ବାବା ଧବଳେଶ୍ଵରଙ୍କ ମହିମା, ଦେଖନ୍ତୁ କେମିତି ବାବା କଲେ ଚମତ୍କାର, କଳା ବଳଦକୁ ଧଳା କରିଦେଇ ରକ୍ଷା କଲେ ଭକ୍ତର ଜୀବନ

ରାଜ୍ୟର ଏକ ପ୍ରମୁଖ ଶୈବ ପୀଠ କଟକ ନିକଟସ୍ଥ ଧବଳେଶ୍ଵର ପୀଠ । ମହାନଦୀ ପାଣିରେ ଥିବା ଏହି ଦ୍ଵିପଟିର ମହିମା ବହୁତ କାଳରୁ ରହି ଆସିଛି । ବାବାଙ୍କର ଆକର୍ଷଣରେ ଭିନ୍ନ ଭିନ୍ନ ସ୍ଥାନରୁ ଟାଣି ହୋଇ ଆସନ୍ତି ଭକ୍ତ ମାନେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାବା ଧବଳେଶ୍ଵରଙ୍କ ମହିମା ବିଷୟରେ କହିବାକୁ ଯାଉଛୁ । ଜାଣିବା ଏହି ପୀଠର ନାମ ଧବଳେଶ୍ଵର ରହିବାର କାରଣ ବିଷୟରେ । ବନ୍ଧୁଗଣ ଧବଳେଶ୍ଵର ପୀଠ ସହ ଜଡିତ ଏହି ସବୁ ରହସ୍ୟମୟ କଥା ବହୁତ କମ ଲୋକ ଜାଣି ଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଧବଳେଶ୍ଵର ଶବ୍ଦର ଅର୍ଥ ହେଉଛି ଧବଳ ଇଶ୍ଵର ଅର୍ଥାତ ଧଳା ରଙ୍ଗର ଭଗବାନ । ବାବା ଧବଳେଶ୍ଵରଙ୍କୁ ନେଇ ରହିଛି ଏକ ରୋଚକ କଥା । ଏମିତି ବିଶ୍ଵାସ କରାଯାଇଥାଏ ଯେ, ବାବା ଧବଳେଶ୍ଵର କଳା ବଳଦକୁ ଧଳା କରିଦେଇଥିଲେ । ଏହି ଘଟଣା ପରେ ସେ ଧବଳେଶ୍ଵର ନାମରେ ପରିଚିତ ହେଲେ । ବନ୍ଧୁଗଣ ଲୋକଙ୍କ କଥା ଅନୁସାରେ, ଥରେ ଜଣେ ଛୋଟ ଏକ କଳା ବଳଦ ଚୋରୀ କରି ଆଣିଥିଲା ।

ଲୋକମାନେ ଏହି କଥା ଜାଣିବା ପରେ ଚୋରଟିକୁ ଲୋକେ ଗୋଡେଇବା ଆରମ୍ଭ କରି ଥିଲେ । ଧରା ପଡି ମାଡ ଖାଇବା ଭୟରେ ଚୋରଟି ଲୁଚି ଯାଇଥିଲା ମହାନଦୀ ପାଣି ଘେରି ରହିଥିବା ଏହି ଦ୍ଵିପ ସାଦୃଶ୍ୟ ସ୍ଥାନରେ । ଏହି ସ୍ଥାନଟି ସେତେବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଲୋକମାନେ ଚୋରକୁ ଜଗି ରହିଥିଲେ ।

ସେହି ସମୟରେ ଚୋରଟି ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା । ଚୋର ନିଜ ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁ ଥିଲା । ସେହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ରୂପରେ ଲୋକ ମାନଙ୍କ ସାମ୍ନାକୁ ଆସିଲେ । ଲୋକମାନଙ୍କୁ ରାଗିବାର କାରଣ ପଚାରିଲେ । ଲୋକମାନେ ତାଙ୍କୁ କହିଲେ ଆମର ଗୋଟେ କଳା ବଳଦ ଚୋରୀ ହୋଇ ଯାଇଛି ଚୋର ଏଇଠି ଲୁଚିଛି ଓ ଆମେ ତାକୁ ଜଗି ରହିଛୁ ।

ଏହି କଥା ସୂନୀ ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ ଦୂରରେ ଏକ ଧଳା ବଳଦ ଚରୁଛି । ଲୋକମାନେ ବି ଯେତେବେଳେ ବଳଦକୁ ଦେଖିଲେ ସେତେବେଳେ ତା ରଙ୍ଗ ଧଳା ଥିଲା । ଏହା ପରେ ଲୋକ ମାନେ ଜାଣି ପାରିଲେ ଚୋରୀ ହୋଇଥିବା ବଳଦ ସେଠାରେ ନାହିଁ ।

ତେଣୁ ଚୋର ବାହାରି ଆସିଲା ଓ ସେଠାରୁ ସନ୍ୟାସୀ ଜଣକ କେଉଁ ଆଡେ ଉଭାନ ହୋଇଗଲେ । ଚୋର ସେହି ସମୟରେ ଭୟରେ ଥରୁ ଥାଏ ଓ ସେ ସାହାସ ଯୁଟାଇ ଲୋକଙ୍କୁ ସବୁ ସତ କଥା କହିଲା । ଚୋର କହିଲା ଯେ, ସେ କଳା ବଳଦ ଚୋରୀ କରିଥିଲା ହେଲେ ଭଗବାନ ଶିବ କଳା ବଳଦକୁ ଧଳା କରିଦେଲେ । ତେଣୁ ବନ୍ଧୁଗଣ ସେହି ଦିନ ଠାରୁ ସେହି ସ୍ଥାନରେ ଶୈବ ମନ୍ଦିର ସ୍ଥାପନା କରାଗଲା ଓ ମନ୍ଦିର ନାମ ରହିଲା ବାବା ଧବଳେଶ୍ଵର ।

Leave a Reply

Your email address will not be published. Required fields are marked *