ରବିବାରର ରାଶିଫଳ 14 ଜୁନ 2020, ଆଜି ସୂର୍ଯ୍ୟଦେବଙ୍କ କୃପା ବର୍ଷିବ ଏହି 4ଟି ରାଶି ଉପରେ, ଅଟକିଥିବା କାମ ହେବ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 14 ଜୁନ 2020 ରବିବାରର ରାଶିଫଳ ।

ମେଷ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ସରକାରୀ କାର୍ଯ୍ୟରେ ଅନୁକୂଳତା ରହିବ । କୌଣସି ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ଆପଣଙ୍କର ଅପମାନ ହୋଇ ପାରେ । ଆଜି ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆଜି ଆପଣଙ୍କର ଅଧିକ ଖର୍ଚ ହେବ । ଭାଇଙ୍କ ସହଯୋଗରେ ବ୍ୟବସାୟ ସ୍ଥିତିରେ ସୁଧାର ଆସିବ । ସନ୍ଧ୍ୟା ସମୟରେ ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇ ପାରେ ଏବଂ ଏଥିପାଇଁ ଆପଣ ବହୁତ ଖୁସି ରହିବେ ।

ବୃଷ

ଆଜିର ଦିନଟି ଆପଣ ବହୁତ ମଜା ମସ୍ତିରେ ଅତିବାହିତ କରିବେ । ଠିକ ସମୟରେ କାମ ନସରିବା କାରଣରୁ ଚାକିରିରେ ସମସ୍ୟା ଆସିପାରେ । ସେହି ପରିବର୍ତ୍ତନ ଉପରେ ବିଚାର କରନ୍ତୁ ଯାହାକୁ ଆପଣ କାହାକୁ ଭଲ ପାଇବା ପାଇଁ କରିବାକୁ ଚାହୁଁଛନ୍ତି । ବ୍ୟବସାୟରେ ମନ ଚାହୁଁଥିବା ପରିଣାମ ମିଳିବ । ଆପଣଙ୍କୁ ଆପଣଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିପାରେ । କୌଣସି ଜରୁରୀ କାମକୁ ଆପଣ ଶୀଘ୍ର କରିବା ପାଇଁ ଚେଷ୍ଟା କରିବେ ।

ମିଥୁନ

ଆଜି ଆପଣଙ୍କ ଜୀବନରେ ନୂଆ ଶକ୍ତି ପ୍ରବେଶ କରିବ । ପରିବାରର ସମସ୍ୟା ଚିନ୍ତିତ କରିପାରେ । କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରିର ଅବସର ମିଳିପାରେ । ଜୀବନସାଥିଙ୍କ ସହିତ ଭଲ ସମ୍ପର୍କ ରହିବ । ମାନ ପ୍ରତିଷ୍ଠାରେ ବୃଦ୍ଧି ହେବା କାରଣରୁ ଆପଣ ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ଭାବି ବିଚାରୀ ନିଷ୍ପତ୍ତି ନିଅନ୍ତୁ । କାମରେ ନାମ ନାଲାଗିବା କାରଣରୁ ଚିନ୍ତିତ ମଧ୍ୟ ରହିବେ । ଆପଣ କରିଥିବା କାମରେ ବହୁତ ଧନ ମିଳିବ । ବ୍ୟକ୍ତିଗତ ପରିବର୍ତ୍ତନ ଉପରେ ବିଚାର କରିବା ଆବଶ୍ୟକ ଅଟେ ।

କର୍କଟ

ଆଜି ଆପଣଙ୍କୁ ସାବଧାନ ରହିବାକୁ ହେବ । କାର୍ଯ୍ୟକ୍ଷେତ୍ରରେ ଅବହେଳା ପାଇଁ ବହୁତ ବଡ କ୍ଷତି ହୋଇ ପାରେ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ଆସିପାରେ । ଆଜି ଘରର ଖୁସି ଏବଂ ସମୃଦ୍ଧି ଉପରେ ଧ୍ୟାନ ରଖନ୍ତୁ । ଭଲ ଖବର ମିଳିବା କାରଣରୁ ଆପଣ ବହୁତ ଖୁସି ରହିବେ । ବ୍ୟବସାୟୀ ମାନଙ୍କୁ ବହୁତ ବଡ ସଫଳତା ମିଳିବ କିନ୍ତୁ ସାବଧାନ ମଧ୍ୟ ରହିବାକୁ ପଡିବ । ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।

ସିଂହ

ଯଦି ମାତା ପିତାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ତାହେଲେ ଆଜି ସେମାନଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିପାରେ । ଜୀବନରେ ବହୁତ ଆଗକୁ ବଢି ଚାଲିବେ । ଭବିଷ୍ୟତରେ ଲାଭ ଦେବା ଭଳି ନିଷ୍ପତ୍ତି ନେବେ । ଆଜି ଆପଣ ଟଙ୍କା ନିବେଶ କରନ୍ତୁ ନାହିଁ କାରଣ ଏହା ଦ୍ଵାରା କ୍ଷତି ହୋଇ ପାରେ । ବହୁତ ଦିନ ଧରି ଚାଲିଥିବା ସମସ୍ୟା ଆଜି ସମାପ୍ତ ହେବ । ଯେଉଁ ବ୍ୟକ୍ତି ଆପଣଙ୍କୁ ଈର୍ଷା କରୁଥିବେ ସେ ଆଜି ଆପଣଙ୍କୁ ବିପଦରେ ପକାଇବା ପାଇଁ ଚେଷ୍ଟା କରିବେ ।

କନ୍ୟା

ଆଜି ଆପଣ ଅନ୍ୟ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ । ନକରାତ୍ମକ ବିଚାର ଦୂର ହେବ । ନିବେଶ କରିବା ପାଇଁ ସମୟ ଶୁଭ ଅଛି । ଏହି ସମୟର ଲାଭ ଉଠାଇ ଆପଣଙ୍କୁ ଜୀବନରେ ଆଗକୁ ଯିବା ପାଇଁ କାମ କାରିବା ନିହାତି ଦରକାର ଅଟେ । ପଇସାକୁ ନେଇ ଦାୟିତ୍ଵହୀନ ହୁଅନ୍ତୁ ନାହିଁ । ଆପଣ ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ । ବାପା ମାଆ ଏବଂ ଘର ପରିବାର ଲୋକଙ୍କର ଆଶୀର୍ବାଦ ମିଳିବ । ଆପଣ କୌଣସି ବି କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ ।

ତୁଳା

ଆଜି ଆପଣଙ୍କୁ ଯଦି ଆପଣଙ୍କ ପରିବାର ବ୍ୟତୀତ ଅନ୍ୟ କାହାକୁ ସାହାଯ୍ୟ କରିବା ପାଇଁ ପଡେ ତାହେଲେ ଆପଣ ସେଥିପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯଦି ଆପଣ ଘର ତିଆରି କରିବା ପାଇଁ ଯୋଜନା କରିଛନ୍ତି ତାହେଲେ କିଛି ଦିନ ପାଇଁ ଏହାକୁ ବନ୍ଦ ରଖନ୍ତୁ । ଧନ ସମସ୍ୟା ଦୂର ହେବ ଏବଂ ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଦୃଢ ମଧ୍ୟ ହେବ । ଆଜି ସୂର୍ଯ୍ୟଦେବଙ୍କୁ ପୂଜା କଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି ।

ବିଛା

ଏହି ରାଶିର ଲୋକମାନେ ଆଜି କୌଣସି ଅଯୋଥା ବିବାଦରେ ପଡନ୍ତୁ ନାହିଁ । ଟଙ୍କା ଏବଂ ଗୁରୁତ୍ଵପୂର୍ଣ ଡକ୍ୟୁମେଣ୍ଟ୍ସ ସମ୍ଭାଳି ରଖନ୍ତୁ । ଆଜି ଆପଣ ରଚନାତ୍ମକ ପ୍ରକୃତି କାମକୁ ହାତକୁ ନେବେ । ଗାଡି ଧୀରେ ଚଳାନ୍ତୁ । ଆପଣ ସଂଘର୍ଷର ସାମନା କରିବେ । ନିଜର କଥା ଉପରେ ସଂଯମ ରଖନ୍ତୁ । ବ୍ୟବସାୟରେ ଲାଭ ହୋଇ ପାରେ । କାର୍ଯ୍ୟର ଚିନ୍ତାଧାରା ଶେଷ କରିବା ପରେ ତାକୁ ଭଲ ଉପାଯରେ ଜୀବନକୁ ଆଣିବେ ।

