କେଉଁ କୂଳର ହେବେ Naveen ! ଦେଖନ୍ତୁ ଏହି Special Report

ରାଷ୍ଟ୍ରପତି ନିର୍ବାଚନ ନେଇ ଅଡୁଆରେ ବିଜେଡି ! କାହାକୁ ସପୋର୍ଟ କରିବ ଦଳ ନେଇପାରୁ ନାହିଁ ନିଷ୍ପତ୍ତି ! ବିଜେପିକୁ ବିରୋଧ କରିବାକୁ ମନ କିନ୍ତୁ କେନ୍ଦ୍ରକୁ ଖପ୍ପା କରିବାକୁ ଡର ! କାହିଁକି ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ନେବେ ନବୀନ ? ନବୀନ ପଟ୍ଟନାୟକ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି ବୋଲି ତାଙ୍କ ଦଳ ନେତା କୁହନ୍ତି । ମାତ୍ର ବିଜେଡି ସୁପ୍ରିମୋ ଶେଷ ମୂହୁର୍ତ୍ତରେ ସବୁବେଳେ ନିଷ୍ପତ୍ତି ନିଅନ୍ତି ।

ଏଭଳି କାହିଁକି ହୁଏ ତାହା ତ ଭିନ୍ନ କଥା । ମାତ୍ର ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ସାରିଥିଲେ ସୁଧା ବିଜେଡି କାହାକୁ ସପୋର୍ଟ କରିବ ସେ କାର୍ଡ ଏ ଯାଏଁ ଖୋଲିନି । ଏନଡିଏ ସପକ୍ଷରେ ସମର୍ଥନ ହାସଲ କରିବା ଲାଗି ବିଜେପି ନବୀନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଅଶ୍ଵିନୀ ବୈଷ୍ଣବଙ୍କୁ ଦାୟିତ୍ଵ ଦେଇଛି । ସେପଟେ କଂଗ୍ରେସ ମଧ୍ୟ ସେହି ସମାନ କାରଣ ଲାଗି ପୂର୍ବତ୍ତମ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶଙ୍କୁ ଆଗକୁ ଆଣିଛି । 

ଏହି ଦୁଇ ନେତା ନିଜ ନିଜ ସ୍ତରରେ ନବୀନଙ୍କ ସହ କଥାବାର୍ତ୍ତା କରୁଛନ୍ତି । ହେଲେ ନବୀନ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜୁ ଜନତା ଦଳ ଗୋଟିଏ ଧାରାରେ ଏ ପର୍ଯ୍ୟନ୍ତ ପ୍ରମାଣ କରି ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଓଡିଶାର ସ୍ଵାର୍ଥକୁ ଆଖି ଆଗରେ ରଖି ଏବଂ ଜାତୀୟ ମର୍ଯ୍ୟାଦାକୁ ଆଖି ଆଗରେ ରଖି ନେଇଥାନ୍ତି । 

କେନ୍ଦ୍ର ସରକାରଙ୍କ ବିରୋଧରେ ଯାଇ ପୂର୍ବରୁ ନବୀନ ରାଷ୍ଟ୍ରପତି ପଦ ଲାଗି ବିଏ ସାଙ୍ଗାମାଙ୍କୁ ସପୋର୍ଟ କରି ସାରିଛନ୍ତି ଅବଶ୍ୟ ସେତେବେଳେ କଂଗ୍ରେସ ସରକାର ଥିଲା । ବର୍ତ୍ତମାନ କ୍ଷେତ୍ରରେ ବିଜେଡି ବିଜେପିକୁ ସପୋର୍ଟ କରୁଛି । ସାଂସଦରେ ବିଭିନ୍ନ ବିଲ ଠାରୁ ଆରମ୍ଭ କରି ରାଜ୍ୟସଭା ପ୍ରାର୍ଥୀ ଭାବରେ ଅଶ୍ଵିନୀ ବୈଷ୍ଣବ ପର୍ଯ୍ୟନ୍ତ ପ୍ରତିଟି କଥାରେ ମୋଦୀ ସହ ନବୀନ ହଁ ଭରୁଛନ୍ତି ।

ମାତ୍ର ରାଷ୍ଟ୍ରପତି ନିର୍ବାଚନ ବେଳକୁ ସେ ଏନଡିଏ-ୟୁପିଏ କାହା ସପୋର୍ଟରେ ଯିବେ ସେ ନେଇ ମୁହଁ ଖୋଲୁ ନାହାନ୍ତି । ବନ୍ଧୁଗଣ ଠିକ ସମୟ ଆସିଲେ ନବୀନ କାହା ସପକ୍ଷରେ ରହିବେ ତାହା ନିଶ୍ଚୟ ଜଣା ପଡିଯିବ । ତେବେ ଏହି ଖବରକୁ ନେଇ ଏବେ ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *