ମହିଳା SI ଙ୍କ ଆତ୍ମହତ୍ୟା ପରେ ଭାଇଙ୍କ ଦୁଃଖଭାରା ପୋସ୍ଟ, ‘ତୁ ଏ କଣ କଲୁ ରିଙ୍କି…ହସ ଦେଇଥିଲୁ,ଜୀବନ ସାରା ଲୁହ ଦେଇଦେଲୁ…ମୋ କଥା ଟିକେ ମନେ ପଡିଲାନି’ ଯିଏ ଦେଖୁଛି ସିଏ କାନ୍ଦୁଛି…

ଆମର ବାପା ନାହିଁ ବୋଲି ତୁ ମୋତେ ବୁଝାଉ ଥିଲୁ ନା ତୁ କହୁଥିଲୁ ମୁଁ ତୋ ପାଇଁ ବାପା ପରିକା । ହେଲେ ତୁ କଣ କଲୁ ରିଙ୍କି ତୋ ପାଇଁ ଗାଁ ପଞ୍ଚାୟତ ଗର୍ବ କରୁ ଥିଲା ହସ ଦେଇଥିଲୁ ହେଲେ ଏବେ ଜୀବନ ସାରା ଦୁଃଖ ଦେଇ ଦେଲୁ । ମୋ କଥା କଣ ଟିକେ ତତେ ମନେ ପଡିଲାନି । ଏ ହେଉଛି ଭଉଣୀ ଚାଲି ଯିବା ପରେ ଭାଇର ଦୁଃଖ ଭରା ପୋଷ୍ଟ । ନିଜ ଭଉଣୀର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭାଇ ଆଉ ସୋସିଆଲ ମିଡିଆରେ କରିଛନ୍ତି କିଛି ଏଭଳି ଦୁଃଖ ଭରା ପୋଷ୍ଟ ।

ମହିଳା ଏସଆଇ ସ୍ଵାଗୀତିକା ବେହେରାଙ୍କ ଆତ୍ମହତ୍ୟା ପରେ ଭାଙ୍ଗି ପଡିଛି ପୁରା ପରିବାର । କାରଣ ପିଲା ଦିନରୁ ବାପା ନଥିଲା ବହୁତ କଷ୍ଟରେ ପାଠ ପଢି ପୋଲିସ ଚାକିରି କରିଥିଲେ ସ୍ବାଗତିକା । ତାଙ୍କୁ ନେଇ ପରିବାର ସହ ଗାଁ ଠାରୁ ପଞ୍ଚୟତ ଯାଏଁ ସମସ୍ତେ ଗର୍ବ କରୁଥିଲେ । ଝିଅ ପୋଲିସ ବର୍ଦି ପିନ୍ଧି ଥିବାରୁ ତାଙ୍କ ମାଆ ଆଉ ଭାଇଙ୍କ ଛାତି ଗର୍ବରେ ଫୁଲି ଉଠୁଥିଲା । ହେଲେ ସବୁ କିଛି ଶେଷ ହେଇଗଲା ଆଇଆଇସିଙ୍କ ନିର୍ଯାତନା ସହ୍ୟ ନକରି ପାରି ଜୀବନ ହାରିଦେଲେ ସ୍ଵାଗୀତିକା ବେହେରା ଊରଫ ରିଙ୍କି ।

ଉପର ପୋଲିସ ଅଧିକାରୀଙ୍କ ଅତ୍ୟାଚାର ଏତେ ଅଧିକ ଥିଲା ଯେ, ଯାହାକୁ ସହ୍ୟ କରିବା ରିଙ୍କିଙ୍କ ପକ୍ଷେ ସମ୍ଭବ ନଥିଲା । ୨୦୧୯ରେ ଜି-ଉଦୟଗିରୀ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ ସ୍ବାଗତିକା । କିନ୍ତୁ ଥାନାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଆଇଆଇସି । ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରୁଥିଲେ ।

ସ୍ବାଗତିକା ଯେତେବେଳେ ବି ଘରକୁ ଫୋନ କରୁଥିଲେ ସବୁବେଳେ ଆଇଆଇସି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା କହୁଥିଲେ । ଆଇଆଇସିଙ୍କ ନିର୍ଯାତନା ସହି ନପାରିବାରୁ ସେ ଚାକିରି ଛାଡି ଦେବେ ବୋଲି ମଧ୍ୟ କହୁଥିଲେ । ତେବେ ଆଇଆଇସି ରେବତୀ ଶବରଙ୍କ ପାଇଁ ସ୍ବାଗତିକାଙ୍କ ଜୀବନ ଯାଇଥିବାରୁ ଏ ଘଟଣାର ତଦନ୍ତ କରି ରେବତୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ବାଗତିକାଙ୍କ ପରିବାର ଲୋକ କହିଛନ୍ତି ।

ଆଉ ଏହାକୁ ନେଇ ଜି-ଉଦୟଗିରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର । ତୁରନ୍ତ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଥାନା ସାମ୍ନାରେ ଦେଇଛନ୍ତି ଧାରଣା । ତେବେ ଜି-ଉଦୟଗିରୀର ଏସଜିପିଓ ତିରୁପତି ରାଓ କହିଛନ୍ତି ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ ।

ତେବେ ଦେଖିବାକୁ ବାକି ରହିଲା ଜୀବନ ହାରି ଥିବା ସ୍ବାଗତିକାଙ୍କୁ କେବେ ମିଳୁଛି ନ୍ୟାୟ । କେବେ ନିଆ ଯାଉଛି ଆଇଆଇସିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *