ଆକ୍ସନ ମୁଡରେ ସୁଲୋଚନା, କାହିଁକି ଓ କାହା ଉପରେ ଫୋନରେ ଏମିତି ବର୍ଷିଲେ, କହିଲେ ‘ଭୁଲ କରିବ ତ ମୁଁ କିଛି ଶୁଣିବିନି, ସବୁ ଭାଙ୍ଗିଦେବି…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଳିଆ ପକାଇଲେ କି ପାଣିଛାଡିଲେ ସିଧା ଭଙ୍ଗା ହେବ ବୋଲି କହିଛନ୍ତି ସୁଲୋଚନା । ଏଣିକି କିଛି କମ୍ପରମାଇଜ ହେବ ନାହିଁ । ଯଦି ରାସ୍ତାରେ ଅଳିଆ ପକାଇବେ ତଥା ଯଦି ପାଣି ଛାଡିବେ ତେବେ ସିଧା ଭାଙ୍ଗିଦେବେ । ତେବେ ଭୁବନେଶ୍ଵର ମେୟର ସୁଲଚନା ଦାସ ଦୋକାନ ଦୋକାନ ବୁଲି କିଛି ଅମାନିଆ ଦୋକାନୀ କୁ ସାବାଡ କରିଛନ୍ତି ସେ କହିଛନ୍ତି ଯଦି ଆପଣ ରାସ୍ତା କୁ ପାଣି ଛାଡନ୍ତି ତେବେ ଦୋକାନ ଭାଙ୍ଗିଦେବେ ତଥା ଅଳିଆ ମଧ୍ୟ ପକାଇଲେ ଉଚିତ ଦଣ୍ଡ ମିଳିବ ।

ଭୁବନେଶ୍ଵର ମୁନସିପାଲଟି ଅଧିନାକରେ ଅନେକ ଦୋକାନ ରହିଅଛି । ମାତ୍ର କିଛି ଅମାନିଆ ଦୋକାନୀ ରାସ୍ତା କଡରେ ଅଳିଆ ପକାଇବା ସହିତ ରାସ୍ତା କୁ ସର୍ଭିସିଙ୍ଗ ସେଣ୍ଟରରେ ପାଣି ଛାଡିବା ଫଳରେ ଭୁବନେଶ୍ଵର ସୌନ୍ଦର୍ଜ୍ୟ ଖରାପ ହେଉଥିବା ବେଳେ ସାଧାରଣ ଲୋକଙ୍କୁ ମଧ୍ୟ ନାନା ପ୍ରକାରର ଅସୁବିଧା ଭୋଗିବାକୁ ପଡୁଛି ।

ଫଳରେ ରାସ୍ତାକୁ ଓହ୍ଲାଇ ଦୋକାନ ଦୋକାନ ବୁଲି ତାଗିତ କରୁଛନ୍ତି ନିଜେ ମେୟର । ମେୟର ଙ୍କ ତାଗିତ ଫଳରେ ଅମାନିଆ ଙ୍କ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି ହୋଇଛି ଆଉ ସେମାନେ ମଧ୍ୟ ସାବାଡ ହୋଇଛନ୍ତି । ଗତ କିଛି ମାସ ହେବ ଭୁବନେଶ୍ବର ରେ ଅନେକ ଅସୁବିଧା କୁ ଅଙ୍ଗେ ନିଭାଇ ଥିବା ମେୟର ସୁଲୋଚନା ଏବେ ଲାଗିଛନ୍ତି ଏକ ସୁସ୍ଥ ଏବଂ ସ୍ଵଚ୍ଛ ଭୁବନେଶ୍ଵର ଗଠନରେ ।

ଦିନ ରାତି ଏକ କରି ସେ ବ୍ୟସ୍ତ ଅଛନ୍ତି ନୂଆ ଭୁବନେଶ୍ଵର ଗଠନରେ । ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଦାଇତ୍ଵ ଓ ସ୍ମାର୍ଟସିଟି ବାସୀଙ୍କର ବିଶ୍ଵାସ କୁ କିଭଳି ଭାବରେ ସେ ଉଜୀବିତ କରି ରଖିପାରିବେ ସେଥି ନିମନ୍ତେ ସେ ସର୍ବଦା ଚେଷ୍ଟା କରିଆସୁଛନ୍ତି । କେବଳ ଏତିକି ନୁହେଁ ତାଙ୍କ କହିବା ଅନୁସାରେ ନିଜ ଚତୁର୍ପାର୍ଶ୍ୱକୁ ଯଦି ଆମ୍ଭେ ନିଜେ ସଫା ରଖିବା ତେବେ ନିଶ୍ଚିତ ଭାବରେ ଦିନେ ସମଗ୍ର ଦେଶ ସଫା ରହିବ । ସୁଲୋଚନା ଦେଖିଥିବା ସ୍ଵପ୍ନ ରେ ତାଙ୍କୁ ସଂପୂର୍ଣ୍ଣ ସହଯୋଗ ଭୁବନେଶ୍ଵର ସହର ବାସୀ ଦେବେ ବୋଲି ସେ ଆଶାବାଦୀ ।

କିନ୍ତୁ ଅନେକ ଦୋକାନୀ ସୁଲୋଚନା ଙ୍କ ସହିତ ଯୁକ୍ତିତର୍କ କରିବାରୁ ସେ କହିଥିଲେ ଯେ ଏଭଳି କରିଲେ ସେ ନିଶ୍ଚିତ ଭାବରେ ବୁଲ୍ଦୋଜର ମଗାଇ ଦୋକାନ ଭାଙ୍ଗିଦେବେ । ତେବେ ଏହିଭଳି ନିଷ୍ପତ୍ତି କୁ ବର୍ତ୍ତମାନ ଭୁବନେଶ୍ଵର ବାସିନ୍ଦା ଗ୍ରହଣ କରିଥିବା ବେଳେ ଦୋକାନୀ ଙ୍କ ନିମନ୍ତେ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *