ବେକାରି ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର, Modi ସରକାର କଲେ ବଡ ଘୋଷଣା ଶୁଣିଲେ ଖୁସିରେ ନାଚିବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଖୁସି ଖବର ଆଉ ରହିବନି ଚାକିରୀ ଟେନସନ । କାରଣ ନିଯୁକ୍ତି କୁ ନେଇ ବଡ ନିସ୍ପତି ନେଇଛନ୍ତି ମୋଦୀ ସରକାର । ସବୁବେଳେ ରୋଜଗାର ଏବଂ ନିଯୁକ୍ତି ପ୍ରସଙ୍ଗ କୁ ନେଇ ମୋଦୀ ସରକାର ଙ୍କୁ ଘେରି ଆସିଛନ୍ତି ବିରୋଧୀ । ବିରୋଧୀ ଙ୍କୁ ଜବାବ ଦେବାକୁ ଯାଇ ମେଗା ନିଯୁକ୍ତି ର ନିଷ୍ପତ୍ତି ଦେଇଛନ୍ତି ମୋଦୀ ସରକାର । ୧୦୦ କି ୧୦୦୦ ନୁହେଁ ବରଂ ଲକ୍ଷ ଲକ୍ଷ ଲୋକ ଙ୍କୁ ମିଳିବ ନିଯୁକ୍ତି । ଏବଂ ଏହା ପୁଣି ଦେଢ ବର୍ଷ ଭିତରେ ।

କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀ ଗୁଡିକୁ ମିଶନ ମୋଡ ରେ ଭର୍ତ୍ତି କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ । ମିଶନ ମୋଡ ରେ ଏହି ଅଭିଯାନ ଜାରି ରହିବ । ଅର୍ଥାତ ଆଗାମୀ ଦେଢ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗ ରେ ଫାଙ୍କା ଥିବା ପ୍ରାୟ ୧୦ ଲକ୍ଷ ପଦବୀ ରେ ଚାକିରୀ ଆସହାୟ ଙ୍କୁ ନିଯୁକ୍ତି ମିଳିବ ।

ଏ ନେଇ ବିୟୋଗ ପକ୍ଷରୁ ଟ୍ବିଟ କରି ସ୍ପଷ୍ଟ କରାଯାଇଅଛି । ଯେଉଁଥିରେ କୁହାଯାଇଅଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଏବଂ ମନ୍ତ୍ରାଳୟର ଫାଙ୍କା ପଡିଥିବା ପଦବୀ ର ସମୀକ୍ଷା କରିଛନ୍ତି । ଏହା ପରେ ଆଗାମୀ ଦେଢବର୍ଷ ମଧ୍ୟରେ ମିଶନ ମୋଡ ରେ ୧୦ ଲକ୍ଷ ପଦବୀ ରେ ନିଯୁକ୍ତି ଦେବା ନିମନ୍ତେ ନିର୍ଦ୍ଧେଶ ଦେଇଛନ୍ତି । ଆଉ ଏଥିପାଇଁ ସବୁ ବିଭାଗ ଦୃତ ବେଗରେ କାର୍ଯ୍ୟ କରିବେ ।

୨୦୨୦ ମାର୍ଚ ୧ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗରେ ୮.୭୨ ପଦବୀ ଫାଙ୍କା ରହିଥିଲା । କିନ୍ତୁ ୨ ବର୍ଷ ଭିତରେ ଏହି ସଂଖ୍ୟା ବୃଦ୍ଧି ପାଇଛି । କୋରନା ମହାମାରୀ କାରଣରୁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗରେ ଫାଙ୍କା ପଡିଥିବା ପଦବୀ ରେ ନିଯୁକ୍ତି ହୋଇନାହିଁ । ତେବେ ମୋଦୀ ଙ୍କ ଏହିଭଳି ନିଷ୍ପତ୍ତି ଯୁବବର୍ଗ ଙ୍କ ମନରେ ଉତ୍ସାହ ଭରିଦେଇଛି ।

ସେମାନେ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଯାହା ନିସ୍ପତି ନେଇଛନ୍ତି ତାହା ବହୁତ ଭଲ ନିଷ୍ପତ୍ତି ଅଟେ କାରଣ ଯୁବପିଢି କୁ ଚାକିରୀ ର ବହୁତ ଆବଶ୍ୟକତା ରହିଅଛି । ଏହାଦ୍ଵାରା ଇକୋନୋମିକ ମଧ୍ୟ ବହୁତ ବଢିବ ଏବଂ ଯେଉଁମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *