ବାପା-ମା ଜୀବିତ ଥାଇ ବି ଜୀବନରେ କେବେ ବି ନିଜ ବାପା-ମାଙ୍କୁ ଦେଖା କରିନଥିଲେ କ୍ରିକେଟର Andrew Symonds, କାରଣ ଜାଣିଲେ ଚମକି ପଡିବେ ଆପଣ !

ଆଣ୍ଡ୍ରୁ ସାଇମଣ୍ଡ ଆଜି ଆମ ଗଣହରେ ନାହାନ୍ତି । କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଶନିବାର ରାତି ୧୧ଟା ପରେ କୁଇନ୍‌ସ୍‌ଲାଣ୍ଡ୍‌ ପ୍ରଦେଶର ଟାଉନ୍‌ସ୍‌ଭାଇଲ୍‌ ବାହାରେ ଏକାକୀ କାର୍‌ ଚଳାଇ ଯାଉଥିଲେ । ଆଲିସ୍‌ ନଦୀ ସେତୁ ନିକଟ ହର୍‌ଭେରି ରେଞ୍ଜ୍‌ ରୋଡ୍‌ରେ ତାଙ୍କ କାର୍‌ ରାସ୍ତାରୁ ଖସିଯିବା ସହ ଗଡ଼ି ଗଡ଼ି ତଳେ ପଡ଼ିଥିଲା ।

ଆଉ ଭୀଷଣ ଆଘାତ ପାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବନ୍ଧୁଗଣ ମାତ୍ର 46 ବର୍ଷ ବୟସରେ ସାଇମଣ୍ଡ ନିଜ ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ସାଇମଣ୍ଡ ମରିବା ପୂର୍ବରୁ ଅନେକ ବିବାଦରେ ଘେରି ହୋଇଥିଲେ । ବନ୍ଧୁଗଣ ଅନେକ ଲୋକ ତାଙ୍କୁ ଘୋଡା ମଦୁଆ ବୋଲି କହୁଥିଲେ । ତାଙ୍କ ଜୀବନରେ ଏମିତି କିଛି ଘଟିଥିଲା ଯେଉଁଥିପାଇଁ ସେ ମଦକୁ ନିଜ ସାଥି କରିଥିଲେ ଆଉ ମଦ ତାଙ୍କର କାରିୟର ନଷ୍ଟ କରିଦେଲା । 

ବନ୍ଧୁଗଣ ସାଇମଣ୍ଡ ଅବଶ୍ୟ ଅଷ୍ଟ୍ରେଲିଆ ପାଇଁ ଖେଳୁଥିଲେ ହେଲେ ତାଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିଲା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସାଇମଣ୍ଡ ତାଙ୍କ ପ୍ରକୃତ ବାପା-ମା’ଙ୍କୁ କେବେବି ଭେଟି ନଥିଲେ । ଆଉ ଏହା ବିଷୟରେ ସେ ନିଜେ କହିଥିଲେ । ସାଇମଣ୍ଡଙ୍କ ମତରେ, ସେ 9 ଜୁନ 1975 ମସିହାରେ ଇଂଲଣ୍ଡର ବର୍ମିଂହାମରେ ଜନ୍ମ ଗ୍ରହଣ କରିଥିଲେ ।

ସେ ଏକ ପୋଷ୍ୟ ସନ୍ତାନ ଥିଲେ ତେଣୁ ସେ ତାଙ୍କ ପ୍ରକୃତ ମା-ବାପାଙ୍କୁ ଜାଣି ନଥିଲେ । ଆଉ କେବେ ତାଙ୍କ ସହ ସାକ୍ଷାତ ବି କରି ନଥିଲେ । ସାଇମଣ୍ଡଙ୍କ ଜନ୍ମ ପରେ ତାଙ୍କ ପ୍ରକୃତ ବାପା-ମା’ ତାଙ୍କୁ ପୋଷ୍ୟ ସନ୍ତାନ ରୂପେ ଛାଡି ଦେଇଥିଲେ । ସେ ମାତ୍ର 3 ମାସ ବୟସରେ ହୋଇଥିବା ବେଳେ ତାଙ୍କୁ କେନ୍ ଏବଂ ବାର୍ବାରା ନାମକ ଦାମ୍ପତ୍ତ୍ୟ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । 


ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ,୧୪ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟ ମ୍ୟାଚରେ ୨ଟି ଶତକ, ୧୦ଟି ଅର୍ଦ୍ଧ ଶତକ ଦ୍ୱାରା ୧୪୬୨ ରନ ସହ ଦିନିକିଆରେ ୬ଟି ଶତକ ଏବଂ ୩୦ଟି ଅର୍ଦ୍ଧଶତକ ବଳରେ ମୋଟ ୫୦୮୮ ରନ୍ ସ୍କୋର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କ୍ରିକେଟ ଅଲରାଉଣ୍ଡର ସାଇମଣ୍ଡ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *