ଜିଦିଆ ପିଲାଙ୍କୁ କେମିତି ସମ୍ଭାଳିବେ ? Jaya Kishori

ବନ୍ଧୁଗଣ ବର୍ତ୍ତମାନ ଏହି ଡିଜିଟାଲ ଦୁନିଆରେ ପ୍ରାୟ ସମସ୍ତ ଲୋକ ଭିନ୍ନ ଧରଣର ଜୀବନ ଅତିବାହିତ କରୁଛନ୍ତି । ଆଗ କାଳରେ ଘରର ମୁଖିଆ ବାହାରେ କାମ କରୁଥିଲେ ଓ ମହିଳା ମାନେ ଘର କାମ କରୁଥିଲେ । ହେଲେ ବର୍ତ୍ତମାନର ସମୟରେ ଉଭୟ ମା ବାପା ବାହାରେ କାମ କରୁଛନ୍ତି ଯାହା ଫଳରେ ଛୁଆ ମାନଙ୍କୁ ସେମାନେ ସମୟ ଦେଇ ପାରୁ ନାହାନ୍ତି । ବନ୍ଧୁଗଣ ଛୁଆ ମାନେ ଗୋଟିଏ ଘରେ ଏକା ରହି ଜିଦିଆ ହୋଇଯାଉଛନ୍ତି ।

କାରଣ ଯଦି ପିଲା ସବୁବେଳେ ଏକା ରହିବ ତା ହେଲେ ତାର ମାନସିକ ଅବସ୍ତା ଉପରେ ବହୁତ ଖରାପ ପ୍ରଭାବ ପଡିବ । ଅଧିକାଂଶ ପିଲା ଏଭଳି ପରିସ୍ଥିତିରେ ବହୁତ ଜିଦିଆ ହୋଇଯାନ୍ତି । ଏହା ବ୍ୟତୀତ ଗତ ଦୁଇ ବର୍ଷ ହେବ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଚାଲିଛି ଯାହାଫଳରେ ଛୁଆ ମାନେ ନିଜ ସାଙ୍ଗ ସାଥି ମାନଙ୍କ ସହ ମିଶି ପାରିଲେ ନାହିଁ ।

ପିଲା ମାନେ ଘରେ ରହି ମୋବାଇଲର ବ୍ୟବହାର କରୁଛନ୍ତି ଏହା ଦ୍ଵାରା ସେମାନଙ୍କ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପଡୁଛି । ତେଣୁ ବନ୍ଧୁଗଣ ପିଲା ଜିଦିଆ ନହେବା ପାଇଁ କଣ କରିବା ଉଚିତ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ କଥା ହେଉଛି ଆପଣ ମାନେ ଯେତେ ହେଇ ପାରୁଛି ନିଜ ପିଲାଙ୍କୁ ସମୟ ଦିଅନ୍ତୁ ।

ଆପଣ ନିଜ ଛୁଆ ମାନଙ୍କ ସହ ଘର ଭିତରେ ହେଉ ବା ଘର ବାହାରେ ବିଭିନ୍ନ ପ୍ରକାରର ଗେମ ଖେଳନ୍ତୁ । ଆପଣ ମାନେ ଚାହିଁଲେ ଘରେ ନିଜ ଛୁଆ ସହ ଲୁଡୋ, ଚେସ କିମ୍ବା କ୍ୟାରମ ଆଦି ଖେଳି ପାରିବେ । ଏହା ସହିତ ବନ୍ଧୁଗଣ ସବୁବେଳେ ପିଲା ମାନଙ୍କ ଇଛାକୁ ପୂରଣ କରିବା ଠିକ ନୁହେଁ । ପିଲାକୁ ଯାହା ବି ଦରକାର ଆପଣ ସବୁ ଦେଇ ଦେବା ଠିକ ନୁହେଁ । ଏହା କରିବା ଦ୍ଵାରା ପିଲା ଏକଜିଦିଆ ହୋଇଯାନ୍ତି । ତା ହେଲେ ବନ୍ଧୁଗଣ ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *