ଜୀବନରେ ଏହି ଗୁପ୍ତ କଥା କାହାକୁ ବି କୁହନ୍ତୁ ନାହଁ, ନହେଲେ ପରେ ପସ୍ତେଇବେ- Chanakya Niti

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ମହାନ ବିଦ୍ଵାନ ଚାଣକ୍ୟଙ୍କ ବିଷୟରେ ନିଶ୍ଚୟ ଜାଣି ଥିବେ । ଚାଣକ୍ୟ ଜଣେ ମହାନ ବିଦ୍ଵାନ ହେବା ସହ ଜଣେ ନୀତିକାର ମଧ୍ୟ ଅଟନ୍ତି । ଚାଣକ୍ୟ ନିଜ ସମସ୍ତ ନୀତି ଗୁଡିକୁ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି । ଚାଣକ୍ୟଙ୍କ ନୀତିକୁ ମାନି ଯଦି ଜଣେ ବ୍ୟକ୍ତି ରହିବ ତା ହେଲେ ସେ ନିଜ ଜୀବନରେ ସମସ୍ତ ସୁଖ ପାଇବ ଓ ସେହି ବ୍ୟକ୍ତି କେବେବି ତା ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ ।

ବନ୍ଧୁଗଣ ଚାଣକ୍ୟ ନୀତିରେ କିଛି ଏପରି କଥା ବିଷୟରେ ଉଲ୍ଲେଖ ହୋଇଛି ଯାହା କୌଣସି ମଣିଷକୁ କହିବା ଉଚିତ ନୁହେଁ । ଆପଣ ମାନଙ୍କୁ ଏହି ସବୁ କଥା ଗୁପ୍ତ ରଖିବା ଉଚିତ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଅନ୍ୟ ମାନଙ୍କୁ କେବେ ହେଲେ କହିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ । ଯଦି ଆପଣ ନିଜ ସ୍ତ୍ରୀଙ୍କ ସହ ଥିବା ସମ୍ପର୍କ ବିଷୟରେ କହିବେ ତା ହେଲେ ଆପଣଙ୍କ ଘରେ କଳହ ହୋଇପାରେ କିମ୍ବା ଆପଣଙ୍କ ବୈବାହିକ ଜୀବନରେ ତୃତୀୟ ବ୍ୟକ୍ତିର ଆଗମନ ହୋଇପାରେ ।

୨. ଚାଣକ୍ୟ ନୀତି ଅନୁସାରେ କୁହା ଯାଏ ଯେ ବ୍ୟକ୍ତିକୁ କେବେବି ନିଜ ବୟସ ସୀମା ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ । ଏହା ମଧ୍ୟ ଗୁପ୍ତ ରଖିବା ଆବଶ୍ୟକ । ଆପଣଙ୍କ ସଠିକ ବୟସ ବିଷୟରେ ଜାଣିବା ପରେ ଆପଣଙ୍କ ଶତ୍ରୁ ମାନେ ଏହାର ଫାଇଦା ଉଠାଇ ପାରନ୍ତି ।

୩. ଆଜି ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଘର କଥା ବନ୍ଧୁ ବା ବାହାର ଲୋକଙ୍କ ସହ ସେୟାର କରିଥାନ୍ତି । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏପରି କରିବା ଦ୍ଵାରା ସେମାନଙ୍କ ଘର ସଦସ୍ୟଙ୍କ ସହ ଥିବା ଭଲ ସମ୍ପର୍କ ଖରାପ ହୋଇଥାଏ । ଘର କଥା ଯଦି ଘରେ ରୁହେ ତା ହେଲେ ଘରେ ଶାନ୍ତି ରହିଥାଏ ।

୪. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ନିଜର ଟଙ୍କା ପଇସା ବିଷୟରେ କେବେ କାହାକୁ କହିବା ଉଚିତ ନୁହେଁ । ଧନ ହେଉଛି ଏପରି ଏକ ଜିନିଷ ଯାହା ଉପରେ ସମସ୍ତଙ୍କ ଖରାପ ଦ୍ରୁଷ୍ଟି ରହିଥାଏ ଓ ଧନ ନିଜ ଲୋକଙ୍କୁ ପର କରିଦେଇଥାଏ । ତେଣୁ ବନ୍ଧୁଗଣ କେବେବି ନିଜ ଟଙ୍କା ପଇସା ବିଷୟରେ ଅନ୍ୟ ମାନଙ୍କୁ କହିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଚାଣକ୍ୟଙ୍କ ଏହି ନୀତି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *