ସାପ ବି ହାରିଗଲା ରାହୁଲ ଜିତିଲେ…ବୋରୱେଲ ଭିତରେ ଗୋଟିଏ ନୁହେଁ ଏକାଧିକ ଶତୃଙ୍କ ସହ ଲଢୁଥିଲେ ରାହୁଲ, ଦେଖନ୍ତୁ Video

ବନ୍ଧୁଗଣ, ରାହୁଲ ସାମ୍ନା ରେ ଥିଲା ମୃତ୍ୟୁ ର ସୌଦାଗର ସାପ । ଜୀବନ ପାଇଁ ସାପ ସହିତ ଲଢୁଥିଲେ ରାହୁଲ । ନଥିଲା ଗୋଟିଏ କି ଦୁଇଟି ବିପଦ ବରଂ ଏକାଧିକ ଶତ୍ରୁ ସହିତ ସଂଗ୍ରାମ କରୁଥିଲେ ରାହୁଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାହୁଲ ! ଏହି ନାମ କୁ ସେତେବେଳେ ଲୋକେ ମନେ ପକାଇବେ ଯେତେବେଳେ ଜୀବନ ଯୁଦ୍ଧ ରେ ନିଜକୁ ଆତ୍ମ ସମର୍ପଣ କରୁଥିବେ । ଏହି ନାମ ସେତେବେଳେ ମନେ ପଡିବ ଯେତେବେଳେ ସାମ୍ନା ରେ ଥିବ ଏକାଧିକ ବିପଦ ଏବଂ ଲଢିବା ପାଇଁ ମିଳୁ ନଥିବ ରାସ୍ତା ।

ସେତେବେଳେ ଏହି ନା ଯୋଗାଇବ ଶକ୍ତି ଆଉ ସାହାସ । କାରଣ ରାହୁଲ ପ୍ରେରଣା ର ଗନ୍ତାଘର । କିଟି କିଟି ଅନ୍ଧାର ମଧ୍ୟରେ ଆଣ୍ଠୁଏ ପାଣି, ମାତ୍ର କେଇ ଇଞ୍ଚ ଚଉଡା ଗାତ, ଜୀବନ ବାୟୁ ମଧ୍ୟ ନଥିଲା । ଆଉ ଏ ସବୁ ଭିତରେ ବିଷାକ୍ତ ସାପ । ଏକାଧିକ ଶତ୍ରୁ ଥିଲେ ସାମ୍ନା ରେ ମାତ୍ର ହାରି ନଥିଲେ ରାହୁଲ । ନା ସାପ କୁ ଖାତିର କରିଥିଲେ, ନା ମୃତ୍ୟୁ ଆଗରେ ନୂଆଇ ଥିଲେ ମୁଣ୍ଡ ।

କାରଣ ସେ ବୋଧ ହୁଏ ଜାଣିସାରିଥିଲେ ଯେ ଏତେ ଶତୃ ସାମ୍ନାରେ ମଧ୍ୟ ସେ ବଳବାନ ଆଉ ଶକ୍ତିଶାଳୀ । ଆମ୍ଭେ ସାଧାରଣତଃ ବିଷାକ୍ତ ସାପଟିଏ ଦେଖିଲେ ଚିତ୍କାର କରିଥାଉ । ରକ୍ଷା ପାଇବା ନିମନ୍ତେ ଦୌଡି ପଳାଇଥାଉ । ମାତ୍ର ରାହୁଲ ଙ୍କ ପାଖରେ ଚିତ୍କାର କରିବା ନିମନ୍ତେ ନଥିଲା ବାକଶକ୍ତି ନା ଦୌଡି ପଳାଇବାକୁ ଥିଲା ସୁଯୋଗ ।

ଏହିଭଳି ପରିସ୍ଥିତି ରେ ବଡ ବଡ ଲୋକ ହାର ମାନିଯିବେ । ହେଲେ କେଉଁ ଉତ୍ସ ରାହୁଲ ଙ୍କୁ ଏତେ ଶକ୍ତି ଯୋଗାଇଲା ଯେ ରାହୁଲ ସାମ୍ନା ରେ ମୃ-ତ୍ୟୁ ର ଦୁତ କୁ ଦେଖି ମଧ୍ୟ ପରାଜୟ ବହନ କରି ନଥିଲେ । ସେ ଲଢିଲେ ଏବଂ ଜିତିଲେ । ୫ ଦିନ ପର୍ଯ୍ୟନ୍ତ ରାହୁଲ ଙ୍କ ମା’ ଏବଂ NDRF ଟିମ ମଧ୍ୟ ମନିଟର ତଥା ବୋରୱେଲ ଗାତର ମୁହଁ ପାଖରେ ପାଟି କରି କହୁଥିଲେ ଯେ ବାବା ରାହୁଲ ତୁ ବ୍ୟସ୍ତ ହନି ଆଉ ମାତ୍ର କିଛି ସମୟ ପରେ ତୁ ବାହାରକୁ ଆସିଯିବୁ ।

ଖାଇବାକୁ କଦଳୀ ଜୁଷ ଦେଉଥିଲେ ଏବଂ ରାହୁଲ ଙ୍କ ସହିତ କଥାବାର୍ତ୍ତା କରୁଥିଲେ ଯାହା ଫଳରେ ରାହୁଲ ଙ୍କ ସାହାସ ଭାଙ୍ଗି ନଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *