବର୍ଷ ବୟସରେ ଅଣ୍ଟା ବିନ୍ଧା ସମସ୍ୟା ହେଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ତୁରନ୍ତ ଯାଇ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । 

Leave a Reply

Your email address will not be published. Required fields are marked *