ଝୁଣ୍ଟିଆ ଏହି ପରି ପିନ୍ଧିବା ଦ୍ୱାରା ଆପଣଙ୍କ ସ୍ଵାମୀ ହେଇ ପାରନ୍ତି ଗରିବ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ଝୁଣ୍ଟିଆ ବା ଗୋଡ଼ମୁଦି ର ସଠିକ ବ୍ୟବହାର କିପରି କରିବା ଉଚିତ। ଏହାର ସଠିକ ବ୍ୟବହାର ନକରିବା ଦ୍ୱାରା ଆପଣଙ୍କ ପତି କେଉଁ ସମସ୍ୟାର ସମ୍ମୁଖୀନ ହେବେ ତାହା ମଧ୍ୟ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ। ବନ୍ଧୁଗଣ ପ୍ରତ୍ୟେକ ବିବାହିତା ନାରୀ ମଥା ରେ ସୁନାର ସିଂଥି ଏବଂ ଗୋଡ଼ ରେ ଚାନ୍ଦି ର ଝୁଣ୍ଟିଆ ପିନ୍ଧିଥାନ୍ତି। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର କାରଣ ହେଉଛି ଯେ, ପତି ଏବଂ ପତ୍ନୀ ଙ୍କୁ ଜୀବନ ରେ ଏହି ଆଭୂଷଣ ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ କୃପାଦୃଷ୍ଟି ଲାଭ ହେବ। ବନ୍ଧୁଗଣ ହୁଏତ ଆପଣ ମାନେ ଜାଣି ନଥିବେ ଯେ, ଝୁଣ୍ଟିଆ ପତି ଙ୍କ ଦାରିଦ୍ର୍ୟତା ର କାରଣ ମଧ୍ୟ ହୋଇପାରିଥାଏ।

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ପ୍ରତ୍ୟେକ ବିବାହିତା ନାରୀ ଗୋଡ଼ ରେ ଝୁଣ୍ଟିଆ ପିନ୍ଧିଥାନ୍ତି। ଏହା କେବଳ ବିବାହିତା ମାନଙ୍କ ପାଇଁ ପ୍ରତୀକ ସ୍ୱରୂପ ନଥାଏ ଏହା ଦ୍ଵାରା ପ୍ରତ୍ୟେକ ନାରୀ ଙ୍କ ମାସିକ ଚକ୍ର ମଧ୍ୟ ନିୟମିତ ହୋଇଥାଏ।ବନ୍ଧୁଗଣ ପ୍ରତ୍ୟେକ ବିବାହିତା ନାରୀ ଙ୍କୁ ନିଜ ଡାହାଣ ଏବଂ ବାମ ପାଦ ର ଦ୍ଵିତୀୟ ଆଙ୍ଗୁଠି ରେ ଝୁଣ୍ଟିଆ ପିନ୍ଧିବା ଆବଶ୍ୟକ। ପ୍ରାୟତଃ ନାରୀ ମାନେ ଯୋଡ଼ାରେ ମଧ୍ୟ ଝୁଣ୍ଟିଆ ପିନ୍ଧିଥାନ୍ତି। କିନ୍ତୁ ବନ୍ଧୁଗଣ କେବେବି ଗୋଟିଏ ପାଦରେ ୩ଟି ଝୁଣ୍ଟିଆ ପିନ୍ଧିବା ଅନୁଚିତ ହୋଇଥାଏ।ଏହା ଅଶୁଭ ବୋଲି ମାନି ନିଆଯାଇଛି।

ବନ୍ଧୁଗଣ ପ୍ରତ୍ୟେକ ନାରୀ ବିବାହ ପରେ ଝୁଣ୍ଟିଆ ପିନ୍ଧିଥାଏ। କିନ୍ତୁ ବନ୍ଧୁଗଣ କୌଣସି ଅବିବାହିତା ନାରୀ କେବେବି ଭୁଲ ରେ ମଧ୍ୟ ଝୁଣ୍ଟିଆ ପିନ୍ଧିବା କଥା ନୁହେଁ। ବିବାହିତା ନାରୀ ମାନେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଗର୍ଭ ଧାରଣ ରେ ମଧ୍ୟ କୌଣସି ପ୍ରକାର ସମସ୍ୟା ଦେଖା ଯାଇନଥାଏ। ବନ୍ଧୁଗଣ ଝୁଣ୍ଟିଆ ର ସଠିକ ବ୍ୟବହାର ନ କରିବା ଦ୍ୱାରା ସ୍ୱାମୀ ଙ୍କ ଉପରେ ବିପଦ ଆସିଥାଏ ଏବଂ ଧନ ହାନୀ ହୋଇଥାଏ ଏବଂ ସେ ଦାରିଦ୍ର୍ୟତା ର ଶିକାର ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଆସନ୍ତୁ ଜାଣିବା ଝୁଣ୍ଟିଆ ର ବ୍ୟବହାର କିପରି ସଠିକ ଭାବରେ କରିବା ଏବଂ ଏହାର ବ୍ୟବହାର ଠିକ ଭାବରେ ନହେବା ଦ୍ୱାରା ସ୍ୱାମୀ ଙ୍କ ଉପରେ କଣ ସବୁ ବିପଦ ଆସିଥାଏ।

୧. ବନ୍ଧୁଗଣ ପ୍ରତ୍ୟେକ ନାରୀକୁ ଏହା ଧ୍ୟାନ ରଖିବା ନିହାତି ଆବଶ୍ୟକ ଯେ, ସର୍ବଦା ନିଜ ପାଦରେ ଚାନ୍ଦି ର ଝୁଣ୍ଟିଆ ହିଁ ପିନ୍ଧିବା ଉଚିତ। କେବେବି ସୁନା ର ଝୁଣ୍ଟିଆ ପିନ୍ଧିବା କଥା ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ପାଦରେ ଚାନ୍ଦିର ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ। ନଚେତ ସ୍ୱାମୀ ଙ୍କ ଉପରେ ଅନେକ ପ୍ରକାର ବିପଦ ଆସିଥାଏ।

୨. ବନ୍ଧୁଗଣ ପ୍ରତ୍ୟେକ ନାରୀଙ୍କୁ କେବେବି ଢିଲା ଝୁଣ୍ଟିଆ ପିନ୍ଧିବା କଥା ନୁହେଁ, ଯାହାଦ୍ୱାରା ତାହା ପାଦରୁ ବାହାରି ଯାଇଥାଏ ଏବଂ ଏହା ସହିତ ଧ୍ୟାନ ରଖିବା ଆବଶ୍ୟକ ଯେ, ନିଜେ ପିନ୍ଧିଥିବା ଝୁଣ୍ଟିଆ କୁ ଯେପରି ଅନ୍ୟ କାହାକୁ ନ ଦିଅନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀ ଙ୍କ ଶରୀର ଅସୁସ୍ଥ ହୋଇଥାଏ ଏବଂ ସେ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି।

୩. ବନ୍ଧୁଗଣ ପ୍ରତ୍ୟେକ ନାରୀ ସର୍ବଦା ନିଜ ଗୋଡ଼ ରେ ଘୁଙ୍ଗୁର ଥିବା ଝୁଣ୍ଟିଆ ଏବଂ ପାଉଁଜି ଉଭୟ ପିନ୍ଧିବା ଉଚିତ। କାରଣ ଏହାର ମଧୁର ଧ୍ଵନି ରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ଘରେ ବାସ କରିଥାନ୍ତି। ଯାହାଦ୍ୱାରା ଘର ସୁଖ ସମୃଦ୍ଧି ଏବଂ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ।

୪. ବନ୍ଧୁଗଣ ପ୍ରତ୍ୟେକ ନାରୀ ଙ୍କୁ ଝୁଣ୍ଟିଆ ସହିତ ଅନ୍ୟ କିଛି ଆଭୂଷଣ ମଧ୍ୟ ରହିଛି ଯାହାର ସଠିକ ବ୍ୟବହାର କରିବା ଉଚିତ। ଯାହାଦ୍ୱାରା ତାଙ୍କ ସ୍ୱାମୀ କୌଣସି ବିପଦ ର ସମୁଖୀନ୍ନ ହୋଇନଥାନ୍ତି ଏବଂ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ବିବାହିତା ନାରୀ କେବେବି ଉପହାର ସ୍ୱରୂପ ମିଳିଥିବା ସିନ୍ଦୁର କୁ ବ୍ୟବହାର କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

୫. ବନ୍ଧୁଗଣ ପ୍ରତ୍ୟେକ ବିବାହିତା ନାରୀ କେବେବି ମଙ୍ଗଳବାର ଏବଂ ଶନିବାର ଦିନ ଚୁଡ଼ି କିଣିବା ଉଚିତ ନୁହେଁ ଏବଂ ତାକୁ ପରିଧାନ କରିବା ମଧ୍ୟ ଅନୁଚିତ ଅଟେ। ବିବାହିତା ନାରୀ ମାନେ କେବେବି ଧଳା ବା କଳା ରଙ୍ଗ ର ଚୁଡ଼ି ପିନ୍ଧିବା କଥା ନୁହେଁ ଏବଂ ସର୍ବଦା ନାଲି ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ ଏହା ସ୍ୱାମୀଙ୍କୁ ଦୀର୍ଘାୟୁ କରିଥାଏ। ଯଦି କେବେ ଚୁଡ଼ି ତୁଟି ଯାଇଥାଏ ତେବେ ତାକୁ ତୁରନ୍ତ ହାତରୁ କାଢି ଦିଅନ୍ତୁ। ଭଙ୍ଗା ଚୁଡ଼ି କୁ ହାତରେ ପିନ୍ଧିବା ବିବାହିତା ନାରୀ ମାନଙ୍କ ପାଇଁ ଅଶୁଭ ହୋଇଥାଏ। ଏହାଦ୍ବାରା ତାଙ୍କ ସ୍ୱାମୀ ଙ୍କୁ କୌଣସି ପ୍ରକାରଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ। ତେଣୁ କେବେବି ଏପରି ଭୁଲ କରନ୍ତୁ ନାହିଁ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *