ଜୀବନର ସବୁ ବାଧାରୁ ମୁକ୍ତି ପାଇବା ପାଇଁ ଏହିପରି କରନ୍ତୁ ଶନି ଦେବଙ୍କ ଅଭିଷେକ, ମିଳିଥାଏ କୃପା

ଶନି ଦେବ କର୍ମ ଫଳର ଦେବତା ଅଟନ୍ତି, ଭଲ କର୍ମ କରିଥିବା ଲୋକଙ୍କୁ ସିଏ ଭଲ ଫଳ ଦେଇଥାନ୍ତି । କିନ୍ତୁ ଖରାପ କାମ କରିଥିବା ଲୋକଙ୍କୁ ତାଙ୍କ ପ୍ରକୋପର ସାମନା କରିବାକୁ ପଡ଼ିଥାଏ । ଯେମିତି ଶନି ଦେବଙ୍କ ନାମ ଆସେ ଲୋକଙ୍କ ମନରେ ଡର ବସିଯାଏ । ଯେ କୌଣସି ବ୍ୟକ୍ତି ଶନିଙ୍କ ଖରାପ ଦୃଷ୍ଟିରୁ ବଞ୍ଚିବାକୁ ଚାହାଁନ୍ତି । ତାଙ୍କୁ ପ୍ରସନ୍ନ କରିବାକୁ ଯାଇ ଲୋକମାନେ ବହୁତ ପ୍ରକାର ଉପାୟ ଅପଣାଇ ଥାନ୍ତି, କାରଣ ତାଙ୍କ କୃପାରୁ ଜୀବନର ସବୁ ଅସୁବିଧା ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନି ଦୋଷ ରହିଥାଏ, ସେହି କାରଣରୁ ତା ଜୀବନରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ ।

ଯଦି ଆପଣ ଆପଣଙ୍କ ଜୀବନରେ ଏହି ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତାହେଲେ ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ତେଲରେ ଶନି ଦେବଙ୍କ ଅଭିଷେକ କରିବାର ଉପାୟ ଦେଉଛୁ, ଯଦି ଆପଣ ଶନିବାର ଓ ମଙ୍ଗଳବାର କି ଅମାବାସ୍ୟା ତିଥିରେ ଶନି ଦେବଙ୍କୁ ତେଲରେ ଅଭିଷେକ କରାଇବେ, ତାହେଲେ ସେ ଶୀଘ୍ର ପ୍ରସନ୍ନ ହୋଇ ଆପଣଙ୍କ ଉପରେ ତାଙ୍କ କୃପା ଦୃଷ୍ଟି ପକାଇବେ, ଏମିତି କୁହାଯାଏ କି ଏହି ଉପାୟ କରିଲେ ଶନି ଦେବଙ୍କ ଶୁଭ ଦୃଷ୍ଟିରେ ବ୍ୟକ୍ତିଙ୍କ ଜୀବନରେ ଖୁସି ଲାଗି ରହିଥାଏ ।

ଆସନ୍ତୁ ଜାଣିବା କେଁଉ ତେଲରେ କରିବେ ଶନି ଦେବଙ୍କ ଅଭିଷେକ

ସୋରିଷ ତେଲ

ଶନି ଦେବଙ୍କ କୃପା ପାଇବା ପାଇଁ ଆପଣ ଗୋଟେ ଗିନାରେ ସୋରିଷ ତେଲ ନିଅନ୍ତୁ ଆଉ ତା ଭିତରେ ଆପଣ ଆପଣଙ୍କ ଛାଇକୁ ଦେଖି ଶନିବାର ଦିନ ସନ୍ଧ୍ୟା ସମୟରେ କୌଣସି ଶନି ମନ୍ଦିରରେ ସେହି ତେଲ ରଖି ଦେଇ ଆସନ୍ତୁ, ଆପଣ ସୋରିଷ ତେଲରେ ଶନି ଦେବଙ୍କ ଅଭିଷେକ କରନ୍ତୁ ।

ଯଦି ଆପଣ ଆପଣଙ୍କ ଦୁର୍ଭାଗ୍ୟ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ସୋରିଷ ତେଲରେ ଗହମର ଅଟା ଓ ଗୁଡ଼ରେ ତିଆରି ୭ଟା ଗୁଳା କରି, ୭ ଟି ଅରଖ ଫୁଲ, ସିନ୍ଦୂର, ଅଟାରେ ତିଆରି ଦୀପରେ ସୋରିଷ ତେଲ, ଗବ ପତ୍ର ଉପରେ ରଖି ଶନିବାର ଦିନ କୌଣସି ଛକରେ ରଖି ଆପଣ ଆପଣଙ୍କ ଦୁର୍ଭାଗ୍ୟରୁ ମୁକ୍ତି ପାଇବା ପାଇଁ ଶନି ଦେବଙ୍କୁ ପ୍ରାର୍ଥନା କରି ଆପଣ ସିଧା ଆପଣଙ୍କ ଘରକୁ ଫେରି ଆସନ୍ତୁ, ଆପଣ ପଛକୁ ଚାହିଁ ଦେଖିବେ ନାହିଁ ।

ଯଦି ଆପଣଙ୍କ ବେପାର ଠିକ ଠାକ ଚାଲୁ ନାହିଁ, ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ୍ ମିଳି ପାରୁ ନାହିଁ, ତାହେଲେ ଆପଣ କୌଣସି ସଫା ବୋତଲରେ ସୋରିଷ ତେଲ ଭର୍ତ୍ତି କରି କୌଣସି ପୋଖରୀ କିମ୍ବା ବହି ଯାଉଥିବା ନଦୀରେ ଢାଳି ଦିଅନ୍ତୁ, ଏହି ଉପାୟ କରିଲେ ଆପଣଙ୍କ ବେପାର ଠିକ ଭାବରେ ଚାଲିବ ଓ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

ଶାରିରୀକ କଷ୍ଟ ଦୂର କରିବା ପାଇଁ ଆପଣ ଶନିବାର ଦିନ ୭୫୦ ଗ୍ରାମ ଆଳୁ ଓ ବାଇଗଣ ତରକାରୀ ଓ ସେତିକି ପରିମାଣର ପୁରୀ ସୋରିଷ ତେଲରେ ବନେଇ କୋୖଣସି ଗରିବ ବ୍ୟକ୍ତି, ଛୋଟା ଓ ଅନ୍ଧ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।

ଚମେଲି ର ତେଲ

ଆପଣ ଯଦି ଆପଣଙ୍କ ମନସ୍କାମନା ପୁରଣ କରିବାକୁ ଚାହୁଁଛନ୍ତି ଏଥିପାଇଁ ପ୍ରତ୍ୟେକ ମଙ୍ଗଳ ବାର କିମ୍ବା ଶନିବାର ଦିନ ଚମେଲି ତେଲରେ ଶନିଦେବଙ୍କ ଅଭିଷେକ କରିନ୍ତୁ ଏବଂ ବିଧି ବିଧାନ ପୂର୍ବକ ପୁଜା କରନ୍ତୁ । ଏହା ଦ୍ଵାରା ଶନି ଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ବଜାୟ ରହିବ ଓ ଆପଣଙ୍କ ଇଛା ସବୁ ପୂର୍ଣ୍ଣ ହେବ ।

ଶନିଦେବଙ୍କୁ ସମସ୍ତେ ନିଷ୍ଠୁର ଦେବତା ମାନିଲେ ମଧ୍ୟ ଯଦି ତାଙ୍କ କୃପା ଆପଣଙ୍କ ଉପରେ ପଡିଯାଏ ତାହେଲେ ଆପଣଙ୍କ ଭାଗ୍ୟ ବଦଳି ଯାଏ । ଏହି ସବୁ ଉପାୟ ଶନି ଦେବଙ୍କ କୃପା ପାଇବା ପାଇଁଁ କରନ୍ତୁ । ଯଦି ଆପଣ ଏହି ଉପାୟ ଅବଲମ୍ବନ କରୁଛନ୍ତି ଏଥିରେ ନିଶ୍ଚିତ ଆପଣକୁ ସୁଫଳ ମିଳିଥାଏ ଓ ଆପଣଙ୍କ ଅସୁବିଧାର ସମାଧାନ ହୋଇଥାଏ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *