ଖୁସି ଆଉ ମୃତ୍ୟୁ ମଧ୍ୟରେ 25 ମିନିଟର ସମୟ, ଆଉ ତା’ ପରେ ହେଲା କିଛି ଏମିତି…ପୁରା ଘଟଣା ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଖୁସି ଥିଲେ ଓ ଫଟୋ ଉଠାଉ ଥିଲେ । ପୋଜ ପରେ ପୋଜ ଦେଉଥିଲେ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପ୍ରକୃତି ର ସୌନ୍ଦର୍ଯ୍ୟ ର ଏକ ଝଲକ ସହିତ ନିଜ ଫଟୋ କୁ ପୋଷ୍ଟ କରି ଇଂରାଜୀ ରେ,ଲେଖିଥିଲେ ପ୍ରକୃତି ବିନା ବଂଚିବା ଅସମ୍ଭବ ।

କିନ୍ତୁ ସେ ଏହା ଜାଣି ନଥିଲେ ଯେ, ସେହି ପ୍ରକୃତି ହିଁ ତାଙ୍କ ମୃତ୍ୟୁ ର କାରଣ ସାଜିବ । ପ୍ରକୃତି ହିଁ ସାଜିଲା ତାଙ୍କର ପ୍ରାଣ ନାଶକ । ଫଟୋ ପୋଷ୍ଟ କରିବା ସମୟ ରେ ସେ ଜାଣି ନଥିଲେ ଯେ, ମୃତ୍ୟୁ ଠାରୁ କେବଳ ୨୫ ମିନିଟ ଦୂରତା ରେ ଅଛନ୍ତି । ଏହି ଫଟୋ ତାଙ୍କ ମୃତ୍ୟୁ ର କିଛି ସମୟ ପୂର୍ବର ଉଠା ଯାଇଥିବା ଫଟୋ ଅଟେ । ଫଟୋ ରେ ହସୁଥିବା ଏହି ଚେହେରା ହେଉଛି, ଆୟୁର୍ବେଦ ଡାକ୍ତର ଦୀପା ଶର୍ମା ଙ୍କ ଅଟେ ।

ହିମାଚଳ ରୁ ଆସିଲା ହୃଦୟ ଥରା ଦୃଶ୍ୟ । ସେହି ଦିନ ଥିଲା ୯ ଜଣକ ପାଇଁ କାଳ ଦିନ । ଆପଣ ମାନେ ମଧ୍ୟ ହୁଏତ ଏହି ଦୃଶ୍ୟ ଆଗରୁ କେବେବି ଦେଖି ନଥିବେ । କୌଣସି ଆକ୍ସନ ସିନେମା ର ଗ୍ରାଫିକ୍ସ ଭଳି ଏହି ଦୃଶ୍ୟ ଆପଣଙ୍କୁ ବି ନିହାତି ଭୟଭୀତ କରୁଥିବ ।

ପାହାଡ଼ ଉପରୁ ମୃତ୍ୟୁ ହୋଇ ଆସିଥିଲା ଭୁସ୍କଳନ । ଲ୍ୟାଣ୍ଡ ସ୍ଲାଇଡ଼ ରେ ନଅ ଜଣକ ଜୀବନ ଚାଲିଗଲା ଏବଂ ତା’ ଭିତରେ ବି ଥିଲେ ଡାକ୍ତର ଦୀପା ଶର୍ମା । ଦୀପା ସୋସିଆଲ ମିଡିଆ ରେ ନିଜ ଟୁର କୁ ନେଇ ଲଗାତାର ଅପଡେଟ ହେଉଥିଲେ । କିନ୍ତୁ ସେ ଏହା ଆଦୋୖ ଜାଣି ନଥିଲେ ଯେ, ଏହା ତାଙ୍କ ଜୀବନ ର ଶେଷ କିଛି ପୋଷ୍ଟ ହେବାକୁ ଯାଉଛି ।

ରବିବାର ଲ୍ୟାଣ୍ଡ ସ୍ଲାଇଡ଼ ହେବାର ମାତ୍ର କିଛି ସମୟ ପୂର୍ବରୁ ଦୀପା ଟ୍ୱିଟ କରିଥିଲେ ଯେ, ସେ ବର୍ତ୍ତମାନ ଭାରତର ଶେଷ ପଏଣ୍ଟ ରେ ଛିଡ଼ା ହୋଇଛନ୍ତି । ଯେଉଁଠାରେ ସାଧାରଣ ନାଗରିକ ଙ୍କୁ ଯିବାର ଅନୁମତି ରହିଛି । ଆଗକୁ ୮୦ କିଲୋମିଟର ଦୂର ରେ ତିବ୍ବତ ରହିଛି । କିନ୍ତୁ ଏହି ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ଏଭଳି ଦୁର୍ଭାଗ୍ୟ ଜନିତ ଘଟଣା କୁ ନେଇ ଅନେକ ଙ୍କ ମନ ଦୁଃଖ । ୯ଜଣ ମୃତକ ଙ୍କ ପରିବାର ସଦସ୍ୟ ଙ୍କୁ ସମ୍ବେଦନା ଜଣାଇବା ସହିତ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *