ପବନରେ ଫାଇରିଙ୍ଗ କରିଥିବା ବିଜେପି ଜିଲ୍ଲା ଅଧ୍ୟକ୍ଷ ବିରୁଦ୍ଧରେ କେସ ଦର୍ଜ, କହିଲେ ଭୁଲ ହେଇଗଲା

ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ବିଜେପି ମହିଳା ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରିଙ୍କୁ ଲକଡାଉନ ସମୟରେ ଫାଇରିଙ୍ଗ କରିବା ମହଙ୍ଗା ପଡିଗଲା । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ମଞ୍ଜୁ ତିବାରିଙ୍କ ବିରୁଦ୍ଧରେ ସୋମବାର ଦିନ କେସ କରିଛନ୍ତି । ଅନ୍ୟ ପଟେ ମହିଳା ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରି କହିଲେ କି ମୋ ଦ୍ଵାରା ଭୁଲ ହୋଇ ଯାଇଛି । ମୁଁ ଏଥିପାଇଁ ନିଜର ଭୁଲକୁ ସ୍ଵୀକାର କରୁଛି ।

କହିଦେଉଛୁ କି କରୋନା ଭାଇରସ ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ରବିବାର ଦିନ ରାତି ୯ ଟା ସମୟରେ ୯ ମିନିଟ ପର୍ଯ୍ୟନ୍ତ ପୁରା ଦେଶରେ ଦୀପ, ମହମବତି, ଟର୍ଚ କିମ୍ବା ମୋବାଇଲ ଫ୍ଲାସ ଲାଇଟ ଜଳାଇ ଏକତାର ସନ୍ଦେଶ ଦିଆ ଯାଇଥିଲା । ଏହି ସମୟରେ ବିଜେପି ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରି ନିଜର ଲାଇସେଂସ ରିବଲ୍ୱରରୁ କିଛି ରାଉଣ୍ଡ ଫାଇରିଙ୍ଗ କରିଥିଲେ ।

ଏତିକି ନୁହେଁ ବିଜେପି ମହିଳା ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରି ଫାଇରିଙ୍ଗର ଏହି ଭିଡିଓକୁ ନିଜର ଫେସବୁକ ଆକାଉଣ୍ଟରେ ଅପଲୋଡ ବି କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଭିଡିଓରେ ଦେଖା ଯାଉଛି କି ମଞ୍ଜୁ ତିବାରି ନିଜର ଘରର ଛାତ ଉପରେ ବନ୍ଧୁକ ଦ୍ଵାରା ଫାଇରିଙ୍ଗ କରୁଛନ୍ତି । ଏହି ସଙ୍କଟର ଘଡି ସମୟରେ ଯେତେବେଳେ ପୁରା ଦେଶ ରାଷ୍ଟ୍ର ରକ୍ଷକ ଉତ୍ସାହ ବର୍ଦ୍ଧନ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ କରୁଛନ୍ତି, ଅନ୍ୟ ପଟେ କିଛି ଲୋକମାନେ ଅତି ଉତ୍ସାହର ସହିତ ଆଇନକୁ ଅବମାନନା କରୁଛନ୍ତି । କହିଦେଉଛୁ କି ଏହିଭଳି ଫାଇରିଙ୍ଗ ଆଇନ ଅମାନ୍ୟ ଅଟେ ।

ପିଏମଙ୍କ ଅପିଲର ପ୍ରଭାବ ନଜର ଆସିଲା

କହିବାକୁ ଗଲେ ବଲରାମପୁରରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲର ବହୁତ ପ୍ରଭାବ ଦେଖିବାକୁ ମିଳିଲା । ରବିବାର ରାତି ୯ ଟା ସମୟରେ ଲୋକମାନେ ନିଜ ନିଜ ଘରର ଲାଇଟ ବନ୍ଦ କରି ଦୀପ ଓ ମହମବତୀ ଦ୍ଵାରା ଆଲୋକିତ କରୁଥିଲେ । କିନ୍ତୁ ବିଜେପିର ମହିଳା ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରି ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ଵାନରେ କିଛି ଅଧିକ ହିଁ ଉତ୍ସାହିତ ହୋଇ ଯାଇଥିଲେ ।

ଘରେ ଦୀପ ଜଳାଇବା ପରେ ବଲରାମପୁର ବିଜେପିର ମହିଳା ଜିଲ୍ଲା ଅଧ୍ୟକ୍ଷ ମଞ୍ଜୁ ତିବାରି ନିଜର ସ୍ଵାମୀ ଓମପ୍ରକାଶ ତିବାରିଙ୍କ ଲାଇସେଂସ ରିଭଲ୍ୱରକୁ ନେଇ ଘରର ବାହାରକୁ ବାହାରି ଆସିଲେ ଓ କରୋନା ଭାଇରସକୁ ତଡିବା ପାଇଁ ପବନରେ ଫାଇରିଙ୍ଗ କରିବାକୁ ଲାଗିଲେ । ଏହା ପରେ ସେ ଏହି ମୁହୂର୍ତକୁ ଏକ ଭିଡିଓ କରି ଫେସବୁକରେ ଅପଲୋଡ କରି ଲେଖିଲେ କି ‘ଆଜି ଦୀପ ଜଳାଇବା ପରେ କରୋନା ଭାଇରସକୁ ତଡିବା…’

Leave a Reply

Your email address will not be published. Required fields are marked *