ଜୋରେ କରି ମୋବାଇଲରେ ଭିଡିଓ ରେକର୍ଡ କଲେ..ଆଉ ତା’ପରେ ଯାହା ହେଲା ଶୁଣିଲେ ଆପଣଙ୍କ ମୁଣ୍ଡ ଗାର ହେଇଯିବ, ଦେଖନ୍ତୁ Video

୫୦ ହଜାର ଟଙ୍କା ଦିଅ ଭିଡିଓ ଭାଇରାଲ କରିବୁ ନାହିଁ । ଯଦି ଟଙ୍କା ନ ଦିଅ ତୁମର ଏ ଅଶ୍ଳୀଳ ଭିଡିଓ ନେଟରେ ଘୁରି ବୁଲିବ । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିବ ସବୁ ଲୋକ ଦେଖି ମଜା ନେବେ । ଏହା ପରେ ପୀଡିତ ଯୁବକ ପାଖରେ ଥିବା କିଛି ଟଙ୍କା ଓ ମୋବାଇଲ ନେଇ ଫେରାର ହେଇଗଲେ ୫ ଜଣ । ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପରକୁ ଭଲ ପାଇଥିଲେ ।

ଉଭୟ ନିରୋଳାରେ କଥା ହେବା ପାଇଁ ଆସିଥିଲେ ଶିବ ମନ୍ଦିର । ଜୟପୁରର ବାରଗଡାସ ନିକଟରେ ଥିବା ଶିବ ମନ୍ଦିରକୁ ଆସିଥିଲେ ଆଉ ସେଠାରେ ଉଭୟଙ୍କର ଭେଟ ହୋଇଥିଲା । ଠିକ ସେହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଛୁରୀ ଦେଖାଇ ପାହାଡ ଉପରକୁ ନେଇଯାଇଥିଲେ । ସେଠାରେ ଥିବା ଅନ୍ୟ ଯୁବକ ମାନେ ମିଶି ଯାଇଥିଲେ । ଯୁବକ-ଯୁବତୀଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲେ ।

ଆଉ ତା ପରେ ସେ ଦୃଶ୍ୟକୁ ଅଭିଯୁକ୍ତ ମାନେ ନିଜ ନିଜ ମୋବାଇଲରେ ରେକର୍ଡ କରିଥିଲେ । ଆଉ ସେ ଭିଡିଓକୁ ଡିଲେଟ କରିବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ । ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା ଆସିଛି ଜୟପୁରରୁ । ଜୟପୁରରେ ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ । ଆଜି ଜୟପୁର ଟାଉନ ଥାନାରେ ସଂଗଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଏଭଳି କିଛି ସୂଚନା ଦେଇଛନ୍ତି ।

ଘଟଣା ଦିନ ପୀଡିତ ଯୁବକ ପାଖରେ ଥିବା କିଛି ଟଙ୍କା ଆଉ ମୋବାଇଲ ନେଇ ସେଠାରୁ ଫେରାର ହୋଇଯାଇଥିଲେ ୫ ଜଣ । ଆଉ ତା ପରେ ଦାବି ପୂର୍ବକ ବଳକା ଟଙ୍କା ଶୀଘ୍ର ନ ଦେଲେ ଭିଡିଓ ଭାଇରାଲ କରିବେ ବୋଲି ଅଭିଯୁକ୍ତ ମାନେ ଧମକ ଦେଇଥିଲେ ।

ଏହା ପରେ ପୀଡିତ ଯୁବକ-ଯୁବତୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଟଙ୍କା ଦେବା ପାଇଁ ସେହି ପାଞ୍ଚ ଜଣଙ୍କୁ ଡକାଇ ଥିଲେ । ଆଉ ଯୋଜନା ମୁତାବକ ଅଭିଯୁକ୍ତ ମାନେ ଟଙ୍କା ନେବା ବେଳେ ମାଡି ବସିଥିଲା ପୋଲିସ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *