ରୋଗୀଙ୍କ ସହ ମେଡିକାଲରେ ଭୟଙ୍କର କାଣ୍ଡ ! ଯୁବକ ଜଣକ କହିଲେ କିଛି ଏମିତି…ଶୁଣିଲେ ମେଡିକାଲ ଯିବାକୁ ବି ଡରିବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଏହି ଦେଶ ବିଦେଶ ସବୁଆଡେ କେବଳ ଭୟ ଏବଂ ଆତଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁର୍ଘଟଣା ରେ କିଛି ଲୋକଙ୍କ ମୃତ୍ୟୁ କିମ୍ବା କେଉଁଠି ଅକାଳ ମୃତ୍ୟୁ କିମ୍ବା ଆତ୍ମହତୟଆ ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃତ୍ୟୁ ର ଖବର ମଧ୍ୟ ଆସୁଛି ଯାହା ଲୋକ ମାନଂକୁ ଆହୁରି ଅଧିକ ଚିନ୍ତା,ଭୟ ଏବଂ ଆତଂକ ଖେଳାଇ ଦେଉଛି ।

ତେବେ ସେହି ଭଳି ଏକ ଖବର ସାମ୍ନାରେ ଆସିଛି ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ବ୍ୟକ୍ତି ଙ୍କ ଜୀଵନ ଖତରା ରେ । ତେବେ ଆସନ୍ତୁ ଖବର ସମ୍ପର୍କରେ ଆଲୋଚନା କରି ନେବା । ତେବେ ଯେତେବେଳେ ରକ୍ଷକ ଭକ୍ଷକ ସାଜେ ସେତେବେଳେ ମନୁଷ୍ୟତା ଏବଂ ବିଶ୍ୱାସ ଉପରେ ଭରସା ଉଠି ଯାଇଥାଏ ତେବେ ଆମେ ସବୁଠାରୁ ପ୍ରଥମେ ବିଶ୍ୱାସ ଭଗବାନ ଏବଂ ବାପା ମାଆ ଙ୍କ ଛଡା ଯଦି ଆଉ କାହାକୁ ବିଶ୍ୱାସ କରୁ ସେ ହେଉଛନ୍ତି ଜୀବନ୍ତ ଭଗବାନ ଅର୍ଥାତ ଡାକ୍ତର ।

ତେବେ ଡାକ୍ତର ଙ୍କୁ ଆମେ ଭଗବାନ ଭଳି ମାନୁ କିନ୍ତୁ ଯେତେବେଳେ ସେହି ଡାକ୍ତର ନିଜର ଅବହେଳା କିମ୍ବା ନିଜର କାମନା ପୂର୍ତ୍ତି ରେ ନିଜର ମାନବିକତା ଭୁଲି ଯାଏ ସେତେବେଳେ ଲୋକମାନେ ଅନ୍ୟକୁ ଭରସା କରି ପାରନ୍ତି ନାହିଁ । ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିକି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ଯୁବକଙ୍କ କହିବା କଥା କି ସେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ମାଆ ଙ୍କର ଚିକିତ୍ସା କରୁଥିଲେ ।

ତେବେ ତାଙ୍କ ମାଆଙ୍କୁ ନିମୋନିଆ ହୋଇ ଯାଇଥିଲା ସେଥିପାଇଁ ସେ ୨୨ ନମ୍ବର ବେଡ଼ ରେ ଆଡ଼ମିଟ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଆମ ପାଖ ବେଡ଼ ଅର୍ଥାତ ୨୧ ନମ୍ବର ବେଡ଼ ରେ ଆଉ ଜଣେ ମହିଲା ରହୁଥିଲେ ତାଙ୍କର ରକ୍ତ ରେ କିଛି ଇଂଫେକ୍ସନ ହୋଇଥିଲା ତେଣୁ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ନର୍ସ ଆସି ମୋ ମାଆ ଙ୍କୁ ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ସେହି ଇଞ୍ଜେକ୍ସନ ୨୧ ନମ୍ବର ବେଡ଼ କୁ ଦେବା କଥା ଯାହାକି ସେ ୨୨ ନମ୍ବର ବେଡ଼ ଅର୍ଥାତ ମୋ ମାଆ ଙ୍କୁ ଭୁଲ ଇଞ୍ଜେକ୍ସନ ଦେଇ ଦେଇଛନ୍ତି ।

ତେବେ ଏପର୍ଯ୍ୟନ୍ତ ସେମାନେ ଏହା ମଧ୍ୟ କହୁ ନାହାନ୍ତି କି ସେ କେଉଁ ଇଞ୍ଜେକ୍ସନ ତାଙ୍କୁ ଦେଇଛନ୍ତି ତେବେ ଖାଲି କହୁଛନ୍ତି ଗ୍ୟାସ ଇଞ୍ଜେକ୍ସନ ବୋଲି । ତେବେ ଶେଷରେ ସେ କହିଥିଲେ କି ଡାକ୍ତର ଙ୍କୁ ବହୁତ ଭରସା କରି ଆସୁଛୁ । ତେବେ ଏଭଳି ଅବହେଳା କଲେ ଆମେ କାହା ଉପରେ ବିଶ୍ୱାସ କରିବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *