Jhilik Bhattacharya ଙ୍କ ପରିବାରକୁ ଏକା ଥରେ 3 ଖୁସି, ଲକ୍ଷ୍ମୀ ହୋଇ ଜନ୍ମ ହୋଇଥିଲେ 2 ଝିଅ, ସ୍ଵାମୀ Pritiranjan ପାଇଲେ ମନ୍ତ୍ରୀ ପଦ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବହୁତ ସଫଳତା ହାସଲ କରି ପାରିଛନ୍ତି । ଝିଲିକ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତ । ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ ।


ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ । ତାଙ୍କ ଅଭିନୟରେ ସେ ଓଡିଶା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ। ତେବେ ଆପଣ ମାନେ ଜାଣିଥିବେ କି ଝିଲିକ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଙ୍କୁ ବିବାହ କରିଥିଲେ। ତେବେ ବର୍ତ୍ତମାନ ଦୁଇ ଦିନ ତଳେ ଏକ ଖୁସି ଖବର ଶୁଣିବାକୁ ମିଲିଥିଲା କି ଝିଲିକ ଦୁଇ ଯମଜ ଝିଅ କୁ ଜନ୍ମ ଦେଇଛନ୍ତି ତେବେ ପରିବାର ଲୋକେ ଏହି ଖବର ଶୁଣି ବହୁତ ଖୁସି ଥିଲେ ଏବଂ ତାଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ।

ତେବେ ବର୍ତ୍ତମାନ ଆଉ ଏକ ଖୁସି ଖବର ତାଙ୍କ ପରିବାରକୁ ଆସିଛି ତେବେ ନିର୍ବାଚନର ୨ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିବେ । ନବୀନଙ୍କ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଯାଇଥିବା ଶୁଣିବାକୁ ମିଳିଛି । କୁହାଯାଉଛି ପାଖାପାଖି ୧୫ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ନେଇ ଫୋନ୍‌ ହୋଇଛି । ନବୀନଙ୍କ ଏହି ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁକୁ ସୁଯୋଗ ମିଳିପାରେ।


ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱିନୀ ପାତ୍ର, ଲତିକା ପ୍ରଧାନ, ବଦ୍ରି ନାରୟଣ ପାତ୍ର, ବାସନ୍ତୀ ହେମ୍ବ୍ରମ୍, ପ୍ରଶାନ୍ତ ମୁଦୁଲି, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଦୀପ ଅମାତ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ର ବାଚସ୍ପତି ହୋଇପାରନ୍ତି ଜଣେ ମହିଳା। ବାଚସ୍ପତି ପଦ ପାଇଁ ବିଧାୟିକା ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କ ନାମକୁ ନେଇ ମଧ୍ୟ ହେଉଛି ଚର୍ଚ୍ଚା। ଆସନ୍ତାକାଲି ଦିନ ୧୧:୪୫ ରେ ଭୁବନେଶ୍ୱର ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ।


ତେବେ ବର୍ତ୍ତମାନ ମନ୍ତ୍ରୀପରିଷଦ ତାଲିକା ପ୍ରୀତିରଞ୍ଜନ ଙ୍କ ନାମ ରହିଛି। ତେବେ ସୁକିନ୍ଦା ର ବିଧାୟକ ପରେ ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା କଥା ପରେ ସେ ନିଜ ଦୁଇ ଝିଅ କୁ ନିଶ୍ଚିତ ଶୁଭ ବୋଲି ଭାବୁଥିବେ। ତେବେ ପ୍ରୀତିରଞ୍ଜନ ଙ୍କ ବାପା ପ୍ରଫୁଲ ଘଡେଇ ମଧ୍ୟ ପୂର୍ବତନ ଅର୍ଥନୀତି ମନ୍ତ୍ରୀ ହୋଇ ସାରିଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *