ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ସିରିୟଲ ଜଗତର ଅଭିନେତ୍ରୀ ରାଜେଶ୍ଵରୀ ରାୟ ଙ୍କ ଭାଇ କହିଲେ କିଛି ଏଭଳି ଯାହା ଆପଣ ଶୁଣିଲେ ଆପଣ ମଧ୍ୟ ଧର୍ଯ୍ୟହରା ହୋଇ କାନ୍ଦିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ରାଜେଶ୍ଵରୀଙ୍କ ଭାଇ କହିଛନ୍ତି ଯେ ମି-ଡି-ଆ ଲାଇନରେ ଗଲେ ମଧ୍ୟ ଏଭଳି କୌଣସି ରାକ୍ଷୀ ନାହିଁ, ଯେଉଁଥିରେ ମୋ ଭଉଣୀ ମୋ ସମ୍ମୁଖରେ ଆସି ନିଜ ହାତରେ ରାକ୍ଷୀ ପିନ୍ଧାଇ ନଥିବ । ଗୋଟେ ଭଉଣୀର ତାହା ଭାଇ ପ୍ରତି କେତେ ଯେ ସ୍ନେହ ମମତା ରହିଅଛି, ତାହା ବର୍ତ୍ତମାନ ଜଣାପଡୁଛି ।
ମାତ୍ର ସେ ଆଉ ଆମ ଗହଣରେ ଉପସ୍ଥିତ ନାହିଁ ସବୁଦିନ ଲାଗି ଚାଲି ଯାଇଅଛି । କିନ୍ତୁ ତାଙ୍କ ଭାଇଙ୍କ ପାଇଁ ରାକ୍ଷୀ ରାଜେଶ୍ଵରୀ କିଣି ରଖିଛନ୍ତି ବୋଲି କହିଛନ୍ତି । ତାଙ୍କ ଭାଇ ମଧ୍ୟ ତାଙ୍କ ନିମନ୍ତେ ଫେବରେଟ ମାଛ କିଣି ଆଣିଥିଲେ । ତାଙ୍କ ଭାଇ ଏହା କହିଛନ୍ତି ଯେ ତାଙ୍କ ବାପାଙ୍କ ଦେହ କାଲି ଖରାପ ଥିଲା ।
ଏବଂ ବାପାଙ୍କୁ ନେଇ ବାଲେଶ୍ଵର ଯାଇଥିଲେ ରାଜେଶ୍ଵରୀ । ସମସ୍ତଙ୍କ ବିଷୟରେ ବହୁତ ଚିନ୍ତା କରନ୍ତି ରାଜେଶ୍ଵରୀ । ପରିବାର ଲୋକଙ୍କର ସେବା କରନ୍ତି ରାଜେଶ୍ଵରୀ । ତାଙ୍କ ଭାଇ ଏହା କହିଛନ୍ତି ଯେ ତାଙ୍କୁ ମଧ୍ୟ କୋଭିଡ ହୋଇଥିଲା ଏବଂ ସେ ତାଙ୍କ ପାଇଁ ବହୁତ କିଛି କରିଛନ୍ତି । ମାତ୍ର ଆମ୍ଭ ମାନଙ୍କ ଦୁଖରେ ଆମ୍ଭେ ତା’ ପାଇଁ କିଛି କରିପାରିଲୁ ନାହିଁ ।
ହଠାତ ରାଜେଶ୍ଵରୀର ଏକ ବାନ୍ତି ହୋଇଗଲା । ଏହାପରେ ଡାକ୍ତର ଏକ ମେଡ଼ିସିନ ଦେଇଥିଲେ କହିଲେ ଇଂଷ୍ଟାଣ୍ଟ ଦେଇ ଦିଅନ୍ତୁ କିଛି ସମୟ ପାଇଁ ତାଙ୍କୁ ଆରାମ ମିଳିବ । ମାତ୍ର ଏହାପରେ ପୁଣି ବାନ୍ତି ହେଲା, ମୁଣ୍ଡ ବୁଲାଇଲା ଏବଂ ନିଜକୁ ଅସୁସ୍ଥ ମନେ କଲେ ରାଜେଶ୍ଵରୀ । ମାତ୍ର ଏଭଳି କଳାକାର ପାଇଁ କୌଣସି ସରକାରୀ ସହାୟତା ଆସିନଥିଲା ବୋଲି କହିଛନ୍ତି ରାଜେଶ୍ଵରୀଙ୍କ ଭାଇ । ସମ ହସ୍ପିଟାଲ ର ଡାକ୍ତର ୩ ଟି ଇଞ୍ଜେକ୍ସନ ଦେବାକୁ କହିଥିଲେ । ଏହା ଦେଲା ମାତ୍ର ଅଳ୍ପ କମିଥିଲେ ତାଙ୍କୁ ଭୁବନେଶ୍ଵର ନେଇ ଆସିଥାନ୍ତେ ।
ମାତ୍ର ଇଞ୍ଜେକ୍ସନ ଦେବାପରେ ସେ ଆହୁରି ଅସୁସ୍ଥ ହୋଇଗଲେ ଏବଂ ହସ୍ପିଟାଲରେ ପହଞ୍ଚିଲା ପରେ ଡାକ୍ତର ଦେଖି କହିଲେ ଯେ ସେ ଆଉ ନାହାଁନ୍ତି । ଆଗକୁ ରାକ୍ଷୀ ଆସୁଛି, ଏଣୁ ତାଙ୍କ ଭାଇ କୋହଭରା ହୋଇ ପ୍ରଶ୍ନ କରିଛନ୍ତି ଯେ ରାକ୍ଷୀ ଆସୁଛି କିନ୍ତୁ ତୁ କଉଠି ? ରାଜେଶ୍ଵରୀ ଙ୍କ ରାକ୍ଷୀକୁ ତାଙ୍କ ଭାଇ ସାଇତି ରଖିଛନ୍ତି ଏବଂ ସେଦିନ ସେହି ରାକ୍ଷୀକୁ ନିଶ୍ଚିତ ପିନ୍ଧିବେ ବୋଲି କହିଛନ୍ତି ଭାଇ । ବନ୍ଧୁଗଣ ଏହି ହୃଦୟବିଦାରକ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।