ଧନୁ

ସମ୍ପତ୍ତି ସବନ୍ଧରେ ଦିନ ଭଲ ଅଛି । କାହାକୁ କିଛି ରାୟ ଦିଅନ୍ତୁ ନାହିଁ । ଆପଣଙ୍କୁ ମିଳିଥିବା ସବୁ ସୁଯୋଗର ଆପଣ ଭଲ ଭାବରେ ଲାଭ ଉଠାଇ ପାରିବେ । ଜୀବନର ଅନୁଭବ ପାଇଁ କୌଣସି ବ୍ୟକ୍ତି ସାହାଯ୍ୟ କରି ପାରନ୍ତି । କ୍ୟାରିୟର ପ୍ରତି ଚିନ୍ତିତ ରହିବେ । ନିଜର କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ମାଆ ଏବଂ ପରିବାର ଅନ୍ୟ ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଜୀବନସାଥିଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପାର୍ଟନରଙ୍କ ଭାବନା ଉପରେ ଧ୍ୟାନ ଦିଅନ୍ତୁ । କୌଣସି ଜରୁରୀ କାମକୁ ପୁରା କରିବାରେ ଆପଣ ସଫଳ ହେବେ ।

ମକର

ଏହି ରାଶିର ଚାକିରି କରିଥିବା ଲୋକଙ୍କ ପାଇଁ ଭଲ ଦିନ ଅଛି । ନିଜର ବିଚାର ଦ୍ଵାରା ଶକ୍ତି ପ୍ରାପ୍ତିର ଅନୁଭବ କରିବେ । ଅଧିକାରୀଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ପ୍ରମୋଶନ ମଧ୍ୟ ମିଳିପାରେ । କେହି ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା ମଧ୍ୟ କରି ପାରନ୍ତି । ମାନସିକ ଅସ୍ଥିରତା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଭାଗୀଦାରୀ ଚିନ୍ତିତ କରିବେ । ଆପଣଙ୍କ ଶତ୍ରୁ ମାନଙ୍କର ପକ୍ଷ କମଜୋର ହେବ ।

କୁମ୍ଭ

ଆଜି ଆପଣଙ୍କୁ ବଡ ଲାଭ ମିଳିପାରେ । ଆପଣଙ୍କ ଦିନ ମଙ୍ଗଳମୟ ହେବ । ଯାହା ପ୍ରତି ଆପଣ ନିୟତ୍ରଣ କରୁଛନ୍ତି ସେହି କାମ ସଫଳ ହେବ । ଆଜି ଆପଣ ନିଜ ମତିଷ୍କକୁ ଆରାମ ଦିଅନ୍ତୁ ଭଲ ହେବ । ଏହାଦ୍ୱାରା ଆପଣ ନିଜ ଜୀବନର ମଜା ନେଇ ପାରିବେ । କାର୍ଯ୍ୟରେ ବାଧା ଏବଂ ସ୍ୱାସ୍ଥ୍ୟ ଖରାପ ହେବାର ସାମନା କରିବାକୁ ପଡିପାରେ । ଆପଣଙ୍କର ପୁରୁଣା ପ୍ରେମ ଆପଣଙ୍କୁ ମିଳିବ । ଧାର ସୁଝିବାରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ।

ମୀନ

ଆଜି ଝଗଡା ଠାରୁ ଦୂରେଇ ରହିବାକୁ ହେଲେ ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ । ଆଜି ଆପଣଙ୍କୁ ସଫଳତାର ଅନୁଭବ ହେବ । ଚାକିରି ମିଳିବା ସହିତ ଚାକିରି ସବନ୍ଧିତ ବିବାଦରେ ମଧ୍ୟ ବିଜୟ ଲାଭ କରିବେ । ଦୈନଦିନ କାମରେ ମନ ଲାଗିବ ନାହିଁ । ଆଜି ଆପଣଙ୍କ ଜୀବନରେ ଖୁସି ଆସିବ । ଜୀବନସାଥିଙ୍କ ସହଯୋଗରେ ଆପଣଙ୍କର କାମ ପୁରା ହେବ । ଆଜି ଆପଣଙ୍କୁ ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *