‘ଜାଗୃତି କେବଳ ବାହାନା ! କାରଣ ବର୍ଷା କେବଳ…’ ଦିଲ୍ଲୀ ବାନ୍ଧବୀ Jagrati Shukla ଓ Varsha ଙ୍କୁ ନେଇ କଣ କହିଲେ ସାଂସଦ Anubhav Mohanty, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା । ଦୀର୍ଘ କିଛି ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ପାରିବାରିକ ମାମଲା ଚାଲି ଆସୁଛି । ଏବେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ବନ୍ଧୁଗଣ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜିଏମ କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ବର୍ଷା ଏବେ ଅନୁଭବଙ୍କ ପୈତୃକ ବାସ ଭବନ ଛାଡିବେ । ତେବେ ଏହାରି ମଧ୍ୟରେ ଅନୁଭବଙ୍କର ଏକ ସାକ୍ଷାତ୍କାର ଭିଡିଓ ସାମ୍ନାକୁ ଆସିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଲାଙ୍କୁ ନିଶ୍ଚୟ ଜାଣିଥିବେ । ଅନୁଭବଙ୍କ ସହ ଜାଗୃତି ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏହି ସାକ୍ଷାତ୍କାରରେ ଅନୁଭବ ନିଜ ବନ୍ଧୁ ଜାଗୃତିଙ୍କ ବିଷୟରେ କିଛି କହିଛନ୍ତି ।

ଅନୁଭବଙ୍କ ମତରେ-‘ମୁଁ ଲୋକସଭାରେ ଏକ ବର୍ଷ ରହିବା ପରେ ଜାଗୃତିଙ୍କ ସହ ସାକ୍ଷାତ କରିଲି । ସେ କେବଳ ମୋ ସହ ନୁହେଁ ଅନେକ ସାଂସଦଙ୍କ ସହ ଦେଖା ହୁଅନ୍ତି । ସେ ଲୋକସଭା ଟିଭିରେ ଅଛନ୍ତି ସେ ଅନେକ ବଡ ବଡ ମିନିଷ୍ଟର, ସାଂସଦ ଏଣିକି ସେମାନେ ପୁରୁଷ ହୁଅନ୍ତୁ ବା ମହିଳା ସେ ସାକ୍ଷାତ କରନ୍ତି । ସେଇଟା ହେଉଛି ତାଙ୍କ କାମ କରିବାର ଏକ ପାର୍ଟ ।

ଆଉ ତଲାକ କେସ ତ ଆମର ଆରମ୍ଭରୁ ଚାଲିଛି । ଜାଗୃତି ଶୁକ୍ଲା ହେଉଛନ୍ତି ଗୋଟେ ବାହାନା ବର୍ଷାଙ୍କ ପାଇଁକି । ଗୋଟେ ବାହାନା ତାଙ୍କୁ ମିଳିଲା କାହିଁକି ନା 2019ରେ ମୁଁ ଯେତେବେଳେ ଜାଗୃତିଙ୍କୁ ଚିହ୍ନି ବି ନଥିଲି । 2019ରେ ମୁଁ ଲୋକସଭା ଇଲେକ୍ସନରେ ପ୍ରଚାର ବି କରିଥିଲି ମୁ ଜିତିଲି ଲୋକ ମାନଙ୍କ ଆଶୀର୍ବାଦ ଏତେ ପାଇଲି । ମୁଁ ଏତେ ବଡ ଦାୟିତ୍ଵ ପାଇବା ପରେ ମୁଁ ଜାଣିଲି କି ନାହିଁ ବୋଧେ ମୁଁ ଲୋକ ମାନଙ୍କୁ କିଛି କହିପାରିବିନି କି ମୋତେ ଏ ଏମିତି ହଇରାଣ କରୁଛନ୍ତି ।

ମୁଁ ଏମିତି ସବୁ କଥା ନିଜ ମନେ ଭିତରେ ରଖି ମରି ଯିବି କେଉଁ ଦିନ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ନିଜ ମହିଳା ବନ୍ଧୁ ଜାଗୃତି ଶୁକ୍ଲାଙ୍କ ବିଷୟରେ କହିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *