ତିନି ପୁଅଙ୍କୁ ଅଟକାଇ ଦେଲା ଲକଡାଉନ, ବୋହୂ କଲା ଶାଶୁର ଅନ୍ତିମ ସଂସ୍କାର

କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ ହୋଇଛି । ଏହା ମଧ୍ୟରେ ୟୁପିର ଦେବରୀୟାରେ ତିନି ପୁଅ ନିଜ ମାଆ ର ଶବକୁ କାନ୍ଧ ଦେଇପାରିଲେ ନାହିଁ । ଏଥିରେ ପୁଅ ମାନଙ୍କର କମି ତାଙ୍କ ବୋହୂ ଅନୁଭବ କରିବା ପାଇଁ ଦେଲେ ନାହିଁ । ବୋହୂ ନିଜର ଛୋଟ ପିଲାଟିକୁ ହାତରେ ଧରି ଶାଶୁଙ୍କ ଶବକୁ କାନ୍ଧ ଲଗାଇଲା ଏବଂ ତାହାପରେ ତାଙ୍କର ମୁଖାଗ୍ନି ଦେଲା । ଏହା ସେଠାରେ ଥିବା ସବୁ ଲୋକଙ୍କ ହୃଦୟକୁ ଛୁଇଁଗଲା ଏବଂ ସେମାନଙ୍କ ଆଖିରୁ ଲୁହ ବୋହି ପଡିଲା । ଏହି ଘଟଣା ଦେବାରିୟା ଜିଲ୍ଲାର ସଲେମପୁର କବ୍ସେ ର ଅଟେ ।

ସେଠାରେ ବାସ କରୁଥିବା ସୁମିତ୍ରା ଦେବୀଙ୍କର ଗତ ଶୁକ୍ରବାର ଦିନ ହଠାତ ମୃତ୍ୟୁ ହୋଇଗଲା । ଏହି ସମୟରେ ତାଙ୍କର ତିନୋଟି ପୁଅ ଥିଲେ ହେଲେ ଅନ୍ତିମ ସତ୍କାର ସମୟରେ ତାଙ୍କ ପାଖରେ କେହି ନଥିଲେ କାରଣ ସେ ତିନି ଜଣ ଅଲଗା ଅଲଗା ଜାଗାରେ ଚାକିରି କରିଛନ୍ତି ଏବଂ ଲକଡାଉନ ପାଇଁ ସେମାନେ ଆସିପାରିଲେ ନାହିଁ । ଯେଉଁଥି ପାଇଁ ପୁଅ ମାନଙ୍କର ସବୁ ଦାୟିତ୍ଵ ସୁମିତ୍ରା ଦେବୀଙ୍କ ବୋହୂ ତୁଲାଇଲେ ।

 

ଶେଷ ସମୟରେ ଘରେ ସୁମିତ୍ରା ଦେବୀ ଙ୍କ ସହିତ ତାଙ୍କ ବୋହୂ ନିଜର କ୍ଷୀର ଖାଉଥିବା ପିଲା ସହିତ ରହୁଥିଲେ । ସାମାଜିକ ନିୟମକୁ ଭଙ୍ଗ କରି ତାଙ୍କ ବୋହୂ ହିଁ ସ୍ଥାନୀୟ ପ୍ରଶାସନଙ୍କ ସାହାଯ୍ୟରେ ଶବକୁ କାନ୍ଧେଇ ଥିଲେ ଏବଂ ତାଙ୍କ ପିଲାକୁ କୋଳରେ ଧରି ତାଙ୍କ ଶାଶୁଙ୍କ ଚିତାରେ ମୁଖାଗ୍ନି ବି ଦେଲେ । ଲାର ଥାନ ଅନ୍ତର୍ଗତ ତିଲୌଲି ଗାଁ ରେ ରହୁଥିବା ୭୦ ବର୍ଷୀୟ ସୁମିତ୍ରା ଦେବୀ ଙ୍କର ତିନି ଜଣ ପୁଅ ଅଛନ୍ତି ଯିଏ ବାହାରେ ଚାକିରି କରିଛନ୍ତି । ଶୁକ୍ରବାର ଦିନ ଦିନ ସୁମିତ୍ରା ଦେବୀଙ୍କ ଦେହ ହଠାତ ଖରାପ ହୋଇ ଯିବାରୁ ଲୋକଙ୍କ ସାହାଯ୍ୟରେ ତାଙ୍କ ବୋହୂ ନିତୁ ତାଙ୍କୁ ସାମୁଦାୟିକ ଚିକିସା କେନ୍ଦ୍ରକୁ ନେଇଗଲେ ,ଯେଉଁଠାରେ ଡକ୍ଟର ତାଙ୍କୁ ମୃତ ବୋଲି ଘୋଷଣା କରିଦେଲେ ।

ନିତୁ ଏହି ଖବର ତାଙ୍କ ସ୍ଵାମୀଙ୍କ ସହିତ ଘରର ସବୁ ଲୋକଙ୍କୁ ଦେଲେ କିନ୍ତୁ ଲକଡାଉନ ଚାଲି ଥିବାରୁ କେହି ବି ନିଜ ଘରକୁ ଆସି ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେ ନାହିଁ । ସେଥିପାଇଁ ନିତୁ ଙ୍କ ସ୍ଵାମୀ ଚନ୍ଦ୍ରଶେଖର ଏବଂ ଦୁଇ ଭାଇ ନିତୁ ଙ୍କୁ ନିଜ ମାଆଙ୍କର ଅନ୍ତିମ ସଂସ୍କାର କରିବା ପାଇଁ କହିଲେ । ଯାହାପରେ ନିତୁ ନିଜ ପିଲାକୁ କୋଳରେ ଧରି ଗାଁ ପଞ୍ଚାୟତ ର ଅଧକ୍ଷ୍ୟଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କୁ ସାହାଯ୍ୟ ମାଗିଲେ । ଗ୍ରାମ ପଞ୍ଚାୟତର ଅଧକ୍ଷ ଶବକୁ ଶ୍ମଶାନ ଘାଟ ପହଞ୍ଚାଇବା ପାଇଁ ଏବଂ ଅନ୍ତିକ ସଂସ୍କାର ପାଇଁ ସବୁ ବ୍ୟବସ୍ଥା କରିଦେଲେ । ତାହାପରେ ନିତୁ ନିଜ ଶାଶୁର ଶବକୁ କାନ୍ଧେଇଲେ ଏବଂ ଅନ୍ତିମ ସଂସ୍କାର ବି କଲେ ।

Leave a Reply

Your email address will not be published. Required fields are marked *