ବିବାହ କଲେ ଯୁବ ବୈଜ୍ଞାନିକ ଶେଷ କିସାନ, ଦେଖନ୍ତୁ କାହାକୁ ବାଛିଲେ ସେ ନିଜର ଜୀବନ ସାଥି…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବୈଜ୍ଞାନିକ ଶେଷ କିସାନ । ସମ୍ବଲପୁର ନାକଟି ଦେଉଳ ବ୍ଲକ ବାଲାଶିଙ୍ଗା ଗ୍ରାମର ଯୁବବୈଜ୍ଞାନିକ ଶେଷ କିଶାନ ବାଲେଶ୍ଵର ବାଲିଆପାଳ ଅଞ୍ଚଳର ଜୟଶ୍ରୀ ଜେନା ଙ୍କୁ କୋର୍ଟ ରେ ବିବାହ କରିଛନ୍ତି । କୋର୍ଟ ରେ ବିବାହ କରିବା ସମୟରେ ଆଡ୍ଭୋକେଟ ପରୀକ୍ଷିତ ଦାସ ରେଢାଖୋଲ ତହସିଲ ଦେବାଶିଷ ପାତ୍ର ଙ୍କ ସମେତ ଉଭୟ ପକ୍ଷଙ୍କର ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।

ଆସନ୍ତା 22 ତାରିଖରେ ବୈଦିକ ରୀତିନୀତି ଅନୁସାରେ ରେଢାଖୋଲର ଏକ କଲ୍ୟାଣ ମଣ୍ଡପ ରେ ବାହାଘର ହେବ ବୋଲି ଶେଷ କିଶାନ କହିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ ବଲାସିଂହା ଗ୍ରାମର ବାସିନ୍ଦା ହେଉଛନ୍ତି ଶେଷ କିସାନ । ସେ ଯେତେବେଳେ ସଠିକ ଭାବରେ ଦୁନିଆ ଦେଖି ନଥିଲେ ତାଙ୍କ ମୁଣ୍ଡ ଉପରୁ ଉଠିଗଲା ମା’ ଙ୍କ ପଣତକାନି । ସେ 3 ବର୍ଷ ବୟସରେ ନିଜ ମା’ ଙ୍କୁ ହରାଇଲେ ।

ଏହା ପରେ ନିଜ ବଡ ଭଉଣୀ ଙ୍କ କୋଳରେ ସାରା ଦୁନିଆ ଦେଖିଲେ ଶେଷ । ଗାଁ ସ୍କୁଲରେ ପାଠ ପଢିଲେ । ବାପା ଜଣେ ଶ୍ରମିକ । ତାଙ୍କ ପରିଶ୍ରମ ରେ ପରିବାର ଚଳୁଥିଲା । ମାତ୍ର ଶେଷ ଙ୍କ ପାଠ ପଢିବାରେ ବହୁତ ଅସୁବିଧା ହେଉଥିଲା । ପାଖରେ ସମ୍ଭଳ ନଥିବାରୁ କୁନିପାଦରେ ବହି ବସ୍ତାନି ଛାଡି ଗାଈ ଚରାଇବାକୁ ଗଲେ ଶେଷ । ବାପା ଙ୍କ ସହିତ ମଜୁରି ମଧ୍ୟ ଲାଗୁଥିଲେ ।

ସେଥିରୁ ଯାହା ପଇସା ଆଣୂଥିଲେ ସେଥିରେ ପାଠ ପଢିବା ସହିତ ପରିବାର ଚଳୁଥିଲା । ପାଠ ରେ ମେଧାବୀ ଥିଲେ ସେଥିପାଇଁ 5 ମ ଶ୍ରେଣୀରେ ପଢୁଥିବା ସମୟରେ ନବଦୋୟ ପରୀକ୍ଷା ରେ ପାସ କରିଥିଲେ । ଏହାପରେ ନବଦୟ ବିଦ୍ୟାଳୟରେ ମନଦେଇ ପାଠ ପଢିଲେ । ଦଶମ ଶ୍ରେଣୀରେ ତାଙ୍କ ବାପା ତାଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲେ । ଏହି ବାବଦକୁ ନେଇ ଶେଷ କହିଛନ୍ତି ଯେ ଛୋଟବେଳୁ ତାଙ୍କର ସଂଘର୍ଷ ଲାଗି ରହିଛି ।

ଏବଂ ସେ ସବୁ କୁ ବିସ୍ତାର ଭାବରେ କହିବାକୁ ହେଲେ ବହୁତ ସମୟ ଦରକାର । ମାତ୍ର ସେ ଚାହିଁଥିଲେ ବାହାରେ ବିବାହ କରି ରହିଥାନ୍ତେ କିନ୍ତୁ ଓଡିଶା ବାସୀ ଙ୍କ ସେବା ନିମନ୍ତେ ସେ ନିଜକୁ ସମର୍ପିତ କରିବେ ବୋଲି କଥା ଦେଇଥିଲେ ଏଣୁ ସେ ଓଡିଶା ଆସି ଓଡିଆ ଝିଅକୁ ବିବାହ ନିମନ୍ତେ ଚିନ୍ତା କରିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *