ଟଙ୍କା ଲୁଟୁଛି ଦାମୀ ଘଂଟା, କିନ୍ତୁ କିପରି ? ଭାଇରାଲ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଜାତୀୟ ରାଜପଥଗୁଡ଼ିକରେ ଫ୍ୟାସଟ୍ୟାଗ ବାଧ୍ୟତାମୂଳକ ହୋଇଯିବ । ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ ନଥିଲେ ଆପଣଙ୍କୁ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ । ଏନେଇ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୌଣସି ଗାଡ଼ିରେ ଯଦି ଫାସଟ୍ୟାଗ ଲାଗି ନଥାଏ କିମ୍ବା ତାହା କାମ କରୁନଥାଏ, ତାହେଲେ ସେହି ଗାଡ଼ି ଯଦି ଟୋଲପ୍ଲାଜାର ଫାସଟ୍ୟାଗ ଲେନରେ ପ୍ରବେଶ କରେ ସେଗୁଡ଼ିକୁ ଜାତୀୟ ରାଜପଥ ଶୁଳ୍କ ନିୟମ ୨୦୦୮ ଅନୁଯାୟୀ ଦୁଇଗୁଣା ଶୁଳ୍କ ଦେବାକୁ ପଡ଼ିବ ।


କିନ୍ତୁ ଯଦି ଫ୍ୟାସଟ୍ୟାଗ ଥାଏ ତେବେ ଡିଜିଟାଲ ମୋଡରେ ଶୁଳ୍କ ଆଦାୟ ବଢ଼ିବ । ଏହାସହିତ ଗାଡ଼ିଗୁଡ଼ିକ ଟୋଲପ୍ଲାଜାରେ ଅଧିକ ସମୟ ରହିବାକୁ ପଡ଼ିବ ନାହିଁ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଛୋଟ ବାଳକ କାର୍ ସଫା କରୁଛନ୍ତି । ଆଉ ତାଙ୍କ ହାତରେ ଏକ ଦାମୀ ସାର୍ଟ ଘଣ୍ଟା ପିନ୍ଧିଛନ୍ତି ।

ପିଲାଟିକୁ ଦେଖିବା ପରେ କାରଟିର ମାଲିକ ଏକ ଭିଡିଓ କରିଛନ୍ତି । ଯେଉଁ ଭିଡିଓରେ ସେ ଦାବି କରିଛନ୍ତି କି ବାଳକ ଜଣକ ଏହି ଘଣ୍ଟା ଜରିଆରେ ତାଙ୍କର ଫାସଟ୍ୟାଜ୍‌ ଟଙ୍କା ନେଉଛି ।  ଖାଲି ସେତିକି ନୁହେଁ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଏନପିସିଆଇ ଏହି କଥାରେ ହସ୍ତକ୍ଷେପ କରିଛି । ଆଉ ଏହି ତଥ୍ୟକୁ ଅସ୍ୱୀକାର ମଧ୍ୟ କରିଛି ।

ଗତ ଶନିବାର ଦିନ ଏନପିସିଆଇ ଏନେଇ ନିଜର ମତ ରଖିଥିଲା । ଟ୍ୱିଟ୍ କରି ଏନପିସିଆଇ ଏହି ତଥ୍ୟ ଭିତ୍ତିହୀନ ଓ ଗୁଜବ ବୋଲି କହିଛି । ତେବେ ନିଗମ କହିଛି ଯେ କେବଳ କ୍ଷମତାପ୍ରାପ୍ତ ସିଷ୍ଟମ ଇଣ୍ଟିଗ୍ରେଟର (ଏସଆଇ) କାରବାର କରିବାକୁ ଅନୁମତି ଦିଆଯାଇଛି । ଏଥିରେ କୁହାଯାଇଛି ଯେ କନ୍ସେସ୍ ଏବଂ ବ୍ୟାଙ୍କଗୁଡିକ ମଧ୍ୟରେ ଏସଆଇ ସିଷ୍ଟମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କେବଳ ଅନୁମୋଦିତ ଆଇପି ଠିକଣା ଏବଂ ୟୁଆରଏଲ୍‌ ଗୁଡିକ ଗ୍ରହଣ କରେ ।


ଏନସିପିଆଇ କହିଛି ଯେ ଏଭଳି ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯାଉଛି । ତେବେ ଫାସଟ୍ୟାଗ୍ ଗାଡ଼ିର ଓ୍ୱିଣ୍ଡୋ ସ୍କ୍ରିନରେ ଲାଗିଥାଏ । ଏହା ଏକ ପ୍ରକାର କୋଡ । ଏଗୁଡ଼ିକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍(ଆରଏଫଆଇଡି) ।


ଯେଉଁ ଗାଡ଼ିରେ ଫାଷ୍ଟଟ୍ୟାଗ ଲାଗିଥାଏ ସେଗୁଡ଼ିକୁ ଟୋଲ ଗେଟ୍‌ରେ ଟୋଲ ଫି ଦେବା ପାଇଁ ଅଟକିବାକୁ ପଡ଼ି ନଥାଏ । ଡିଜିଟାଲ ମାଧ୍ୟମରେ ସେମାନେ ଫି ଦେଇଥା’ନ୍ତି । ଫାସଟ୍ୟାଗ୍ ଗାଡ଼ି ଟୋଲ ଦେଇ ଯାତାୟାତ କରୁଥିବା ସମୟରେ ନିଜର ବା ମାଲିକଙ୍କ ସେଭିଙ୍ଗ୍ ଆକାଉଣ୍ଟରୁ ଫି ଆପେ ଆପେ ପୈଠ ହୋଇଯାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *