ଭେସପା ଶୋ ରୁମ୍ ମାଲିକ ପାର୍ଥ ପାଢ଼ୀ ଖୋଲିଦେଲେ ଦୀପିକାଙ୍କ ସବୁ ଗୁମର, କହିଲେ କିଛି ଏମିତି କି…ଶୁଣିଲେ ଆପଣ ବି ହେବେ କାବା

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।

ତେବେ ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ ୨୧ ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ତେବେ ଦୀପିକା ଯେଉଁ ଭେସ୍ପା ସୋ ରୁମ୍ ରେ ଚାକିରି କରିଥିଲେ ସେହି ସୋ ରୁମ୍ ର ମାଲିକ ଦୀପିକାଙ୍କ ଗୁମର ଖୋଲି ଦେଇଛନ୍ତି । ତେବେ ସୋ ରୁମ୍ ମାଲିକଙ୍କ ନାମ ହେଉଛି ପାର୍ଥ ପାଢି ।

ତେବେ ତାଙ୍କ କହିବା କଥା ଦୀପିକା ୨୦-୨୫ ଏଇଠି ଚାକିରି କରୁଥିଲେ । ସେ ସବୁଦିନ ୧୧-୧୨ ରେ ଆସିଲା ପରେ ସେଇଠୁ କମ୍ପ୍ଲେନ ଆସିଲା । ମୁଁ ଷ୍ଟାଫଙ୍କୁ କହିଲି ଯଦି ତମକୁ ସୁବିଧା ହେଉଛି ତା ହେଲେ ରଖନ୍ତୁ ନହେଲେ ତାକୁ ମନା କରିଦିଅନ୍ତୁ । ତା ପରେ ସେ କେବେ ଚାକିରି କଲା ଆଉ କେବେ ଛାଡିଲା ମୁଁ ଜାଣିନି । ମୁଁ ଏବେ ତା ବାଇଟରୁ ଶୁଣିଲି ମୁଁ ସେଇଠି ଦରମା କାହାକୁ ଦେଉ ନଥିଲି ଏହା ପୂର୍ବରୁ ମୋର କେଟିଏମ ସୋ ରୁମ୍ ରେ ବି ସେ ଦେଢ ବର୍ଷ କାମ କରିଥିଲା ।

ତେବେ ଏବେ ତାର ବାଇଟ ଶୁଣି ଆମ ଷ୍ଟାଫଙ୍କୁ ପଚାରିଲି ଯେ, ଦୀପିକା ଦରମା କିଛି ରହି ଯାଇଛି କି ସେ ବାଇଟରେ କହୁଛି । ଷ୍ଟାଫ କହିଲେ ତାର କିଛି ଟଙ୍କା ବାକି ନାହିଁ ସବୁ ଦିଆ ହେଇଛି । ଯଦି ତାର କିଛି ରହି ଯାଇଛି ସେ ମୋତେ ଫୋନ କରି କହିଲେ ମୁଁ ଦେଇଦେବି । ଗୋଟେ ଷ୍ଟାଫକୁ ଏକ ମାସ ଦରମା ନ ଦେଲେ ସେ ରହିବ ହେଲେ ଦୁଇ ମାସ ହେଇଗଲେ ସେ ପଳେଈ ଯିବ ।

ତେଣୁ ଏ ବୋଧେ ସେଇଠି ୧୫-୨୦ ଦିନ କାମ କରିଛି ଆଉ କିଛି ଭୁଲ କରିଥିବ କି ନାହିଁ ମୁଁ କହି ପାରୁନି ହେଲେ ତାର ବାଇଟ ଶୁଣିଲା ପରେ ମୁଁ ସୋ ରୁମ୍ କୁ କଲ୍ କଲି ଆଉ ତାର ଟଙ୍କାଟେ ବାକି ନାହିଁ । ତେବେ ଦୀପିକା କହିଛନ୍ତି ଯେମିତି କ୍ୟାମେରା ଆଗକୁ ଆସୁଛି ଦିନେଶ ସେହି ଭଳି କ୍ୟାମେରା ଆଗକୁ ଆସନ୍ତୁ ଚୋର ଭଳି ଲୁଚୁଛନ୍ତି କଣ ପାଇଁ । ମୁଁ ତ ତାଙ୍କ ଘର ଆଗରେ ତାଙ୍କର ଅପେକ୍ଷାରେ ବସି ରହିଛି ସେ କେବେ ଆସିବେ ।

ମୁଁ ଏତେ କଷ୍ଟରେ ଏଠି ବସିଛି ମୋର ଆଶା ଅଛି ସେ ଦିନେ ଆସିବେ ମତେ ଏବଂ ମୋର ଛୁଆକୁ ଗ୍ରହଣ କରିବେ । ତେବେ ମିଡ଼ିଆ ଭାଇ ମାନେ ଅଛନ୍ତି,ପ୍ରମିଳା ମା ଅଛନ୍ତି ,ମାନ୍ୟବର କୋର୍ଟ ଅଛନ୍ତି ଦେଖିବା ଦିନେଶ କେବେ ଆସି ମତେ ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *