ଗୋଟିଏ ବର୍ଷରେ ହିଁ 3 ଟି ପିଲାର ମା’ ହେଇଗଲେ Bollywood ର ଏହି ଫେମସ ହିରୋଇନ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ବଲିଉଡରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡେ । ଅଭିନେତ୍ରୀ ମାନେ ସଫଳତା ପାଇବା ପରେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଏକ ବର୍ଷରେ ତିନୋଟି ଛୁଆର ମା ହେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସନି ଲିଓନି ।

ସନି ଲିଓନିଙ୍କୁ ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ସନିଙ୍କର ତିନୋଟି ଛୁଆ ଅଛନ୍ତି ଗୋଟେ ବର୍ଷରେ ସନି ତିନୋଟି ଛୁଆଙ୍କର ମା ହୋଇଛନ୍ତି । ସନି ଗୋଟେ ଛୁଆକୁ ଆଡପ୍ଟ କରିଛନ୍ତି ଓ ତାଙ୍କର ଦୁଇଟି ଜୁଡୁବା ଛୁଆ ସରୋଗେସୀ ଦ୍ଵାରା ଜନ୍ମ ହୋଇଛନ୍ତି ।

ସନିଙ୍କ ଝିଅ ନାମ ହେଉଛି ନିଶା କୌର ୱେବର ଓ ଦୁଇ ପୁଅଙ୍କ ନାମ ହେଉଛି ନୋଆହ ସିଂହ ବେବର ଏବଂ ଆସର ସିଂହ ୱେବର । ସନିଙ୍କ ଦୁଇ ପୁଅର ଜନ୍ମ ସରୋଗେସୀ ଦ୍ଵାରା ୨୦୧୮ରେ ହୋଇଥିଲା । ସନିଙ୍କର ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ସନି ନିଜ ତିନୋଟି ଛୁଆ ଓ ନିଜ ସ୍ଵାମୀ ଡାନିୟଲଙ୍କ ସହ ଏକ ଫଟୋ ଅପଲୋଡ କରିଥିଲେ ।

ଏହି ଫଟୋ ଅପଲୋଡ କରି ସନି କ୍ୟାପ୍ସନରେ ଲେଖିଥିଲେ-‘ଏବେ ଆମ ପରିବାର ପୂର୍ଣ୍ଣ ହୋଇ ସାରିଛି । ୨୧ ଜୁନ ୨୦୧୭ରେ ଡାନିୟଲ ଆଉ ମୋତେ ଜଣା ପଡିଥିଲା ଯେ ଆମେ ତିନୋଟି ଛୁଆଙ୍କର ବାପା ମା ହେବାକୁ ଯାଉଛୁ । ଅବଶ୍ୟ ଆମ ପୁଅ ମାନେ ୨୦୧୮ରେ ଜନ୍ମ ଗ୍ରହଣ କରିଥିଲେ ହେଲେ ସେମାନେ ଆଗରୁ ହିଁ ଆମ ମନ ଭିତରେ ରହିଥିଲେ’ ।

ଆଗକୁ ସନି ଲେଖିଛନ୍ତି-‘ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ ଯେ ସେ ଆମକୁ ଏତେ ସୁନ୍ଦର ପରିବାର ଦେଇଛନ୍ତି । ଆମେ ଆମ ତିନୋଟି ଛୁଆଙ୍କ ସହ ବହୁତ ଖୁସିରେ ଅଛୁ’ । ବନ୍ଧୁଗଣ ସନି ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସନି ଲିଓନି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *